ETV Bharat / state

ଭିଜିଲାନ୍ସ ଦେଖି ଭୟରେ ଛାତରୁ ଡେଇଁଲେ, ପଡୋଶୀ ଘରେ ଲୁଚିବା ବେଳେ ଧରାପଡିଲେ

author img

By ETV Bharat Odisha Team

Published : Nov 30, 2023, 3:57 PM IST

Updated : Nov 30, 2023, 4:14 PM IST

vigilance raid in Jagamara Padhi villa
vigilance raid in Jagamara Padhi villa

ଭିଜିଲାନ୍ସକୁ ଦେଖି ପଡ଼ୋଶୀ ଘରକୁ ଡେଇଁଲେ ଜୁନିୟର ଇଞ୍ଜିନିୟର । ଗୁରୁବାର ଜାଗମରାରେ ଦେଖିବାକୁ ମିଳିଛି ଏଭଳି ରୋଚକ ଦୃଶ୍ୟ । ଅଧିକ ପଢନ୍ତୁ

ଭିଜିଲାନ୍ସ ଦେଖି ଭୟରେ ଛାତରୁ ଡେଇଁଲେ, ପଡୋଶୀ ଘରେ ଲୁଚିବା ବେଳେ ଧରାପଡିଲେ

ଭୁବନେଶ୍ବର: ଆୟବହିର୍ଭୁତ ସମ୍ପତ୍ତିର ରେଡ ବେଳେ ରୋଚକ ଦୃଶ୍ୟ । ଭିଜିଲାନ୍ସ ଦେଖି ଛାତରୁ ଡେଇଁଲେ ଜୁନିୟର ଇଞ୍ଜିନିୟର । ଭୟରେ ଖସିଯାଇ ପଡୋଶୀ ଘରେ କବାଟ କିଳି ଲୁଚିଥିଲେ । ଆଉ ଶେଷରେ ଭିଜିଲାନ୍ସ ପଞ୍ଝାରୁ ଖସି ନପାରି ଧରାପଡିଛନ୍ତି । ଏଭଳି ରୋଚକ ଦୃଶ୍ୟ ରାଜଧାନୀ ଭୁବନେଶ୍ବର ଖଣ୍ଡଗିରି ଥାନା ଅଞ୍ଚଳ ଜାଗମରାରେ ଦେଖିବାକୁ ମିଳିଥିଲା । ଯେତେବେଳେ‌ ସକାଳୁ ସକାଳୁ RWS&S ଭୁବନେଶ୍ବର ଜୁନିୟର ଇଞ୍ଜିନିୟର ସୁନିଲ ପାଢୀଙ୍କ ଘରେ ରେଡ କରିବାକୁ ପହଞ୍ଚିଥିଲା ଭିଜିଲାନ୍ସ । ଏହାପରେ ଅଫିସରଙ୍କୁ ଦେଖି ଛାନିଆ ହୋଇ ପଡ଼ୋଶୀ ଘରକୁ ଡେଇଁଥିଲେ ସୁନିଲ ।

RWS&S ଭୁବନେଶ୍ବର ଜୁନିୟର ଇଞ୍ଜିନିୟର ସୁନିଲ ପାଢୀ
RWS&S ଭୁବନେଶ୍ବର ଜୁନିୟର ଇଞ୍ଜିନିୟର ସୁନିଲ ପାଢୀ

ଜାଗମରାରେ ଥିବା ମଲ୍ଲିକ କମ୍ପ୍ଲେକ୍ସର ପାଢି ଭିଲ୍ଲାରେ ଥିବା ଏହି ଇଞ୍ଜିନିୟରଙ୍କ ଘର କବାଟ ବାଡେଇବା ପରେ ଇଞ୍ଜିନିୟର ବାବୁ ଭୟରେ ଘରର ଛାତରୁ ପଡୋଶୀ ଛାତକୁ ଡେଇଁ ଖସି ଯାଇଥିଲେ । ପରେ‌ ପଡୋଶୀ ଘରେ କବାଟ କିଳି ଲୁଚିଥିବା ବେଳେ ଭିଜିଲାନ୍ସ ଅଧିକାରୀ ତାଙ୍କୁ କାବୁ କରିଥିଲେ । ତେବେ ଜୁନିୟର ଇଞ୍ଜିନିର ସୁନିଲଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଥିବା ଅଭିଯୋଗ ହୋଇଥିଲା । ଏଥିଲାଗି ଗୁରୁବାର ସକାଳୁ ସକାଳୁ ଭିଜିଲାନ୍ସ ତାଙ୍କ ଘରେ ପହଞ୍ଚି ଭୁବନେଶ୍ବର ସମେତ ଗଞ୍ଜାମର‌ ୫ଟି ସ୍ଥାନରେ‌ ରେଡ କରିଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ- ଭିଜିଲାନ୍ସ ଜାଲରେ ଆର୍‌ଆଇ, ଜମିର କିସମ ପରିବର୍ତ୍ତନ ପାଇଁ ନେଉଥିଲେ ଲାଞ୍ଚ

ସୁନିଲଙ୍କ ବିରୋଧରେ ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ଆଧାରରେ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କୁ ଅନୁମତି କ୍ରମେ ତାଙ୍କର ଘରେ ରେଡ ପାଇଁ ବାହାରିଥିଲା ଭିଜିଲାନ୍ସର ୬ ଜଣିଆ ଟିମ୍ । ୬ ଜଣ ଡିଏସପି ଓ ୩ଜଣ ଇନ୍ସପେକ୍ଟରଙ୍କ ସମେତ ୭ଜଣ ASI ମିଳିତ ଭାବେ ଏକକାଳୀନ ରେଡ କରିଥିଲେ । ଗୋଟିଏ ଟିମ୍ ତାଙ୍କ ଘରକୁ ଆସିଥିଲେ, ଯେଉଁଠି ସେ ନିଜ ପରିବାର ସହ ଜାଗମରା ସ୍ଥିତ ମଲ୍ଲିକ କମ୍ପ୍ଲେକ୍ସର ପାଢି ଭିଲ୍ଲାରେ ରହୁଛନ୍ତି । ଏଠାରେ ରେଡ ବେଳେ ସେ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ପଡୋଶୀ ଘରୁ ତାଙ୍କୁ କାବୁ କରାଯାଇଛି । ସେଠାରୁ ତାଙ୍କ ଘରୁ ଅନେକ କ୍ୟାସ ସମେତ ଗହଣା ଓ ବ୍ୟାଙ୍କ ପାସବୁକ, କିଛି ‌ଜମିବାଡି କାଗଜ ପତ୍ର ଜବତ ହୋଇଛି ।

ତେବେ ଘରର ଆସବାବପତ୍ର ସହ ଟିଭି ଫ୍ରିଜ୍ ଓ ଗାଡି ସମସ୍ତ ଜିନିଷର ହିସାବ କରିଛନ୍ତି ଭିଜିଲାନ୍ସ ଅଧିକାରୀ । ସେହିପରି ତାଙ୍କ ଅଫିସ ଚାମ୍ବରରେ ମଧ୍ୟ ତନାଘନା ଜାରି ରଖିଛନ୍ତି ଭିଜିଲାନ୍ସ ଅଧିକାରୀ । ଏହାସହ ଗଞ୍ଜାମର ଆସିକାରେ ଏକ ମାର୍କେଟ କମ୍ପ୍ଲେକ୍ସ ସହ ତାଙ୍କ ପୈତୃକ ଘରୁ ମଧ୍ୟ କିଛି ତଥ୍ୟ ମିଳିଥିବା ଭିଜିଲାନ୍ସ ଅଧିକାରୀ କହିଛନ୍ତି । ଭଞ୍ଜନଗରରେ ଥିବା ଜଣେ ସମ୍ପର୍କୀୟଙ୍କ ଘରେ ମଧ୍ୟ ରେଡ ହୋଇଛି ।

ଏହା ବି ପଢନ୍ତୁ- ଭିଜିଲାନ୍ସ ଜାଲରେ ବୈପାରୀଗୁଡା IIC, ମିଳୁଛି ବିଡା ବିଡା ୫୦୦ ଟଙ୍କିଆ ନୋଟ୍

ନିକଟ ଅତୀତରେ ରାଜ୍ୟବାପୀ ଭିଜିଲାନ୍ସ ସପ୍ତାହ ପାଳନ କରାଯାଇଥିଲା । ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ଓ ଅଫିସରେ ଏନେଇ ଦୁର୍ନୀତି ବିରୋଧରେ ନାରାବାଜି ସହ କଡ଼ା ଶପଥ ପାଠ କରାଯାଇଥିଲା । ଏହା ସତ୍ତ୍ବେ ଏପରି ଦୁର୍ନୀତିଗ୍ରସ୍ତ ଅଧିକାରୀ ଧରାପଡ଼ିବା ରାଜ୍ୟ ପାଇଁ ନିନ୍ଦାଜନକ ବିଷୟ ପାଲଟିଛି । ନିକଟରେ କୋରାପୁଟ ବୈପାରିଗୁଡା ଥାନା ଅଧିକାରୀ ସୁଶାନ୍ତ ଶତପଥୀଙ୍କ ଘରୁ ନଗଦ ୨୫ ଲକ୍ଷ ଟଙ୍କା ଜବତ ସହ ଗିରଫ ହେବା ଘଟଣା ଚର୍ଚ୍ଚାର‌ କେନ୍ଦ୍ରବିନ୍ଦୁ ପାଲଟିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Nov 30, 2023, 4:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.