ETV Bharat / state

HC Bench In Western Odisha: ବେଞ୍ଚ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଦେଇନାହାନ୍ତି ପୂର୍ଣ୍ଣାଙ୍ଗ ପ୍ରସ୍ତାବ

author img

By

Published : Jul 22, 2023, 7:48 AM IST

Updated : Jul 22, 2023, 3:56 PM IST

ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଦେଇନାହାନ୍ତି ପୂର୍ଣାଙ୍ଗ ପ୍ରସ୍ତାବ
ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଦେଇନାହାନ୍ତି ପୂର୍ଣାଙ୍ଗ ପ୍ରସ୍ତାବ

ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଏହା କହିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ । ସେ କହିଛନ୍ତି ଯେ, ବେଞ୍ଚ ପ୍ରତିଷ୍ଠା ପାଇଁ ସମ୍ପୃକ୍ତ ରାଜ୍ୟର ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସମ୍ମତି ସହ ରାଜ୍ୟପାଳଙ୍କ ଦେଇ ପ୍ରସ୍ତାବ ଆସିବା ଦରକାର । ୨୦୧୯ରେ ଜଲପାଇଗୁଡ଼ିରେ କଲିକତା ହାଇକୋର୍ଟର ସର୍କିଟ ବେଞ୍ଚ ପ୍ରତିଷ୍ଠା ହୋଇଥିଲା । ଏହାକୁ ରାଜ୍ୟ ରାଜନୀତି ସରଗରମ ହୋଇଛି । ଅଧିକ ପଢନ୍ତୁ

ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଦେଇନାହାନ୍ତି ପୂର୍ଣାଙ୍ଗ ପ୍ରସ୍ତାବ

ଭୁବନେଶ୍ବର: ପଶ୍ଚିମ ଓଡିଶାରେ କେବେ ପ୍ରତିଷ୍ଠା ହେବ ହାଇକୋର୍ଟର ସ୍ଥାୟୀ ବେଞ୍ଚ ? ଏନେଇ ବାରମ୍ବାର ଦାବି ହେଉଥିଲେ ବି ପ୍ରକ୍ରିୟା ଆଗକୁ ବଢ଼ିବାର ନାଁ ନେଉନାହିଁ । କେନ୍ଦ୍ର-ରାଜ୍ୟ ପରସ୍ପରଙ୍କ କୋର୍ଟକୁ ବଲ ଫିଙ୍ଗାଫିଙ୍ଗି ଭିତରେ ଅଟକିଛି ଦାବି । ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଦେଇନଥିବା ସୂଚନା ମିଳିଛି । ବର୍ତ୍ତମାନ କୌଣସି ରାଜ୍ୟରୁ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଆସିନାହିଁ । ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଏହା କହିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ । ସେ କହିଛନ୍ତି ଯେ, ବେଞ୍ଚ ପ୍ରତିଷ୍ଠା ପାଇଁ ସମ୍ପୃକ୍ତ ରାଜ୍ୟର ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସମ୍ମତି ସହ ରାଜ୍ୟପାଳଙ୍କ ଦେଇ ପ୍ରସ୍ତାବ ଆସିବା ଦରକାର । ୨୦୧୯ରେ ଜଲପାଇଗୁଡ଼ିରେ କଲିକତା ହାଇକୋର୍ଟର ସର୍କିଟ ବେଞ୍ଚ ପ୍ରତିଷ୍ଠା ହୋଇଥିଲା । ଏହାକୁ ରାଜ୍ୟ ରାଜନୀତି ସରଗରମ ହୋଇଛି ।

ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଦେଇନାହାନ୍ତି ପୂର୍ଣାଙ୍ଗ ପ୍ରସ୍ତାବ
ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଦେଇନାହାନ୍ତି ପୂର୍ଣାଙ୍ଗ ପ୍ରସ୍ତାବ

କଂଗ୍ରେସର ବରିଷ୍ଠ ବିଧାୟକ ନରସିଂହ ମିଶ୍ର କହିଛନ୍ତି,‘‘ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି । କିନ୍ତୁ ନିୟମ ଅନୁସାରେ ଦେଇ ନାହାନ୍ତି । ଆଇନ ଅନୁସାରେ ପ୍ରସ୍ତାବ ନଦେଲେ କେନ୍ଦ୍ର ସରକାର ତାହା ଗ୍ରହଣ କରେନାହିଁ । କପିଲ ଶିବଲ କେନ୍ଦ୍ର ଆଇନ ମନ୍ତ୍ରୀ ଥିବାବେଳେ ସେ ସମୟରେ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ । ପଶ୍ଚିମ ଓଡିଶା ହାଇକୋର୍ଟର ବେଞ୍ଚ ପ୍ରତିଷ୍ଠା ପାଇଁ ନୀତିଗତ ନିଷ୍ପତ୍ତି ନେଉଛୁ । କିନ୍ତୁ ସୁପ୍ରିମକୋର୍ଟଙ୍କ ଜଜମେଣ୍ଟ ଅନୁସାରେ ରାଜ୍ୟ ଦରଖାସ୍ତ କରୁ । କେଉଁ ସ୍ଥାନରେ ବେଞ୍ଚ ପ୍ରତିଷ୍ଠା ହେବ, କଣ ସୁବିଧା ଅସୁବିଧା ଅଛି, ଖର୍ଚ୍ଚ ବହନ କରିବେ ନା ନାହିଁ । ରାଜ୍ୟ ସରକାର ସେଥିପାଇଁ କମିଶନ ବସାଇଥିଲେ । ପାଲ କମିଶନରେ କଣ ଲେଖା ଗଲା ଜଣାପଡିଲା ନାହିଁ । ତାକୁ ସରକାର ଦବେଇ ଦେଲେ । ଦାବି ଦାବି ହୋଇ ରହିଗଲା । ଯେଉଁଥି ପାଇଁ ପଶ୍ଚିମ ଓଡିଶାବାସୀ କ୍ଷୁବ୍ଧ । କିନ୍ତୁ କେନ୍ଦ୍ର ସରକାର ଚାହିଁଥିଲେ ଓଡିଶା ସରକାର ଉପରେ ଚାପ ପକେଇଥାନ୍ତେ । ରିପୋର୍ଟ ନେଇଥାନ୍ତେ ।’’

ସେହିପରି ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି, ‘‘ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ବତନ୍ତ୍ର ବେଞ୍ଚ ପ୍ରତିଷ୍ଠାକୁ ବିଜେଡି ସରକାର ଚାହୁଁନାହାନ୍ତି । ଯଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପଶ୍ଚିମ ଓଡିଶା ବାସୀଙ୍କ ପ୍ରତି ଆନ୍ତରିକତା ଥାନ୍ତା, କେବେ ଠାରୁ ବେଞ୍ଚ ପ୍ରତିଷ୍ଠା ହୋଇସାରନ୍ତାଣି । ଜଶବନ୍ତ କମିଶନଙ୍କ ରିପୋର୍ଟ ଆଧାରରେ ବିଭିନ୍ନ ରାଜ୍ୟରେ ହାଇକୋର୍ଟର ବେଞ୍ଚ ପ୍ରତିଷ୍ଠା ହେଉଛି । ବିଭିନ୍ନ ସମୟରେ ବିଜେଡି ସାଂସଦ ପଚାରିଥିବା ପ୍ରଶ୍ନରେ କେନ୍ଦ୍ରମନ୍ତ୍ରୀ ଉତ୍ତର ରଖି ସାରିଛନ୍ତି । ଆଇନ ମନ୍ତ୍ରଣାଳୟ ଅନେକ ଥର ଓଡିଶା ସରକାର ମଧ୍ୟ ଚିଠି କରିଛନ୍ତି । ହାଇକୋର୍ଟଙ୍କ ସହ ବିଚାର ବିମର୍ଷ କରି ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ଦେବାକୁ କୁହାଯାଇଛି । ହେଲେ ଏଯାଏଁ ରିପୋର୍ଟ ଦେଲେ ନାହିଁ । ପଶ୍ଚିମ ଓଡିଶାର ଲୋକଙ୍କୁ କେବଳ ଭକୁଆ ବନେଇ ଚାଲିଛନ୍ତି ।’’

ଅଭିଯୋଗର ଜବାବ ରଖିଛନ୍ତି ବିଜେଡି ବିଧାୟକ ରାଜକିଶୋର ଦାସ । ସେ କହିଛନ୍ତି, ‘‘କେନ୍ଦ୍ର ସରକାର ସବୁକଥାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ଗୋଟେ କଥାକୁ ତୋଡିମୋଡି କହିବା । ନିଜ ଉପରକୁ ଦୋଷ ନଆଣି ଅନ୍ୟ ଉପରେ ଠେଲିବା । ରାଜ୍ୟ ଏଇୟା କଲା, ସେଇୟା କଲା କହିବା । କେନ୍ଦ୍ର ବାସ୍ତବରେ ନିଷ୍ପତ୍ତି ନେବା ଦରକାର । ନିଶ୍ଚିତ ଭାବେ ରାଜ୍ୟ କୋର୍ଟକୁ କେନ୍ଦ୍ର ବଲ ଫିଙ୍ଗୁଛି । ତାଙ୍କ ନିଷ୍ପତ୍ତି ସେ ନନେଇ ରାଜ୍ୟ କଲାନାହିଁ’’ ବୋଲି କହୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jul 22, 2023, 3:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.