ETV Bharat / state

ଖୋର୍ଦ୍ଧାରେ ଚାଞ୍ଚଲ୍ୟ, ବିଲରେ ପଡିଛି କଟା ହାତ

author img

By ETV Bharat Odisha Team

Published : Dec 25, 2023, 1:42 PM IST

ବିଲରେ ପଡିଛି କଟା ହାତ
Severed hand

Severed hand found: ମାନପୁର ଗାଁ ନିକଟ ବିଲରୁ କଟା ହାତ ଉଦ୍ଧାର। ପୋଲିସତର ତନାଘନା ଜାରି । ଅଧିକଗ ପଢନ୍ତୁ

ବିଲରେ ପଡିଛି କଟା ହାତ

ଖୋର୍ଦ୍ଧା: ଖୋର୍ଦ୍ଧାରେ ଚାଞ୍ଚଲ୍ୟ । ବିଲରେ ପଡିଛି କଟା ହାତ । ନରଣଗଡ଼ ଗ୍ରାମପଞ୍ଚାୟତ ମାନପୁର ଗାଁ ନିକଟ ଏକ ବିଲରୁ କଟା ହାତ ପାପୁଲି ଉଦ୍ଧାର କରାଯାଇଛି । ଏହି କଟା ହାତ କାହାର ଓ ଏହା ବିଲକୁ କିପରି ଆସିଲା ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ରବିବାର ଅପରାହ୍ନରେ ଗୋଟିଏ କୁକୁର ଏକ କଟା ହାତ ପାପୁଲା ଧରି ଖାଉଥିବା ବେଳେ ମାନପୁର ଗ୍ରାମର କେତେକ ଯୁବକ ଦେଖିବାକୁ ପାଇଥିଲେ । ଏହାପରେ ଏନେଇ ପୋଲିସକୁ ଖବର ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ଯୁବକଙ୍କୁ ହତ୍ୟା ସନ୍ଦେହ, ହୋଟେଲ ପଛପଟୁ ମିଳିଲା କଟା ହାତ

ଖବର ପାଇ ପୋଲିସ ଘଟଣା ସ୍ଥଳରେ ଜଙ୍କିଆ ପୋଲିସ ପହଞ୍ଚି କଟା ହାତ ଜବତ କରି ତଦନ୍ତ ଜାରି ରଖିଛି । ବତ କଟା ହାତଟି ବାମ ହାତ କଟା ପାପୁଲି ବୋଲି ଜଣାପଡ଼ିଛି । ତେବେ କଟା ହାତଟି କେଉଁଠୁ ଓ କିପରି ବିଲକୁ ଆସିଲା ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି । କୌଣସି ବ୍ୟକ୍ତିଙ୍କ ହାତ କାଟି ଦୁର୍ବୁତ୍ତ ମାନେ ଏଠାରେ ଫୋପାଡ଼ି ଦେଇଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି । ସେପଟେ କଟା ହାତକୁ ନେଇ ଜଙ୍କିଆ ଥାନା ଅଧିକାରିଣୀ ପ୍ରଜ୍ଞା ରିତାମ୍ଭରା କର କହିଛନ୍ତି, "ଏହା କଟା ନୁଁହ ଛିଣ୍ଡା ହାତ । ଆମେ ଖବର ପାଇ ଛିଣ୍ଡା ହାତ ଜବତ କରି 25/23ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଚଳାଇଛୁ ।" କୌଣସି ଦୁର୍ଘଟଣାରେ ଏହି ହାତ ଛିଣ୍ଡିଛି ସେନେଇ ତଦନ୍ତ ଜାରି ରହିଛି ଏବଂ ଏହି ହାତକୁ ଆଜି ଲାବ୍ରଟୋରୀକୁ ପଠାଯିବ ବୋଲି କହିଛନ୍ତି ଜଙ୍କିଆ ଥାନା ଅଧିକାରିଣୀ ।

ଏହା ମଧ୍ୟ ପଢନ୍ତୁ-ଟ୍ରେନ୍ ଦୁର୍ଘଟଣାରେ କଟିଗଲା ହାତ, କଟା ହାତ ଧରି ରାସ୍ତାରେ ଦୌଡିଲେ ଯୁବକ

ଏହା ମଧ୍ୟ ପଢନ୍ତୁ-ରାଜଧାନୀରେ ଚାଞ୍ଚଲ୍ୟ: ଅଳିଆ ଗଦାରେ ପଡ଼ିଛି କଟା ହାତ-ଗୋଡ଼

ଏହି ଘଟଣାରେ ପୋଲିସ ତଦନ୍ତ କରୁଥିବା ବେଳେ ଅଧିକ ଖବର ମିଳିପାରିନାହିଁ । ବର୍ତ୍ତମାନ ସୁଦ୍ଧା କାହାକୁ ସନ୍ଦେହ କରାଯାଇ ପଚରାଉଚରା କରାଯାଇ ନାହିଁ । ତେବେ ଏହି ଛିଣ୍ଡ ହାତ କାହାର ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ହାତଟି ମହିଳା ନା ପୁରୁଷଙ୍କର ତାହା ମଧ୍ୟ ଜଣାପଡ଼ିନି । ଏହି ହାତ ଯାହାର ସେ ବର୍ତ୍ତମାନ ଜୀବିତ ଅବସ୍ଥାରେ ଅଛନ୍ତି ନା ନାହିଁ ବୋଲି ମଧ୍ୟ ପ୍ରଶ୍ନ ଉଠିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.