ETV Bharat / state

Dengue Menace: ରାଜଧାନୀରେ ଚଳିତବର୍ଷର ପ୍ରଥମ ଡେଙ୍ଗୁ ଜନିତ ମୃତ୍ୟୁ ଅଭିଯୋଗ

author img

By

Published : Jul 23, 2023, 5:56 PM IST

first Dengue death
first Dengue death

ରାଜ୍ୟରେ ଚଳିତ ବର୍ଷର ପ୍ରଥମ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ ହୋଇଛି । ହେଲେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିନି ସ୍ପଷ୍ଟ ସୂଚନା । ଅଧିକ ପଢନ୍ତୁ

ଭୁବନେଶ୍ବର: ଡରାଇଲାଣି ଡେଙ୍ଗୁ । ଚଳିତ ବର୍ଷ ରାଜଧାନୀରେ ପ୍ରଥମ ଡେଙ୍ଗୁ ଜନିତ ମୃତ୍ୟୁ ଅଭିଯୋଗ । ଖଣ୍ଡଗିରି ଧର୍ମବିହାର ଅଞ୍ଚଳ 63 ନମ୍ବର ୱାର୍ଡରେ ଏକ ୭ ବର୍ଷୀୟ ଶିଶୁ କନ୍ୟାର ଡେଙ୍ଗୁରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ତେବେ ଏନେଇ ସରକାରୀ ସ୍ତରରେ କୌଣସି ସୂଚନା ମିଳିନାହିଁ ।

first Dengue death
ମୃତ୍ୟୁ ଘଟିଥିବା 7ବର୍ଷର କୁନିଝିଅ

ରାଜଧାନୀର ବିଭିନ୍ନ ସ୍ଥାନରେ ଡେଙ୍ଗୁ ବ୍ୟାପିଥିବା ବେଳେ ପୁରୁଣା ଭୁବନେଶ୍ବର, ନୟାପଲ୍ଲୀ, ଖଣ୍ଡଗିରି, ଧର୍ମବିହାର ଭଳି ଅଞ୍ଚଳରେ ବ୍ୟାପିଛି ଡେଙ୍ଗୁ । ଏହାକୁ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ରୂପେ ବିଏମସି ବିଫଳ ହେଉଛି । ସୂଚନା ଅନୁଯାୟୀ ଜନସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ତଥ୍ୟ ଅନୁଯାୟୀ ଚଳିତ ବର୍ଷ ଜୁଲାଇ ମାସ ମଧ୍ୟଭାଗ ସୁଦ୍ଧା ୧୩ ହଜାର ନମୁନା ସଂଗ୍ରହ କରାଯାଇଥିବା ବେଳେ ୨୬୩ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ସରକାରୀ ତଥ୍ୟ ଭାବରେ ଡେଙ୍ଗୁ ରୋଗରେ କୌଣସି ଆକ୍ରାନ୍ତଙ୍କର ମୃତ୍ୟୁ ହୋଇନାହିଁ ।

ଏହା ବି ପଢନ୍ତୁ- ରାଜଧାନୀରେ ସବଳ ହେଉଛି ଡେଙ୍ଗୁ, ସଚେତନତା କଥା କହି ଭୁଲିଗଲା ବିଏମସି !

ଇତି ମଧ୍ୟରେ ବିଭାଗର ତଥ୍ୟ ଅନୁଯାୟୀ ବିଗତ ବର୍ଷ ଜୁଲାଇ ମାସରେ ବିଭିନ୍ନ ସରକାରୀ ଚିକିତ୍ସାଳୟରେ ୭ ହଜାର ୨୪୬ ଜଣଙ୍କ ରକ୍ତ ନମୁନା ପରୀକ୍ଷା ହୋଇଥିବା ବେଳେ ସେଥିରୁ ୫୦୧ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ । ସେହିପରି ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲାର ଅଧିକାଂଶ ଡେଙ୍ଗୁ ରୋଗୀ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ଚଳିତବର୍ଷ ଭୁବନେଶ୍ବରରେ ୨୦୦ରୁ ଅଧିକ ଡେଙ୍ଗୁ ରୋଗ ଚିହ୍ନଟ ହୋଇ ସାରିଛନ୍ତି ।

ସୂଚନା ଅନୁଯାୟୀ ପୂର୍ବ ବର୍ଷଠାରୁ ଚଳିତ ବର୍ଷ ଡେଙ୍ଗୁର ସ୍ଥିତି କମ୍‌ ଥିବା ବେଳେ ଚଳିତ ବର୍ଷ ୧୩ ହଜାରରୁ ଊର୍ଦ୍ଧ୍ବ ଟେଷ୍ଟିଂ କରାଯାଇଛି । ରାୟଗଡ଼ା, ମାଲକାନଗିରି, କୋରାପୁଟ ଭଳି ବିଭିନ୍ନ ଉପାନ୍ତ ଅଞ୍ଚଳରେ ଚଳିତବର୍ଷ ଡେଙ୍ଗୁ ମୁକାବିଲା ଲାଗି 3 ଗୁଣାରୁ ଅଧିକ ରକ୍ତ ନମୁନା କରାଯାଇଛି । କୌଣସି ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ହୋଇନଥିବା ବେଳେ ସହରମାନଙ୍କରେ ବିଭିନ୍ନ ସ୍ଥାନରେ ମଶା ଧୂଆଁ ଓ ଔଷଧ ସିଞ୍ଚନ କରାଯାଉଛି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ରାଜ୍ୟରେ ମୋଟ ସରକାରୀ ସ୍ତରରେ ୪୨ରୁ ଊର୍ଦ୍ଧ୍ବ ସ୍ଥାନରେ ଡେଙ୍ଗୁ ପରୀକ୍ଷା ପାଇଁ ପରୀକ୍ଷଣ କେନ୍ଦ୍ର କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.