ETV Bharat / state

କୋରୋନା ଭୟ, ଶୁକ୍ରବାର ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : Dec 22, 2022, 12:02 PM IST

new variant of corona
new variant of corona

ଚୀନ ଭାରିଆଣ୍ଟ ଚିହ୍ନଟ ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ତତ୍ପରତା । ରାଜ୍ୟରେ ଲକଡ଼ାଉନ ଓ ସଟଡ଼ାଉନରୁ ବର୍ତ୍ତିବା ପାଇଁ କୋଭିଡ ନିୟମ ମାନିବାକୁ ପଡିବ ବୋଲି କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଅଧିକ ପଢନ୍ତୁ

new variant of corona

ଭୁବନେଶ୍ବର: ରାଜ୍ୟରେ ପୁଣି ଆରମ୍ଭ ହେଲା କୋରୋନା ଭୟ । ଚୀନ ଭାରିଆଣ୍ଟ ଚିହ୍ନଟ ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ତତ୍ପରତା । ନୂଆ ଭାରିଆଣ୍ଟ ଚିହ୍ନଟ ପରେ ଏଥିରେ କିପରି ରୋକ ଲଗାଯାଇପାରିବ । ସେନେଇ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ନିରଞ୍ଜନ ମିଶ୍ର କହିଛନ୍ତି ଯେ, ''ବିଦେଶରେ କୋରୋନା ସଂକ୍ରମଣ ବଢୁଥିବା ବେଳେ ରାଜ୍ୟରେ ଚୀନ ଭାରିଆଣ୍ଟ ଚିହ୍ନଟ ହୋଇଛି । ଏନେଇ ଆସନ୍ତାକାଲି(ଶୁକ୍ରବାର) ରାଜ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ଚୀନ ଭାରିଆଣ୍ଟକୁ ନେଇ ଆତଙ୍କିତ ହେବାର ନାହିଁ । ଅନ୍ୟ ଦେଶରେ ବଢୁଛି କିନ୍ତୁ ଆମର ସେଭଳି ସ୍ଥିତି ନାହିଁ । କିନ୍ତୁ ଭବିଷ୍ୟତରେ ଯେ ଆମର ବଢ଼ିବ ନାହିଁ ତାହା କହି ହେବନି । ତେଣୁ ଲକଡ଼ାଉନ ଓ ସଟଡ଼ାଉନରୁ ବର୍ତ୍ତିବାକୁ ହେଲେ କୋଭିଡ ମାନିବାକୁ ପଡିବ । ମାକ୍ସ ପିନ୍ଧିବା ଓ ସାମାଜିକ ଦୂରତା ପାଳନ କରିବାକୁ ହେବ । ଭାରତରେ ଲୋକଙ୍କର ଇମ୍ୟୁନିଟି ଭଲ ଅଛି । ତେଣୁ ବେଶୀ ଆତଙ୍କିତ ନ ହୋଇ ସତର୍କ ରୁହନ୍ତୁ । ହକି ବିଶ୍ୱକପ ଓ ନୂଆ ବର୍ଷ ନେଇ ଆସନ୍ତାକାଲି ବୈଠକରେ ନିଷ୍ପତ୍ତି ନିଆଯିବ । ତା ସହ କୋଭିଡ କଟକଣା ନେଇ ଯେଉଁ ଫାଇନ ବ୍ୟବସ୍ଥା ରହିଥିଲା ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।''

''ଆସନ୍ତାକାଲି ମଧ୍ୟାହ୍ନ ସମୟରେ ସଚିବାଳୟରେ ବସିବ ବୈଠକ । ସ୍ୱାସ୍ଥ୍ୟ ବିଭାଗ ସହ ଆରଏମଆରସି, ଆଇଏଲଏସ ଏବଂ ବିଭିନ୍ନ ମେଡ଼ିକାଲ୍ କଲେଜ କର୍ତ୍ତୃପକ୍ଷ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ବୈଠକରେ ସାମିଲ ହେବେ । ଆଗକୁ ଖ୍ରୀଷ୍ଟମାସ ଏବଂ ନୂଆବର୍ଷ, ଥିବାରୁ ଜନଗହଳି ହେବାର ସମ୍ଭାବନା ଅଧିକ ରହିଛି । ତେବେ ଜନଗହଳି ଠାରୁ ଦୂରେଇ ରହିବା ସହ ଜନଗହଳି ସ୍ଥାନରେ ମାସ୍କ ପିନ୍ଧିବାକୁ ଅପିଲ କରିଛନ୍ତି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ। ''

''ଚୀନରେ କୋରୋନା ବ୍ୟାପୁଛି ତାହା ନୁହେଁ ଯେ, ଭାରତରେ ଏହି ହାରରେ ଏହା ବ୍ୟାପିବ ଓ ଆକ୍ରାନ୍ତ କରାଇବ । ସର୍ଭେଲାନ୍ସ ଜାରି ରହିଛି ଆଗକୁ ବି ରହିବ । ବୁଷ୍ଟର ଡୋଜ ନେବାକୁ ସମସ୍ତଙ୍କୁ ଅନୁରୋଧ । ସମସ୍ତଙ୍କୁ ସଚେତନ ହେବାକୁ ହେବାକୁ କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଅଯଥା ଗହଳି କରନ୍ତୁ ନାହିଁ । ଗହଳିକୁ ଗଲେ ମାସ୍କ ପିନ୍ଧନ୍ତୁ । ନିଜ ପାଇଁ ନିଜେ ସତର୍କ ହୁଅନ୍ତୁ । ଟେଷ୍ଟିଂ, ଟ୍ରାକିଂ,ଟ୍ରିଟମେଣ୍ଟ ସରକାର ଜାରି ରଖିଛନ୍ତି । ଭାରତ ସରକାରଙ୍କ ଗାଇଡଲାଇନ ଅନୁଯାୟୀ ଆଗକୁ କଟକଣା ଲାଗୁ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ''

ଏହା ମଧ୍ୟ ପଢନ୍ତୁ-ଚାଇନା ଭାରିଏଣ୍ଟ ଚିହ୍ନଟ ପରେ ସ୍ବାସ୍ଥ୍ୟ ବିଭାଗର ତତ୍ପରତା, ସର୍ଭିଲାନ୍ସ ବଢ଼ାଇବାକୁ ସ୍ଵାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ

ଚୀନ, ଜାପାନ, ଆମେରିକା, କୋରିଆ, ବ୍ରାଜିଲ ଭଳି ଭାରତରେ ମଧ୍ୟ କୋଭିଡ କେସ୍‌ରେ ବୃଦ୍ଧି ଘଟିଛି । ରାଜ୍ୟରେ ଚାଇନା ଭାରିଆଣ୍ଟ ମିଳିଥିବା ସୂଚନା ମିଳିବା ପରେ ଓଡ଼ିଶାରେ ପଦକ୍ଷେପ ଗ୍ରହଣ କରାଯାଇଛି । ରାଜ୍ୟରେ ସର୍ଭିଲାନ୍ସ ସହ ଜିନମ ସିକ୍ୟୁଏନ୍ସି ବଢ଼ାଇବାକୁ ସ୍ଵାସ୍ଥ୍ୟ ସଚିବ ଶାଲିନୀ ପଣ୍ଡିତ ଗତକାଲି ନିର୍ଦ୍ଦେଶ ଦେଇଥିବା ନେଇ ସୂଚନା ମିଳିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.