ETV Bharat / state

ସିଏମ୍‌ଓ ସହ ଆଲୋଚନା ପରେ ନିଷ୍ପତ୍ତି, ଶିକ୍ଷକ ଆନ୍ଦୋଳନ ସ୍ଥଗିତ

author img

By ETV Bharat Odisha Team

Published : Sep 23, 2023, 8:50 PM IST

ସ୍ଥଗିତ ହେଲା ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ । ଆଜି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସହ ଆଲୋଚନା ପରେ ନିଆଗଲା ନିଷ୍ପତ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO) ସହ ଆଲୋଚନା ପରେ ନିଷ୍ପତ୍ତି । ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ସ୍ଥଗିତ ରଖାଯିବାକୁ ନିଷ୍ପତ୍ତି ହୋଇଛି । ଡିସେମ୍ବର ସୁଦ୍ଧା ଦାବି ପୂରଣ ପ୍ରତିଶ୍ରୁତି ପରେ ସ୍ଥଗିତ ରଖିଲା ପ୍ରାଥମିକ ଶିକ୍ଷକ ସଂଘ । ସ୍ଥଗିତ ନେଇ ନିଖିଳ ଉତ୍କଳ ପ୍ରଥମିକ ଶିକ୍ଷକ ଫେଡେରେଶନ ର ମହାସଚିବ ଚାରୁଲତା ମହାପାତ୍ର ସୂଚନା ଦେଇଛନ୍ତି । ଦୀର୍ଘ 15 ଦିନ ଜାରି ରହିଥିବା ଏହି ଆନ୍ଦୋଳନ ଆଜି ସ୍ଥଗିତ ରଖାଯାଇଛି ।

ଏହା ବି ପଢନ୍ତୁ- ଟେନସନରେ ସରକାର: ଆଜି ପ୍ରାଥମିକ ଶିକ୍ଷକ ସଂଘ ଓ CMO ମଧ୍ୟରେ ଆଲୋଚନା

ଆଜିର ଏହି ଆଲୋଚନାରେ ପ୍ରାଥମିକ ଶିକ୍ଷକ ମହାସଂଘର ୮ ସଂଘ ସାମିଲ ଥିଲା । ରାଜ୍ୟରେ ଦୀର୍ଘ ୧୫ ଦିନ ହେଲା ଆନ୍ଦୋଳନରେ ରହିଥିଲେ ପ୍ରାଥମିକ ଶିକ୍ଷକ ସଂଘ । ୩ ଦଫା ଦାବି ନେଇ ରାଜ୍ୟର ସମସ୍ତ ବ୍ଲକ ଶିକ୍ଷା ଅଧିକାର କାର୍ଯ୍ୟାଳୟଠାରେ ଧାରଣା ଦେବା ସହ ଆନ୍ଦୋଳନରେ ବସି ରହିଥିଲେ ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟତ୍ରୀ । ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସନ୍ଧ୍ୟାରେ ଶିକ୍ଷକମାନଙ୍କ ବିଭିନ୍ନ ସଂଘ ସହିତ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ହୋଇଛି ଆଲୋଚନା ।

ଏହା ବି ପଢନ୍ତୁ- ଜିଦ୍‌ରେ ଅଟଳ ଶିକ୍ଷକ ସଂଘ, ସମାଧାନ ବାଟ ନଫିଟିଲେ 26ରେ ହେବ ବିଶାଳ ସମାବେଶ

ଆନ୍ଦୋଳନରତ ପ୍ରାଥମିକ ଶିକ୍ଷକମାନେ ଦାବି କରିଥିଲେ ଯେ ଠିକା ନିଯୁକ୍ତି ଉଚ୍ଛେଦ, ପୁରୁଣା ପେନ୍‌ସନ ଓ କେନ୍ଦ୍ରୀୟ ହାରରେ ଦରମା ଅନୁସାରେ ୪୨୦୦ ଟଙ୍କା ଗ୍ରେଡ୍‌ ପେ’ ଲାଗୁ କରିବା । ତେବେ ଏପଟେ ପ୍ରାଥମିକ ବିଦ୍ୟାଳୟ ମହାସଂଘ ଆନ୍ଦୋଳନ ସ୍ଥଗିତ ଘୋଷଣା ପରେ ମଧ୍ୟ ବିଭିନ୍ନ ଦାବିକୁ ନେଇ ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଆନ୍ଦୋଳନ କରିଆସୁଥିଲେ ।

ଏହା ବି ପଢନ୍ତୁ- ପ୍ରାଥମିକ ଶିକ୍ଷକ ଆନ୍ଦୋଳନରେ ପ୍ରଭାବିତ ପାଠପଢ଼ା, ସ୍କୁଲରେ କମୁଛି ପିଲାଙ୍କ ସଂଖ୍ୟା

ରାଜ୍ୟରେ ୩୧୪ଟି ବ୍ଲକରେ ଏହି ଆନ୍ଦୋଳନ ହୋଇଥିଲା । ଆଲୋଚନା ପୂର୍ବରୁ ସଂଘ ପକ୍ଷରୁ ପ୍ରଶ୍ନ କରିଥିଲା ଯେ, ଯଦି ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକରେ ଆଲୋଚନା ହୋଇଛି ତେବେ ସିଏମଓ ଅଫିସରୁ କାହିଁକି ଡାକରା ଆସିଛି । ଯଦି ବି ଡାକିଛନ୍ତି ତେବେ କେଉଁ ସଂଘକୁ ? ଯେଉଁମାନେ ଆନ୍ଦୋଳନରୁ ଓହରିଛନ୍ତି ନା ଯେଉଁମାନେ ଆନ୍ଦୋଳନରତ ଅଛନ୍ତି ? ସରକାର ତୁରନ୍ତ ସେମାନଙ୍କ ୩ ଦଫା ଦାବି ତୁରନ୍ତ ଦାବି ପୂରଣ କରନ୍ତୁ ନହେଲେ ଆଗାମୀ ୨୬ ତାରିଖରେ ଲୋୟର ପିଏମଜିଠାରେ ମହାସମାବେଶ ହେବ ବୋଲି ଚେତାବନୀ ଦିଆଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.