ETV Bharat / bharat

ଟ୍ରେନ୍ ଦୁର୍ଘଟଣାରେ କଟିଗଲା ହାତ, କଟା ହାତ ଧରି ରାସ୍ତାରେ ଦୌଡିଲେ ଯୁବକ

author img

By ETV Bharat Odisha Team

Published : Sep 5, 2023, 8:44 PM IST

ବିହାର ସୁଲତାନଗଞ୍ଜ ଷ୍ଟେସନ ନିକଟରେ ଚଳନ୍ତା ଟ୍ରେନରୁ ପଡି କଟିଲା ଯୁବକଙ୍କ ହାତ । କଟା ହାତକୁ ଯୋଡିବା ପାଇଁ ଅନ୍ୟ ଏକ ହାତରେ ଧରି ରାସ୍ତାରେ ଦୌଡିଲେ ଯୁବକ । ଭିଡିଓ ଭାଇରାଲ । ପଢନ୍ତୁ ପୁରା ଖବର...

କଟା ହାତ ଧରି ରାସ୍ତାରେ ଦୌଡିଲେ ଯୁବକ, ଭିଡ଼ିଓ ଭାଇରାଲ
କଟା ହାତ ଧରି ରାସ୍ତାରେ ଦୌଡିଲେ ଯୁବକ, ଭିଡ଼ିଓ ଭାଇରାଲ

ବିହାର: ନିଜର କଟା ହାତ ଧରି ରାସ୍ତାରେ ଦୌଡ଼ିଲେ ଯୁବକ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବିହାରର ଭାଗଲପୁର ଜିଲ୍ଲା ଅନ୍ତର୍ଗତ ସୁଲତାନଗଞ୍ଜ ରେଲଓ୍ବେ ଷ୍ଟେସନ ଅଞ୍ଚଳରେ । ଜଣେ ଯୁବକ ନିଜର କଟା ହାତ ଅନ୍ୟ ଏକ ହାତରେ ଧରି ଦୌଡୁଥିବାର ଦେଖିବାକୁ ମିଳିଥିଲା । ଏହି ସମୟର ଭିଡିଓ ବି ବେଶ ଭାଇରାଲ ହୋଇଛି ।

ନିଜର କଟା ହାତକୁ ଅନ୍ୟ ଏକ ହାତରେ ଧରି ରକ୍ତାକ୍ତ ଅବସ୍ଥାରେ ଯୁବକ ଜଣକ କାହିଁକି ଏଣେତେଣେ ଧାଉଁଛନ୍ତି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଯୁବକଜଣକ ମାନସିକ ବିକାରଗ୍ରସ୍ଥ ହୋଇଥିବା ଲୋକମାନେ କଥାବାର୍ତ୍ତା କରିଥିଲେ ।

ତେବେ ଏନେଇ ପୋଲିସ ପାଖରେ ଖବର ପହଞ୍ଚିବା ପରେ ସୁଲତାନଗଞ୍ଜ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଯୁବକଙ୍କୁ ପଚରାଉଚରା କରିବା ସମୟରେ ସେ କହିଥିଲେ ଯେ,'' ଟ୍ରେନରେ ଯାଉଥିବା ବେଳେ ଚଳନ୍ତା ଟ୍ରେନରୁ ପଡି ହାତ କଟି ଯାଇଥିଲା । ସେହି କଟା ହାତକୁ ଯୋଡିବା ପାଇଁ ହସ୍ପିଟାଲ ସନ୍ଧାନରେ ଏତେତେଣେ ଦୌଡୁଥିବା ମଧ୍ୟ କହିଥିଲା ।''

ଅଧିକ ପଢନ୍ତୁ..ପଞ୍ଝା ଲଢେଇରେ ହାରିଯିବାରୁ ହତ୍ୟାକାଣ୍ଡ, ସାଙ୍ଗର ଜୀବନ ନେଲା ସାଙ୍ଗ

ଅନ୍ୟପଟେ ସୁଲତାନଗଞ୍ଜ ଥାନା ଅଧିକାରୀଙ୍କ କହିବାନୁଯାୟୀ, ''ଯୁବକ ଜଣକ ବିହାର ଫୁଲି ଡୁମର ଅଞ୍ଚଳର ସୁମନ କୁମାର (୨୮) ଓ ତାଙ୍କ ବାପାଙ୍କ ନାମ ରାଧେଶ୍ୟାମ ଯାଦବ ।'' ଆହତ ଯୁବକଙ୍କ ପ୍ରାଥମିକ ଚିକିତ୍ସା ପାଇଁ ପ୍ରଥମେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଜବାହାରଲାଲ ନେହେରୁ ଚିକିତ୍ସା ମହାବିଦ୍ୟାଳୟ ହସ୍ପିଟାଲରେ ପଠାଯାଇଥିଲା । ଏସମ୍ପର୍କରେ ଯୁବକଙ୍କ ସମ୍ପର୍କୀୟଙ୍କୁ ବି ସୂଚିତ କରାଯାଇଛି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଯୁବକଜଣଙ୍କୁ ପୋଲିସ ମଧ୍ୟ ବେଶ ସାହାଯ୍ୟ କରିଥିଲା ।

ଅଧିକ ପଢନ୍ତୁ..୨୩ ବର୍ଷୀୟ ଟ୍ରେନି ଏୟାର ହୋଷ୍ଟେସ୍‌ଙ୍କୁ ଗଳା କାଟି ହତ୍ୟା, ମାମଲା ରୁଜୁ

ଏହି ଭିଡିଓଟି ରବିବାର (ସେପ୍ଟେମ୍ୱର ୩) ସନ୍ଧ୍ୟା ସମୟର ହୋଇଥିବା ଜଣାପଡିଛି ।କୌଣସି କାମ ପାଇଁ ଯାଉଥିବା ବେଳେ ସୁଲତାନଗଞ୍ଜରେ ଟ୍ରେନ ଦୁର୍ଘଟଣାର ଶିକାର ହୋଇଥିଲେ ସୁମନ କୁମାର । ଯୁବକଙ୍କ ହାତ କଟିଯାଇଥିବା ବେଳେ ସେହି ହାତଟିକୁ ଯୋଡିବାକୁ ସୁଲତାନଗଞ୍ଜ ବଜାରରେ ଏତେତେଣେ ଧାଇଁଥିଲେ ସୁମନ । ସମୟରେ କେହି ଜଣେ ଭିଡି଼ିଓ କରିଥିଲେ । ସେହି ଭିଡ଼ିଓ ସୋସିଆଲ ମିଡିଆରେ ଘୁରିବୁଲିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.