ETV Bharat / state

ଫିଲ୍ମି ଫ୍ରାଇଡେରେ ରିଲିଜ ହେଲା ବାପା ସୁପରମ୍ୟାନ, କାହାଣୀ କପି ନେଇ ଅଭିଯୋଗ

author img

By

Published : Mar 3, 2023, 8:35 PM IST

new odia film bapa superman
new odia film bapa superman

ଓଲିଉଡ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ଅଭିନୀତ ଚଳଚ୍ଚିତ୍ର ବାପା ସୁପରମ୍ୟାନ ରିଲିଜ ହୋଇଯାଇଛି । ଫିଲ୍ମକୁ ଅନେକ ଦର୍ଶକ ପସନ୍ଦ କରିଥିବା ବେଳେ କାହାଣୀ ଚୋରି ହୋଇଥିବା ନେଇ ଜଣେ ଯୁବକ ଅଭିଯୋଗ କରିଛନ୍ତି । ଅଧିକ ପଢ଼ନ୍ତୁ

ଫିଲ୍ମ ଫ୍ରାଇଡେରେ ରିଲିଜ ହେଲା ବାପା ସୁପରମ୍ୟାନ

ଭୁବନେଶ୍ବର: ଫିଲ୍ମି ଫ୍ରାଇଡେରେ ରିଲିଜ ହୋଇଛି ଓଲିଉଡ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ଚଳଚ୍ଚିତ୍ର ବାପା ସୁପରମ୍ୟାନ । ଭୁବନେଶ୍ବରରେ ଚଳଚ୍ଚିତ୍ରର ପ୍ରିମିୟର ହୋଇଯାଇଛି । ଯେଉଁଥିରେ ସିଦ୍ଧାନ୍ତ ବାପା ଭୂମିକାରେ ନଜର ଆସୁଥିବା ବେଳେ ପୁଅର ଚରିତ୍ର ନିଭାଇଛନ୍ତି ଶୁଭମ୍ । ଏକ ମୌଳିକ କାହାଣୀ ଉପରେ ଆଧାରିତ ଫିଲ୍ମଟିକୁ ଦର୍ଶକଙ୍କୁ ବେଶ ପସନ୍ଦ ଆସିବ ବୋଲି ପ୍ରଯୋଜକ ଆଶା ରଖିଛନ୍ତି ।

ଏ ଦୁନିଆ ସବୁବେଳେ ମା’ର ତ୍ୟାଗକୁ ଦେଖି ଆସିଛି । କିନ୍ତୁ ପିଲାଙ୍କ ପାଇଁ ବାପାଙ୍କ ତ୍ୟାଗ, ସେବା, କଷ୍ଟ ଦୁନିଆ ସାମ୍ନାକୁ ଆସି ପାରେନି । କାରଣ ବାପା ତାର କର୍ତ୍ତବ୍ୟକୁ ସବୁ ବେଳେ ଦାୟିତ୍ୱ ଭାବରେ ପଛରେ ରହି କରିଥାଆନ୍ତି । ଆଉ ସନ୍ତାନର ଛାଟ ହୋଇ ତାକୁ ସୁରକ୍ଷା ଦେଇଥାନ୍ତି । ସେମିତି ଜଣେ ବାପାଙ୍କ ତ୍ୟାଗର କାହାଣୀ ଦେଖିବାକୁ ମିଳିଛି ଏହି ଫିଲ୍ମରେ । ସ୍ଵାତି ହଲରେ ଏହି ସିନେମା ରିଲିଜ୍‌ ହୋଇଛି । ବଡ ପରଦାକୁ ବାପା ସୁପରମ୍ୟାନକୁ ଦେଖିଛନ୍ତି ଦର୍ଶକ । ବାପାଙ୍କ ତ୍ୟାଗ ଓ ଭଲପାଇବାର ନିଦର୍ଶନ ଏହି ଚଳଚ୍ଚିତ୍ରରେ ଦେଖିବାକୁ ପାଇଛନ୍ତି ଦର୍ଶକ । ଯାହା ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି । ଆଉ ସିନେମା ଦେଖିସାରି ଅନେକ ବାପାଙ୍କ ତ୍ୟାଗ ଓ କାହାଣୀ କହିଥିବା ବେଳେ ଏହି ଫିଲ୍ମ ଦେଖି ଏକ ନିଆରା ଅନୁଭୂତି ନେଇ ଫେରିଛନ୍ତି ।

ତେବେ ମୌଳିକ କାହାଣୀ ଉପରେ ଏହି ଫିଲ୍ମ ଆଧାରିତ ହୋଇଥିବା ବେଳେ ଓଁକାର ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ହୋଇଛି ଚଳଚ୍ଚିତ୍ର ବାପା ସୁପରମ୍ୟାନ । ସୁଧାଂଶୁ ମୋହନ ସାହୁଙ୍କ ଦ୍ଵାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକା ତଥା ବାପା ଭୂମିକାରେରେ ଅଛନ୍ତି ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ଆଉ ତାଙ୍କ ପୁଅ ଭୂମିକାରେ ଅଛନ୍ତି ଶୁଭମ୍ । ଅନ୍ୟ ଭୂମିକାରେ ସୁପ୍ରିୟା ଶୁଭ୍ରାଂଶୁ ସୋଫିଆ ଆଲମ୍ ପ୍ରକାଶ ଜେନା ପ୍ରମୁଖ ଅଭିନୟ କରିଛନ୍ତି । ଚଳଚ୍ଚିତ୍ରର କାହାଣୀ ଲେଖିଛନ୍ତି ପ୍ରିୟବ୍ରତ ପଣ୍ଡା । ପ୍ରଯୋଜନା ଦାୟିତ୍ୱ ତୁଲାଇଛନ୍ତି ରଶ୍ମିପ୍ରଭା ପାଣି ।

ସିନେମାର ମୁଖ୍ୟ ଚରିତ୍ରରେ ସିଦ୍ଧାନ୍ତ ମହାପତ୍ର ନଜର ଆସିଛନ୍ତି । ସିନେମା ହଲ୍‌ ବି ହାଉସଫୁଲ ରହିଛି । ଆଜି(ଶୁକ୍ରବାର) ପ୍ରଥମ ସୋ ହୋଇଥିବା ବେଳେ ସ୍କୁଲ୍‌ ପିଲାଙ୍କ ସମେତ ନାୟକ କଳାକାର ମଧ୍ୟ ହଲ ଆସି ସିନେମା ଦେଖିଛନ୍ତି । ବାପା ଓ ପୁଅର ସ୍ନେହ ପ୍ରେମ ଓ ଭଲପାଇବାର କାହାଣୀ ରହିଥିବା ବେଳେ ଯୁବବର୍ଗଙ୍କୁ ବି ବେଶ ପସନ୍ଦ ଆସିଛି ଏହି ସିନେମା । ସେପଟେ ନିଜ କାହାଣୀର ଚୋରି ହୋଇଛି ବୋଲି କହିଛନ୍ତି ଜଣେ ଲେଖକ କୃଷ୍ଣ ସାହୁ । ସେ ଲେଖିଥିବା କାହାଣୀ ଚୋରି ହୋଇଛି ବୋଲି କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, "ସିଦ୍ଧାନ୍ତ ମହାପାତ୍ର ଏଥିରେ ଅଭିନୟ କରିଛନ୍ତି, ତେଣୁ ମୁଁ ଆଜି କିଛି କହିବିନି । କିନ୍ତୁ ଏଥିରେ ଅଭିନୟ କରିଥିବା ଅଭିନେତା ପ୍ରକାଶ ଜେନା ମୋ ବନ୍ଧୁ ମୋ କାହାଣୀ ଅର୍ଥାତ ମୁଁ ଲେଖିଥିବା ବାପା ବିଷୟ ବସ୍ତୁକୁ ଚୋରି କରି ଏହି ସିନେମା କରାଯାଇଛି । ତେଣୁ ମତେ ନ୍ୟାୟ ମିଳୁ, ଏହି ସିନେମାର କପିକୁ ନେଇ ହାଇକୋର୍ଟର ଦ୍ଵରାସ୍ତ ହୋଇଛି । ପ୍ରକାଶ ଜେନା ମୋ ସାଙ୍ଗ ହୋଇଥିବା ବେଳେ ସେ ମୋ କାହାଣୀ ବାପା ଚରିତ୍ରକୁ ଚୋରେଇ ନେଇ ବାପା ସୁପରମ୍ୟାନ୍‌ ସିନେମା କରିଛନ୍ତି ।" ଏହାକୁ ନେଇ ସେ ହଲ୍‌ରେ ଆସି ପାଟିତୁଣ୍ଡ କରିଥିଲେ ଆଉ ସିଦ୍ଧାନ୍ତ ମହାପାତ୍ରଙ୍କୁ ପ୍ରଣାମ କରି ଅଭଯୋଗ ଶୁଣାଇଥିଲେ । ପରେ ସିଦ୍ଧାନ୍ତ ମହାପତ୍ର ତାଙ୍କୁ ବୁଝାଇବା ସହ ସିନେମାଟି ଦେଖି ଅଭିଯୋଗ କରିବା ପାଇଁ ଅନୁରୋଧ କରିଥିଲେ ସିଦ୍ଧାନ୍ତ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.