ETV Bharat / state

କାର୍ଯ୍ୟନିର୍ବାହୀ ବାଚସ୍ପତିଙ୍କ ଘରେ ପଶିଲା ସାପ, ଉଦ୍ଧାର କଲା ସ୍ନେକ ହେଲ୍ପଲାଇନ

author img

By

Published : Aug 4, 2023, 9:28 PM IST

କାର୍ଯ୍ୟନିର୍ବାହୀ ବାଚସ୍ପତିଙ୍କ ଘରେ ପଶିଲା ସାପ
କାର୍ଯ୍ୟନିର୍ବାହୀ ବାଚସ୍ପତିଙ୍କ ଘରେ ପଶିଲା ସାପ

କାର୍ଯ୍ୟନିର୍ବାହୀ ବାଚସ୍ପତିଙ୍କ ଘରେ ପଶିଲା ସାପ । ବିଷହୀନ ସାପକୁ ଉଦ୍ଧାର କଲା ସ୍ନେକ ହେଲ୍ପଲାଇନ । ଉଦ୍ଧାର ସାପକୁ ପ୍ରାକୃତିକ ଆବାସସ୍ଥଳୀରେ ଛାଡି ଦେଇଛି ସ୍ନେକ ହେଲ୍ପଲାଇନ । ଅଧିକ ପଢନ୍ତୁ

କାର୍ଯ୍ୟନିର୍ବାହୀ ବାଚସ୍ପତିଙ୍କ ଘରେ ପଶିଲା ସାପ

ଭୁବନେଶ୍ବର: ଓଡିଶା ବିଧାନସଭାର କାର୍ଯ୍ୟନିର୍ବାହୀ ବାଚସ୍ପତି ଘରେ ପଶିଲା ସାପ । କାର୍ଯ୍ୟନିର୍ବାହୀ ବାଚସ୍ପତିଙ୍କ ଘରେ ପଶିଥିବା ସାପକୁ ଉଦ୍ଧାର କରାଯାଇଛି । କାର୍ଯ୍ୟନିର୍ବାହୀ ବାଚସ୍ପତିଙ୍କ ଘରେ ପଶିଥିବା ବିଷହୀନ କଉଡ଼ିଆ ସାପକୁ ଉଦ୍ଧାର କରିଛି ସ୍ନେକ ହେଲ୍ପଲାଇନ । ଉଦ୍ଧାର ସାପକୁ ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦେଇଛି ସ୍ନେକ ହେଲ୍ପଲାଇନ ।

ସୂଚନା ଅନୁଯାୟୀ, ଓଡ଼ିଶା ବିଧାନସଭାର କାର୍ଯ୍ୟନିର୍ବାହୀ ବାଚସ୍ପତି ରଜନୀକାନ୍ତ ସିଂହଙ୍କ ସରକାରୀ ବାସଭବନରେ ପଶିଥିଲା ସାପ । ଭୁବନେଶ୍ୱର ୟୁନିଟ-1 ସ୍ଥିତ ସରକାରୀ ବାସଭବନ VIIC-9ରେ ଥିବା କାର୍ଯ୍ୟାଳୟ ଭିତର ବାଥ୍‌ରୁମ୍‌ରେ ଜାଲି ଭିତରେ ଏଇ କଉଡ଼ିଆ ସାପ ଫସି ଯାଇଥିବା ଦେଖାଯାଇଥିଲା । କାର୍ଯ୍ୟାଳୟର କର୍ମଚାରୀମାନେ ଭୟଭୀତ ହୋଇ ସ୍ନେକ ହେଲ୍ପଲାଇନକୁ ଖବର ଦେଇଥିଲେ । ସ୍ନେକ ହେଲ୍ପଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ସ୍ନେକ ହେଲ୍ପଲାଇନ୍‌ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, "ସାପକୁ ବାହାରକୁ ବାହାର କରିବା କଷ୍ଟକର ବ୍ୟାପାର ଥିଲା । କାରଣ ସାପଟି କିଛି ଗୋଟେ ଖାଇବା ପରେ ଷ୍ଟିଲ ଜାଲି ଭିତରେ ଫସି ଯାଇଥିଲା । ହେଲେ ବାହାରକୁ ବାହାରି ପାରୁ ନଥିଲା । ଅନ୍ୟ ଉପାୟ ନପାଇ ସେଠାରେ ଉପସ୍ଥିତ କର୍ମଚାରୀଙ୍କୁ ସେଇ ଜାଲିକୁ ଖୋଳି ବାହାର କରିବାକୁ ପଡିଥିଲା । ଜାଲିକୁ ଖୋଳିବା ପରେ ସେଇ ଜାଲିରେ ଫସିଥିବା ଅବସ୍ଥାରେ ସାପକୁ ସ୍ନେକ ହେଲ୍ପ ଲାଇନ କାର୍ଯ୍ୟାଳୟକୁ ଅଣାଯାଇଥିଲା । ମେଟାଲ କଟର ବ୍ୟବହାର କରି ଷ୍ଟିଲ ଜାଲିଟିକୁ କାଟିବା ପରେ ସାପ ମୁକ୍ତ ହୋଇଥିଲା । ସାପକୁ ଉଦ୍ଧାର କରିବା ସମୟରେ ସାପଟିର ଦେହରେ ସାମାନ୍ୟ ଆଘାତ ମଧ୍ୟ ଲାଗିଥିଲା । କ୍ଷତ ସ୍ଥାନରେ ବେଟାଡିନ ପାଉଡର ପକେଇବା ପରେ ସାପକୁ ଅନ୍ୟତ୍ର ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦିଆ ଯାଇଛି ।’’

ଅଧିକ ପଢନ୍ତୁ: ଘରେ ପଶିଲା ୧୧ ଫୁଟ ଲମ୍ବା ଅଜଗର, ଉଦ୍ଧାର କଲା ସ୍ନେକ୍‌ ହେଲ୍ପଲାଇନ

ସେ ଅହୁରୀ ମଧ୍ୟ କହିଛନ୍ତି,"କଉଡ଼ିଆ ସାପ ବା କମନ ଉଲ୍ଫ ସ୍ନେକ ଏକ ବିଷହୀନ ସାପ । କିନ୍ତୁ ଲୋକମାନେ ଏହାର ଶରୀର ରଙ୍ଗ ପାଇଁ ବିଷଧର ଚିତି ସାପ ବୋଲି ଭ୍ରମରେ ପଡ଼ିଥାଆନ୍ତି । ଏଣୁ ଏଇ ସାପ ପାଇଁ କେହି ମଧ୍ୟ ଭୟଭୀତ ହେବା ଦରକାର ନାହିଁ । ଏହସହ ବର୍ଷାଦିନରେ ସାପର ଆତଙ୍କ ବଢିଥାଏ । ତେଣୁ ସାପ ଘରେ ପଶିଲେ ତୁରନ୍ତ ସ୍ନେକ ହେଲ୍ପଲାଇନ ସହ ଯୋଗଯୋଗ କରନ୍ତୁ । ହେଲ୍ପଲାଇନ ସଦସ୍ୟ ନଆସିବା ପର୍ଯ୍ୟନ୍ତ ସାପ ଥିବା ସ୍ଥାନରୁ ଦୂରେଇ ରୁହନ୍ତୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.