ETV Bharat / state

ରାଜଧାନୀରେ ସଡକ ଦୁର୍ଘଟଣା, ବାଇକ ଆରୋହୀ ମୃତ

author img

By

Published : Jan 27, 2023, 11:48 AM IST

Updated : Jan 27, 2023, 12:37 PM IST

ଭୁବନେଶ୍ବର ଲିଙ୍ଗିପୁର ବାଇପାସ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଧିକ ପଢନ୍ତୁ

ରାଜଧାନୀରେ ସଡକ ଦୁର୍ଘଟଣା
ରାଜଧାନୀରେ ସଡକ ଦୁର୍ଘଟଣା

ରାଜଧାନୀରେ ସଡକ ଦୁର୍ଘଟଣା, ବାଇକ ଆରୋହୀ ମୃତ

ଭୁବନେଶ୍ବର: ରାଜଧାନୀ ଲିଙ୍ଗିପୁର ବାଇପାସ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଜଣେ ସାଇକେଲ ଆରୋହୀଙ୍କୁ ବାଇକ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଭାବରେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଜଣେ ସ୍କୁଲ ଛାତ୍ର ସାଇକେଲ୍‌ରେ ଯାଉଥିବା ବେଳେ ବାଇକ ଧକ୍କା ଦେଇଛି । ବାଇକକୁ ପଛରୁ କିଛି ଗାଡି ଧକ୍କା ଦେଇଥିବା ଅନୁମାନ କରାଯାଉଛି । ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ଗୁରୁତର ଛାତ୍ରଙ୍କୁ କ୍ୟାପିଟାଲ ହସ୍ପିଟାଲ୍‌ରେ ଭର୍ତ୍ତି କରିଛି ପୋଲିସ । ଘଟଣାସ୍ଥଳରେ ଧଉଳି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆହତ ଛାତ୍ରଙ୍କ ପରିଚୟ ମିଳିଛି । ସେ ଜେମାଦେଇ ହାଇସ୍କୁଲ୍‌ର ଦଶମ ଶ୍ରେଣୀ ଛାତ୍ର ଶୁଭମ ନାୟକ ବୋଲି ଜଣା ପଡ଼ିଛି ।

ସୂଚନାଅନୁସାରେ, ଲିଙ୍ଗିପୁର ବାଇପାସ ନିକଟରେ ଦୁର୍ଘଟଣା ଘଟିଛି । ବାଇକଟି ସାଇକେଲ ଆରୋହୀ ଜଣେ ଛାତ୍ରଙ୍କୁ ଧକ୍କା ଦେଇଥିଲା । ଫଳରେ ଛାତ୍ର ଜଣଙ୍କ ଗୁରୁତର ହୋଇଥିବାବେଳେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ବାଇକର ଆଗ ଚକା ସମ୍ପୂର୍ଣ୍ଣ ହୁଗୁଳି ଯାଇଛି । ବାଇକ ଆରୋହୀଙ୍କର ପରିଚୟ ମିଳିପାରିନାହିଁ । ଗୁରୁତର ହୋଇଥିବା ସ୍କୁଲ ଛାତ୍ରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସାଇକେଲ ଓ ବାଇକ ଚାଳକଙ୍କୁ ପଛରୁ ଧକ୍କା ଦେଇ ଅଜଣା ଗାଡ଼ି ଫେରାର ହୋଇଥିବା ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ...ପୁରୀ ଜିଲ୍ଲା ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ଯ ସେବା, ସିଡିଏମଓଙ୍କୁ ତାଗିତ କଲେ ମନ୍ତ୍ରୀ

କିପରି ଏହି ଦୁର୍ଘଟଣା ଘଟିଲା କିଏ ଏହି ଦୁର୍ଘଟଣା ଘଟାଇଛି କ୍ରାସ ରିପୋର୍ଟରୁ ଜଣାପଡିବ । ଧଉଳି ଥାନା ପୋଲିସ ପହଞ୍ଚି ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚାରାଉଚରା କରିଛି । ପରିବହନ ବିଭାଗ ଓ ପୋଲିସ କଣ ପଦକ୍ଷେପ ନେଉଛି ତାହା ଦେଖିବା ବାକି ରହିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jan 27, 2023, 12:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.