ETV Bharat / state

Weather update: ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ଫିକା ପଡିବ ଦଶହରା !

author img

By ETV Bharat Odisha Team

Published : Oct 17, 2023, 7:15 PM IST

ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଦଶହରାରେ ବର୍ଷା ସମ୍ଭାବନା । ଫିକା ପଡିପାରେ ପାର୍ବଣ । ୨୨ରୁ ୨୬ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା । ଅଧିକ ପଢନ୍ତୁ

ଦଶହରାରେ ବର୍ଷା ସମ୍ଭାବନା
ଦଶହରାରେ ବର୍ଷା ସମ୍ଭାବନା

ଭୁବନେଶ୍ବର: ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଫିକା ପଡିପାରେ ପାର୍ବଣର ପସରା । ଲଘୁଚାପ ପ୍ରଭାବରେ ଅକ୍ଟୋବର ୨୩ରୁ ୨୬ ତାରିଖ ଯାଏଁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ବେଳେ ବର୍ଷାକୁ ନେଇ ଭିଜିବ ଦଶହରା । ତେବେ ଆସନ୍ତା ୧୮ ତାରିଖ ବେଳକୁ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି । ବିଶେଷ ଭବେ ଏହାର ପ୍ରଭାବରେ ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ରହିବ ।

ଆସନ୍ତା 18, 19 ଓ 20 ତାରିଖରେ ରାଜ୍ୟରେ କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୨ କିମ୍ବା ୨୩ ତାରିଖ ବେଳକୁ ଘୂର୍ଣ୍ଣିବଳୟଟି ଘନୀଭୂତ ହୋଇ ଲଘୁଚାପ ରୂପ ନେଇପାରେ ବୋଲି ପୂର୍ବାନୁମାନ କରିଛି ବିଭାଗ । ଘନୀଭୂତ ହେବା ପରେ ୨୩ ତାରିଖ ବେଳକୁ ଏହା ଦକ୍ଷିଣ ଓଡ଼ିଶା ଉପକୂଳରେ ପ୍ରଭାବ ପକାଇବ । ତେବେ ଲଘୁଚାପ କ୍ଷେତ୍ର କେଉଁ ତାରିଖରେ ସୃଷ୍ଟି ହେବ ସେନେଇ କିଛି ସ୍ପଷ୍ଟ ହୋଇ ନାହିଁ । ସେହିପରି ୨୪ ଓ ୨୫ ତାରିଖବେଳକୁ ଉତ୍ତର ଓଡ଼ିଶାକୁ ପ୍ରବେଶ କରିପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ମୋଟା ମୋଟି ଭାବେ ୨୩ ରୁ ୨୬ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଥିବା ବେଳେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଲଗାଣ ବର୍ଷା ସମ୍ଭାବନ କମ୍ ରହିଛି ।

ଏହା ମଧ୍ୟ ପଢନ୍ତୁ...Weather Update: ରାଜ୍ୟରେ ବଢୁଛି ତାପମାତ୍ରା, 18ରେ 6 ଜିଲ୍ଲାରେ ବର୍ଷା ସମ୍ଭାବନା

ଆସନ୍ତା ୨୪ ଘଣ୍ଟାରେ ସୁନ୍ଦରଗଡ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଗଞ୍ଜାମ, ଗଜପତି, କୋରାପୁଟ ଓ କେନ୍ଦୁଝର ଏହି ୮ଟି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ପୁରୀ ,କେନ୍ଦୁଝର ଓ ମୟୂରଭଞ୍ଜରେ ବର୍ଷାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ବିଭାଗ । ଅନ୍ୟପଟେ ଗତ ୨୪ ଘଣ୍ଟାରେ ସବୁ ଜିଲ୍ଲାରେ ଶୁଖିଲା ପାଗ ଥିବା ବେଳେ ପାରଳାଖେମୁଣ୍ଡିରେ ସର୍ବାଧିକ ୩୬.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ସର୍ବ ନିମ୍ନ ତାପମାତ୍ର ଫୁଲବାଣୀ 16.5 ଡିଗ୍ରୀ ରହିଛି । ଭୁବନେଶ୍ବରରେ 34.7 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.