ETV Bharat / state

Budget Session: ପୁଞ୍ଜି ନିବେଶରେ ଜାତୀୟ ହାର ଠାରୁ ଓଡି଼ଶା ଆଗରେ, ଉତ୍ତର ରଖିଲେ ଶିଳ୍ପମନ୍ତ୍ରୀ

author img

By

Published : Mar 24, 2023, 11:36 AM IST

Updated : Mar 24, 2023, 12:58 PM IST

ପୁଞ୍ଜି ନିବେଶରେ ଜାତୀୟ ହାରଠାରୁ ଓଡି଼ଶା ଆଗରେ
ପୁଞ୍ଜି ନିବେଶରେ ଜାତୀୟ ହାରଠାରୁ ଓଡି଼ଶା ଆଗରେ

ପୁଞ୍ଜିନିବେଶରେ ଜାତୀୟ ହାର ଠାରୁ ଓଡ଼ିଶା ଅଧିକ । ମେକ ଇନ ଓଡ଼ିଶା 2022 ଜରିଆରେ 741 ଶିଳ୍ପ ପାଇଁ ପ୍ରସ୍ତାବ ଆସିଛି । ଗୃହରେ ଉତ୍ତର ରଖିଲେ ଶିଳ୍ପମନ୍ତ୍ରୀ ପ୍ରତାପ ଦେବ । ଅଧିକ ପଢନ୍ତୁ

ପ୍ରଶ୍ନକାଳରେ ଶିଳ୍ପମନ୍ତ୍ରୀଙ୍କ ଉତ୍ତର

ଭୁବନେଶ୍ବର: ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନରେ ଆଜି ପ୍ରଶ୍ନକାଳ ସୁରୁଖୁରୁରେ ଚାଲିଥିଲା । ପ୍ରଶ୍ନକାଳରେ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର ଶିଳ୍ପ ଓ ନିଯୁକ୍ତି ଉପରେ ପ୍ରଶ୍ନ କରିଥିଲେ । ତାଙ୍କର ପ୍ରଶ୍ନ ଥିଲା, ଓଡ଼ିଶାରେ ନୂଆ ଶିଳ୍ପନୀତି ପରେ କେତେ ଟଙ୍କାରେ କେତୋଟି ଶିଳ୍ପ ପ୍ରତିଷ୍ଠା ହୋଇସାରିଛି । ଏଥିରେ କେତେ ଲୋକ ନିଯୁକ୍ତି ପାଇଛନ୍ତି । କେତୋଟି ମୂଳ ଶିଳ୍ପ କେତେ ମଧ୍ୟମ ଶିଳ୍ପ ସ୍ଥାପନ ହୋଇଛି । ଏହାର ଉତ୍ତରରେ ମନ୍ତ୍ରୀ ପ୍ରତାପ ଦେବ କହିଥିଲେ, ପୁଞ୍ଜିନିବେଶରେ ଜାତୀୟ ହାର ଠାରୁ ଓଡ଼ିଶା ଆଗରେ । ଜାତୀୟ ହାର 22 ପ୍ରତିଶତ ଥିବାବେଳେ ଓଡ଼ିଶାରେ 45-47% ରହିଛି ।

ରାଜ୍ୟରେ ନୂତନ ଶିଳ୍ପ ନୀତି 2022 ଗତ ଡିସେମ୍ବରରୁ ପ୍ରଣୟନ ହୋଇଛି । ମେକ ଇନ ଓଡ଼ିଶା 2022 ଜରିଆରେ 741 ଶିଳ୍ପ ପାଇଁ ଆଗ୍ରହ ପ୍ରସ୍ତାବ ଆସିଛି । ଏହା କାର୍ଯ୍ୟକ୍ଷମ ହେଲେ, 10ଲକ୍ଷ 48 ହଜାର 807 କୋଟି ପୁଞ୍ଜି ନିବେଶ ଆସିବ । ଏଥିରେ 10 ଲକ୍ଷ 37ହଜାର 801 ନିଯୁକ୍ତି ସୃଷ୍ଟି ହେବ । ଏ ଯାଏଁ 156 ବୃହତ ଶିଳ୍ପ ଆଂଶିକ ଓ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି । 7ଟି ବୃହତ ଶିଳ୍ପ ଡାଉନଷ୍ଟ୍ରିମ ଆଲୁମିନିୟମ କାର୍ଯ୍ୟକାରୀ ହେଉଛି । ପ୍ଲାଣ୍ଟ ଲେବେଲ ଆଡଭାଇଜରୀ କମିଟି ଓ ପ୍ଲାଣ୍ଟ ଲେବେଲ ଆଡଭାଇଜରୀ କମିଟି ଜରିଆରେ ଜିଲ୍ଲାସ୍ତରରେ ଅନୁମୋଦନ ମିଳୁଛି ।

ମେକ ଇନ ଓଡ଼ିଶା 2016ରେ 84 ଶିଳ୍ପ ପ୍ରସ୍ତାବ ଆସିଥିଲା । ଏଥିରେ 2 ଲକ୍ଷ 3ହଜାର 235 କୋଟିର ପୁଞ୍ଜି ନିବେଶ ଲକ୍ଷ୍ୟ ଥିଲା । 58ଟି ଶିଳ୍ପକୁ ଅନୁମୋଦନ ମିଳିଥିଲା । 27 ଶିଳ୍ପ କାମ ଚଳାଇଛନ୍ତି । 4 ଶିଳ୍ପ ଉତ୍ପାଦନ ଆରମ୍ଭ କରିଥିବାବେଳେ ଆଉ 8ଟି ଖୁବଶୀଘ୍ର ଉତ୍ପାଦନ ଆରମ୍ଭ କରିବେ । ସେହିପରି ମେକ ଇନ ଓଡ଼ିଶା 2018ରେ 202 ଶିଳ୍ପ ପ୍ରସ୍ତାବ ଆସିଥିଲା । ଯେଉଁଥିରେ 4ଲକ୍ଷ 23ହଜାର 115କୋଟିର ନିବେଶ ଲକ୍ଷ୍ୟ ଥିଲା । 10 ଶିଳ୍ପକୁ ଅନୁମୋଦନ ମିଳିଥିବାବେଳେ 71 ଶିଳ୍ପର କାମ ଚାଲିଛି । 11 ଶିଳ୍ପ ଉତ୍ପାଦନ ଆରମ୍ଭ କରିଛନ୍ତି ।

ତେବେ କ୍ୟାପିଟାଲ ଇଣ୍ଡଷ୍ଟ୍ରିରେ ନିଯୁକ୍ତି କମିବାର କାରଣ ସମ୍ପର୍କରେ ଶିଳ୍ପ ମନ୍ତ୍ରୀ ଉତ୍ତର ଦେଇଛନ୍ତି, ବଡ଼ ବଡ଼ ଶିଳ୍ପ ସଂସ୍ଥା ଟେକ୍ନୋଲୋଜି ବ୍ୟବହାରକୁ ଗୁରୁତ୍ୱ ଦେଉଛନ୍ତି, ମାନବ ସମ୍ବଳକୁ ନୁହେଁ । କାରଣ ସେମାନେ କୋଟି କୋଟି ଟଙ୍କା ନିବେଶ କରିଛନ୍ତି । ଏପରି ସ୍ଥିତିରେ ଡାଉନଷ୍ଟ୍ରିମ ଇଣ୍ଡଷ୍ଟ୍ରି ଆବଶ୍ୟକ । ଏଥିପାଇଁ 36 ଶିଳ୍ପ ସଂସ୍ଥା ସହ ଚୁକ୍ତି ହୋଇଛି । ଯେଉଁଥିରେ ଅଧିକାଂଶ TATA କମ୍ପାନୀର । ସେମାନଙ୍କୁ କଳିଙ୍ଗନଗରରେ ଜାଗା ଦିଆଯାଇଛି ଓ ସେମାନେ କାମ ଆରମ୍ଭ କରିଥିବା ନେଇ ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ । ସେହିପରି ପାରାଦ୍ୱୀପକୁ ପେଟ୍ରୋକେମିକାଲ ହବ୍ କରାଯିବ ବୋଲି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Mar 24, 2023, 12:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.