ETV Bharat / state

ଭିବ୍ରିଓ କଲେରା ଓ ଇ-କୋଲାଇ ବ୍ୟାକ୍ଟେରିଆ ଯୋଗୁଁ ବ୍ୟାପିଛି ଝାଡାବାନ୍ତି

author img

By ETV Bharat Odisha Team

Published : Dec 21, 2023, 2:20 PM IST

Updated : Dec 21, 2023, 2:32 PM IST

Niranjan mishra On Rourkela Cholera Situation
Niranjan mishra On Rourkela Cholera Situation

Rourkela Cholera Situation: ରାଉରକେଲାରେ ଝାଡ଼ାବାନ୍ତି ଚିନ୍ତାର କାରଣ ସାଜିଥିବା ବେଳେ ଏଭଳି କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଅଧିକ ପଢ଼ନ୍ତୁ

ବ୍ୟାକ୍ଟେରିଆ ଯୋଗୁଁ ବ୍ୟାପିଛି ଝାଡାବାନ୍ତି

ଭୁବନେଶ୍ବର: ରାଉରକେଲାରେ କଲବଲ କଲାଣି ଝାଡାବାନ୍ତି । ପ୍ରାୟ 14 ଶହ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ବେଳେ 6 ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି । ମୁଖ୍ୟତଃ ପାଣି ଏବଂ ଖାଦ୍ୟ ପାଇଁ ଏହି ରୋଗ ବ୍ୟାପିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଥିବା ବେଳେ ଆଜି(ଗୁରୁବାର) ଏନେଇ ପ୍ରତିକ୍ରିୟା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ଉଭୟ ଭିବ୍ରିଓ କଲେରା ଓ ଇ-କୋଲାଇ ବ୍ୟାକ୍ଟେରିଆ ଯୋଗୁଁ ଝାଡାବାନ୍ତି ବ୍ୟାପିଥିବା ନେଇ ସେ ସ୍ପଷ୍ଟ କରିଛନ୍ତି ।

ରାଉରକେଲାରେ ଝାଡ଼ାବାନ୍ତି ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, "ଉଭୟ ଭିବ୍ରିଓ କଲେରା ଓ ଇ-କୋଲାଇ ବ୍ୟାକ୍ଟେରିଆ ଯୋଗୁଁ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି । ପ୍ରାୟ ୧୪ ଶହ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି ।"

ସରକାରୀ ତଥ୍ୟରେ 6ଜଣଙ୍କ ମୃତ୍ୟୁ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ କହିବା ଅନୁସାରେ, (RGH) ରାଉରକେଲା ସରକାରୀ ହସ୍ପିଟାଲରେ ୬ଟି ମୃତ୍ୟୁ ନେଇ ସରକାରଙ୍କ ପାଖରେ ରିପୋର୍ଟ ରହିଛି। କିନ୍ତୁ ଘରୋଇ ହସ୍ପିଟାଲରେ ମଧ୍ୟ କିଛି ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ରିପୋର୍ଟ ହୋଇଛି । ଡେଥ୍‌ କମିଟିର ଯାଞ୍ଚ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିପାରିବ ବୋଲି କହିଛନ୍ତି ଡାକ୍ତର ନିରଞ୍ଜନ ମିଶ୍ର ।

ଏବେ ନିୟନ୍ତ୍ରଣରେ ରହିଛି ଝାଡ଼ାବାନ୍ତି: ତେବେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଥିବା ବେଳେ ଆଡମିଶନ ସଂଖ୍ୟା ବୃଦ୍ଧି ହୋଇନଥିବା ନେଇ କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଅନ୍ୟପଟେ ଗୁରୁତର ରୋଗୀଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଛି । ୩ ଦିନ ପୂର୍ବେ ପ୍ରାୟ ୨୦ ଗୁରୁତର ରୋଗୀ ଥିଲା ବେଳେ ଏବେ ଏ ସଂଖ୍ୟା ୨ରେ ରହିଛି । ଅଧିକ ଲୋକ ଆତଙ୍କିତ ହୋଇ ଆଡ଼ମିଶନ ହେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସ୍ମାର୍ଟସିଟି ରାଉରକେଲାରେ ହଇଜା ଆତଙ୍କ; ଗଡୁଛି ମୁଣ୍ଡ, ଭୟରେ ସହରବାସୀ

ସେ ଆହୁରି ମଧ୍ୟ କହିଛନ୍ତି ଯେ,"ପୂର୍ବରୁ ସୁନ୍ଦରଗଡ଼ ମେଡିକାଲ କଲେଜରୁ ଡାକ୍ତର ନିୟୋଜିତ ଥିଲା ବେଳେ ଗତକାଲି SCB ମେଡିକାଲ କଲେଜରୁ ୩ ଜଣ ଫାକଲ୍ଟି ନିୟୋଜିତ ହୋଇଛନ୍ତି । ଔଷଧ, ଡାକ୍ତର ଓ ମେଡିକାଲ କର୍ମଚାରୀ ନିୟୋଜନ କରାଯାଇ ସବୁ ଅର୍ବାନ PHCକୁ ୨୪ ଘଣ୍ଟିଆ ଚାଲୁ କରାଯାଇଛି । ମହାନଗର ନିଗମର ୧୪ଟି ୱାର୍ଡରେ ଝାଡ଼ାବାନ୍ତି ବ୍ୟାପିଛି । ୯ଟି ମୋବାଇଲ ଟିମ୍‌ ନିୟୋଜିତ ହୋଇଛନ୍ତି । ଏବେ ଘରକୁ ଘର ବୁଲି ସଚେତନ କରାଯାଉଛି । ଲୋକଙ୍କୁ ORS ଓ ହାଲୋଜେନ ବଟିକା ଦିଆଯାଉଛି । RMRC ଟିମ୍‌ ପହଞ୍ଚି ଝାଡ଼ାବାନ୍ତିର କାରଣ ଖୋଜିବା ଆରମ୍ଭ କରିଛନ୍ତି । ତେବେ ପିକ୍‌ ପିରିଅଡ ଚାଲିଯାଇଥିବା ବେଳେ ଏବେ ସଂକ୍ରମଣ ତଳମୁହାଁ ହେଉଥିବା ସେମାନେ ସୂଚନା ଦେଇଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

Last Updated :Dec 21, 2023, 2:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.