ETV Bharat / state

ରାଉରକେଲା-ଭୁବନେଶ୍ୱର ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ଼, ଭାଙ୍ଗିଲା ଝରକା କାଚ

author img

By ETV Bharat Odisha Team

Published : Nov 27, 2023, 8:09 AM IST

Vande Bharat Express
Vande Bharat Express

ରାଉରକେଲା ଭୁବନେଶ୍ୱର ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ ଉପରକୁ ପଥର ମାଡ଼ । ମେରାମଣ୍ଡଳୀ ଏବଂ ବୁଢାପଙ୍କ ମଧ୍ୟରେ ଟ୍ରେନ୍‌ ଉପରକୁ ପଥର ମାଡ ହୋଇଥିବା ସୂଚନା । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ପୁଣି ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ଼ । ରାଉରକେଲା-ଭୁବନେଶ୍ୱର ବନ୍ଦେ ଭାରତ ଟ୍ରେନକୁ ପଥର ମାଡ ହୋଇଥିବା ସୂଚନା । ମେରାମଣ୍ଡଳୀ ଏବଂ ବୁଢାପଙ୍କ ମଧ୍ୟରେ କେହି ଦୁର୍ବୃତ୍ତ ଟ୍ରେନ ଉପରକୁ ପଥର ଫିଙ୍ଗିବାରୁ କୋଚର ୱିଣ୍ଡୋ ପେନ୍ ନଷ୍ଟ ହୋଇଛି । କୌଣସି ଯାତ୍ରୀ ଆହାତ ହୋଇନଥିବା ସୂଚନା ମିଳିଛି । ପଥର ମାଡ ଘଟଣା ପରେ କଟକରୁ ଆରପିଏଫର ସହକାରୀ ସୁରକ୍ଷା ଆୟୁକ୍ତ ଘଟଣା ସ୍ଥଳକୁ ଯାଇଛନ୍ତି ।

ଭୁବନେଶ୍ୱର-ସମ୍ବଲପୁର ରେଳ ଲାଇନର ଢେଙ୍କାନାଳ-ଅନୁଗୁଳ ରେଳ ସେକ୍ସନର ମେରାମଣ୍ଡଳୀ ଏବଂ ବୁଢ଼ାପଙ୍କ ମଧ୍ୟରେ ଟ୍ରେନ ଉପରକୁମଥର ମାଡ ହୋଇଥିଲା । ଯାହା ଫଳରେ ଏହାର ଏଜୁକ୍ୟୁଟିଭ୍ କ୍ଲାସ୍ କୋଚର ଝରକା କାଚ ଭାଙ୍ଗିଯାଇଛି । ତେବେ ବନ୍ଦେ ଭାରତକୁ ପଥର ମାଡ ଘଟଣା ପ୍ରଥମ ନୁହଁ । ଦେଶର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଏହିପରି ଘଟଣା ଘଟିଥିବା ନଜରକୁ ଆସିଛି। ତେବେ ଏପର୍ଯ୍ୟନ୍ତ କୌଣସି ଘଟଣାରେ ଯାତ୍ରୀଙ୍କ କ୍ଷତି ହୋଇନାହାଁନ୍ତି।

ପୂର୍ବ ତଟ ରେଳପଥର ସୁରକ୍ଷା ୱିଙ୍ଗ ଏହାକୁ ଗୁରୁତର ସହ ନେଇଛି । ରେଳ ସୁରକ୍ଷା ବଳ(ଆରପିଏଫ) ଏବଂ ସରକାରୀ ରେଳ ପୋଲିସ (GRP)କୁ ସତର୍କ କରାଇଛି । କଟକରୁ ଆରପିଏଫର ସହକାରୀ ସୁରକ୍ଷା ଆୟୁକ୍ତଙ୍କୁ ଘଟଣାସ୍ଥଳକୁ ପଠାଯାଇଛି । ଏ ସମ୍ପର୍କରେ ମଧ୍ୟ ସ୍ଥାନୀୟ ପୋଲିସକୁ ମଧ୍ୟ ସୂଚନା ଦିଆଯାଇଛି। ପଥର ଫିଙ୍ଗିବା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି । ସ୍ଥାନୀୟ ପୋଲିସ ସହ ସମନ୍ୱୟ ରକ୍ଷା କରି ପୂର୍ବତଟ ରେଳପଥର ଉଭୟ ସୁରକ୍ଷା ୱିଙ୍ଗ ଅପରାଧୀଙ୍କୁ ଖୋଜିବା ପାଇଁ କାର୍ଯ୍ୟରେ ଅଛନ୍ତି।

ଏହା ମଧ୍ୟ ପଢନ୍ତୁ-ପୁଣି ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ, ଭାଙ୍ଗିଲା ଟ୍ରେନର ଝରକା କାଚ

ସୂଚନା ଅନୁଯାୟୀ, ଅପରେସନ୍ ସାଥୀ ସମେତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ନିୟମିତ ଭାବରେ ରେଳ ଟ୍ରାକ୍ ନିକଟରେ ଥିବା ଜନବହୁଳ ଅଞ୍ଚଳରେ କ୍ରମାଗତ ଭାବେ କରାଯାଉଛି । ଲୋକଙ୍କୁ ପଥର ଫିଙ୍ଗିବା ଏବଂ ଏହାର ପରିଣାମ ପ୍ରତି ସଚେତନ ମଧ୍ୟ କରାଯାଉଛି । ପ୍ରଭାବିତ ସ୍ଥାନଗୁଡିକରେ ମଦ୍ୟପ ଓ ଅସାମାଜିକ ଲୋକଙ୍କ ଉପରେ ନିୟମିତ ଭାବରେ ନଜର ରଖାଯାଇଛି । ଏହାସହ ଧରା ପଡ଼ିଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଆଇନଗତ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ତୁରନ୍ତ ସହାୟତା ପାଇଁ ଯାତ୍ରୀମାନେ ରେଳ ମଦଦ ପୋର୍ଟାଲରେ ସିଧାସଳଖ କିମ୍ବା ହେଲ୍ପଲାଇନ ନମ୍ବର 139 ମାଧ୍ୟମରେ ଅଭିଯୋଗ କରିପାରିବେ (ଜାତୀୟ ଜରୁରୀକାଳୀନ ନମ୍ବର 112 ସହିତ ସଂଯୁକ୍ତ)। ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ରେଳବାଇ ଯାତ୍ରୀମାନଙ୍କ ସହିତ ନିୟମିତ ଯୋଗାଯୋଗରେ ଅଛି ଏବଂ ସତର୍କତା ବିଷୟରେ ସୂଚନା ପ୍ରଦାନ କରୁଛି ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.