ETV Bharat / state

Early Election Speculation: ଆଗୁଆ ନିର୍ବାଚନ ଚର୍ଚ୍ଚାକୁ ନେଇ ବିଜେଡି-ବିଜେପି କଥା କଟାକଟି

author img

By

Published : Aug 14, 2023, 11:02 PM IST

ଆଗୁଆ ନିର୍ବାଚନ ଚର୍ଚ୍ଚାକୁ ନେଇ ବିଜେଡି- ବିଜେପି କଥା କଟାକଟି
ଆଗୁଆ ନିର୍ବାଚନ ଚର୍ଚ୍ଚାକୁ ନେଇ ବିଜେଡି- ବିଜେପି କଥା କଟାକଟି

ବିରୋଧୀ ଦଳ ମୁଖ୍ୟସଚେତକ ମୋହନ ଚରଣ ମାଝୀ କହିଛନ୍ତି ଯେ, ସାଧାରଣ ଭାବେ ଶୀତକାଳୀନ ଅଧିବେଶନରେ ସପ୍ଲିମେଣ୍ଟାରୀ ବଜେଟ ଆସେ । ଅକ୍ଟୋବର ସୁଦ୍ଧା ପ୍ରସ୍ତୁତ କରିବାକୁ ବିଭାଗ ନିର୍ଦ୍ଦେଶ ଦେଇଥାଏ । ଜୁଲାଇ 31 ତାରିଖ ସୁଦ୍ଧା ନିର୍ଦ୍ଦେଶ ଦିଆଯାଇନାହିଁ । ଏହାର ଅର୍ଥ ଆଗୁଆ ନିର୍ବାଚନ ହୋଇପାରେ । ଜୁଲାଇ ଶେଷ ବା ଅଗଷ୍ଟ ପ୍ରାରମ୍ଭରେ ବିଧାନସଭାର ବର୍ଷାକାଳିନ ଅଧିବେଶନ ବସେ । ଏଥର ବର୍ଷାକାଳୀନ ଅଧିବେଶନ ପାଇଁ ସରକାର କିମ୍ବା ବିଧାନସଭା ପକ୍ଷରୁ ନିଷ୍ପତ୍ତି ନେଇନାହାନ୍ତି । ଅଧିକ ପଢନ୍ତୁ

ଆଗୁଆ ନିର୍ବାଚନ ଚର୍ଚ୍ଚାକୁ ନେଇ ବିଜେଡି- ବିଜେପି କଥା କଟାକଟି

ଭୁବନେଶ୍ବର: ଆଗୁଆ ନିର୍ବାଚନ ଚର୍ଚ୍ଚାକୁ ନେଇ ପୁଣି ଥରେ ବିଜେପି-ବିଜେଡି ମଧ୍ୟରେ କଟାକଟି ହୋଇଛି । କେନ୍ଦ୍ର ଯେତେବେଳେ ନିର୍ବାଚନ କରିବ ରାଜ୍ୟ ସେତେବେଳେ ନିର୍ବାଚନ କରୁ ବୋଲି ବିଜେପି ଦାବି କରିଛି । ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ସରକାର ଚାହିଁଲେ ଯେ କୌଣସି ସମୟରେ ସରକାର ଭାଙ୍ଗି ଆଗୁଆ ନିର୍ବାଚନ କରିପାରିବେ । ପୂର୍ବରୁ ଅନେକ ଥର ଆଗୁଆ ନିର୍ବାଚନ ହୋଇଛି, ଏଥିରେ କିଛି ନୂଆ କଥା ନାହିଁ ବୋଲି ବିଜେଡି କହିଛି ।

ବିରୋଧୀ ଦଳ ମୁଖ୍ୟସଚେତକ ମୋହନ ଚରଣ ମାଝୀ କହିଛନ୍ତି ଯେ, ସାଧାରଣ ଭାବେ ଶୀତକାଳୀନ ଅଧିବେଶନରେ ସପ୍ଲିମେଣ୍ଟାରୀ ବଜେଟ ଆସେ । ଅକ୍ଟୋବର ସୁଦ୍ଧା ପ୍ରସ୍ତୁତ କରିବାକୁ ବିଭାଗ ନିର୍ଦ୍ଦେଶ ଦେଇଥାଏ । ଜୁଲାଇ 31 ତାରିଖ ସୁଦ୍ଧା ନିର୍ଦ୍ଦେଶ ଦିଆଯାଇନାହିଁ । ଏହାର ଅର୍ଥ ଆଗୁଆ ନିର୍ବାଚନ ହୋଇପାରେ । ଜୁଲାଇ ଶେଷ ବା ଅଗଷ୍ଟ ପ୍ରାରମ୍ଭରେ ବିଧାନସଭାର ବର୍ଷାକାଳିନ ଅଧିବେଶନ ବସେ । ଏଥର ବର୍ଷାକାଳୀନ ଅଧିବେଶନ ପାଇଁ ସରକାର କିମ୍ବା ବିଧାନସଭା ପକ୍ଷରୁ ନିଷ୍ପତ୍ତି ନେଇନାହାନ୍ତି । ବିଧିବଦ୍ଧ ପ୍ରସ୍ତାବ ମଧ୍ୟ ଯାଇନାହିଁ । ବର୍ଷାକାଳିନ ଅଧିବେଶନ ହୋଇନପାରେ । ଯଦି ହେବ ବିଳମ୍ବରେ ହୋଇପାରେ । ବର୍ଷା ଓ ଶୀତ ମଧ୍ୟରେ ଗୋଟେ ସ୍ବତନ୍ତ୍ର ଅଧିବେଶନ ହେଲେ ଅଗୁଆ ନିର୍ବାଚନ ହୋଇପାରେ । ସରକାରଙ୍କ ଚଳନ ଓ କାର୍ଯ୍ୟକ୍ରମରୁ ଆଗୁଆ ନିର୍ବାଚନ ଆକଳନ କରାଯାଉଛି । କେନ୍ଦ୍ର ଏକକ ନିର୍ବାଚନ ଉପରେ ଗୁରୁତ୍ବ ଦେଉଛି । ତେଣୁ ମାର୍ଚ୍ଚ କିମ୍ବା ଏପ୍ରିଲରେ ନିର୍ବାଚନ ହୋଇପାରେ । ଆମେ ଚାହୁଁ କେନ୍ଦ୍ର ଯେତେବେଳେ ନିର୍ବାଚନ କରିବ ରାଜ୍ୟ ସେତେବେଳେ ନିର୍ବାଚନ କରୁ ।

ଏହାବି ପଢନ୍ତୁ- ଦୁଇଟି ନିର୍ବାଚନ ଏକାସାଙ୍ଗରେ କଲେ ପ୍ରଭାବିତ ହେବ, ସେଥିପାଇଁ ବିଜେଡି ଆଗୁଆ ନିର୍ବାଚନ କରିବାକୁ ଚାହୁଁଛି: ମନମୋହନ

ସେପଟେ ଶାସକ ଦଳ ବିଧାୟକ ପର୍ଶୁରାମ ଧଡ୍ଡା କହିଛନ୍ତି ଯେ, ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ରାଜ୍ୟ କିମ୍ବା କେନ୍ଦ୍ର ସରକାର ଚାହିଁଲେ ଯେକୌଣସି ସମୟରେ ସରକାର ଭାଙ୍ଗି ପାରିବେ । କିନ୍ତୁ ରାଜ୍ୟ ସରକାର କେବେ, କେଉଁଠି ଆଗୁଆ ନିର୍ବାଚନ ପାଇଁ କହି ନାହାନ୍ତି । ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଅନ୍ୟ ବିଜେପି ନେତା କେଉଁଠୁ ଏକଥା ଜାଣିଲେ ସେ ବାବଦରେ ସେ ଜାଣିଥିବେ । ଯଦି ବି ଆଗୁଆ ନିର୍ବାଚନ ହୁଏ ଏଥିରେ କିଛି ନୂଆ କଥା ନାହିଁ । ପୂର୍ବରୁ ବି ଅନେକ ଥର ଆଗୁଆ ନିର୍ବାଚନ ହୋଇଛି । ଅପରାଜିତାଙ୍କର ରାଜନୈତିକ ଅଭିଜ୍ଞତା ନଥିବାରୁ ସେ ବୁଝି ପାରୁନାହାନ୍ତି । ସାମ୍ବିଧାନିକ ବ୍ୟବସ୍ଥାରେ 5 ବର୍ଷ ପାଇଁ ସରକାରଙ୍କୁ ଲୋକ ମ୍ୟାଣ୍ଡେଟ୍ ଦେଇଥାନ୍ତି । ସେହି ସାମ୍ବିଧାନିକ ବ୍ୟବସ୍ଥାରେ ବି ଏହା ରହିଛି ଯେ, ଯେତେବେଳେ ସରକାର ଚାହିଁବେ ଯେକୌଣସି ସମୟରେ ସରକାର ଭାଙ୍ଗି ପାରିବେ । ନିର୍ବାଚନ କରିପାରିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.