ETV Bharat / state

ଜିଦ୍‌ରେ ଅଟଳ ଶିକ୍ଷକ ସଂଘ, ସମାଧାନ ବାଟ ନଫିଟିଲେ 26ରେ ହେବ ବିଶାଳ ସମାବେଶ

author img

By ETV Bharat Odisha Team

Published : Sep 21, 2023, 3:52 PM IST

Updated : Sep 21, 2023, 4:06 PM IST

13ତମ ଦିନରେ ରାଜ୍ୟ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଧାରଣା । ରାଜ୍ୟ ସରକାରଙ୍କ ଶିକ୍ଷକ ବିରୋଧୀ ନୀତିକୁ ନେଇ ସାରା ରାଜ୍ୟରେ ଜୋରଦାର ହେଉଛି ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଆନ୍ଦୋଳନ । ଅଧିକ ପଢ଼ନ୍ତୁ

13ତମ ଦିନରେ ରାଜ୍ୟ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଧାରଣା
13ତମ ଦିନରେ ରାଜ୍ୟ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଧାରଣା

13ତମ ଦିନରେ ରାଜ୍ୟ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଧାରଣା

ଭୁବନେଶ୍ବର: ଥମୁନି ପ୍ରାଥମିକ ଶିକ୍ଷକ ଆନ୍ଦୋଳନ । ତିନି ଦଫା ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଚେତାବନୀ ଦେଇଛି ଶିକ୍ଷକ ସଂଘ । ଶିକ୍ଷକ ସଂଘରେ ଫାଟ ଉପୁଜିବା ସତ୍ତ୍ବେ ଆନ୍ଦୋଳନ ଜାରି ରହିଛି । ୧୩ ଦିନ ହେଲା ଶିକ୍ଷକମାନେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ଥିବା ବେଳେ ସମାଧାନର ବାଟ ବାହାରି ପାରୁନାହିଁ । ସୋମବାର ଦିନ ସରକାରଙ୍କ ପ୍ରତିଶ୍ରୁତି ପରେ ଶିକ୍ଷକ ସଂଘ ମଧ୍ୟରେ ଫାଟ ଦେଖିବାକୁ ମିଳିଛି । ଦୁଇଟି ଶିକ୍ଷକ ସଂଘ ଆନ୍ଦୋଳନରୁ ଓହରିଯାଇଥିଲେ ମଧ୍ୟ ଆହୁରି ୮ ଶିକ୍ଷକ ସଂଘ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି ।

ଠିକା ନିଯୁକ୍ତି ଉଚ୍ଛେଦ, ପୁରୁଣା ପେନ୍‌ସନ ଓ କେନ୍ଦ୍ରୀୟ ହାରରେ ଦରମା ଅନୁସାରେ ୪୨୦୦ ଟଙ୍କା ଗ୍ରେଡ୍‌ ପେ’ ଲାଗୁ ଆଦି ଦାବି ନେଇ ଶିକ୍ଷକ-ଶିକ୍ଷୟିତ୍ରୀ ବିଇଓ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ ଜାରି ରଖିଛନ୍ତି । ସୋମବାର ଶିକ୍ଷକଙ୍କ ଦାବି ସମ୍ପର୍କରେ ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକରେ ଆଲୋଚନା ହୋଇଥିଲା । ଶିକ୍ଷକ ସଙ୍ଘଙ୍କୁ ଆନ୍ଦୋଳନରୁ ଓହରିବା ପାଇଁ ସରକାର ନିବେଦନ କରିଥିଲେ। ସରକାରଙ୍କ ପ୍ରତିଶୃତିକୁ ଦୃଷ୍ଟିରେ ରଖି ଦୁଇଟି ସଂଘ ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି । ଅନ୍ୟ ପକ୍ଷରେ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ନେତୃତ୍ବରେ ପ୍ରାୟ ୮ ଟି ସଂଘ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଯେପର୍ଯ୍ୟନ୍ତ ସରକାର ଶିକ୍ଷକ ସଂଘର ଦାବି ଗୁଡିକୁ ପୂରଣ ନକରିଛନ୍ତି କୌଣସି ପରିସ୍ଥିତିରେ ଆନ୍ଦୋଳନ ବନ୍ଦ ହେବନି ବୋଲି ଚେତାବନୀ ଦେଇଛି ସଂଘ । ସେହିପରି ଭାବରେ ଶିକ୍ଷକ ଆନ୍ଦୋଳନକୁ ଓଡିଶା ଅଭିଭାବକ ମହାସଂଘ ସମର୍ଥନ କରିଛନ୍ତି । ବିଦ୍ୟାଳୟରେ ପାଠପଢା ସ୍ଵାଭାବିକ କରିବା ଦାବିରେ ବିଭିନ୍ନ ସ୍କୁଲ ସମ୍ମୁଖରେ ଅଭିଭାବକମାନେ ଧାରଣା ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ...ଶିକ୍ଷକ ଆନ୍ଦୋଳନ ଦୁଇ ଫାଳ ! ଗୋଟିଏ ପଟେ ସ୍ଥଗିତ ନିଷ୍ପତ୍ତି, ଅନ୍ୟପଟେ ଆନ୍ଦୋଳନ ଜାରି

ପ୍ରାଥମିକ ବିଦ୍ୟାଳୟ ମହାସଂଘର ସଭାପତି ବ୍ରହ୍ମାନନ୍ଦା ମହାରଣା କହିଛନ୍ତି, ‘‘୩ ଦଫା ଦାବିକୁ ନେଇ ଗତ ୧୮ ତାରିଖରେ ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକରେ ଆଲୋଚନା ହୋଇଥିଲା । କିନ୍ତୁ ରାଜ୍ୟ ସରକାର ଏନେଇ କୌଣସି ପ୍ରତିଶ୍ରୁତି ଦେଇନାହାନ୍ତି । ବୈଠକ ମାଧ୍ୟମରେ ଆଲୋଚନା ହୋଇଛି କିନ୍ତୁ ଦାବିକୁ ନେଇ କୌଣସି ଆଲୋଚନା ହୋଇନାହିଁ । ଏହାକୁ ନେଇ ଦୁଇଟି ସଂଘ ଆନ୍ଦୋଳନରୁ ଓହରିଛି ହେଲେ ବଳକା 8ଟି ସଂଘ ଏବେବି ଆନ୍ଦୋଳନ ଜାରି ରଖିଛନ୍ତି । ସରକାର ଶିକ୍ଷକମାନଙ୍କୁ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଛନ୍ତି । ତେଣୁ ସରକାର ତୁରନ୍ତ ପଦକ୍ଷପ ଗ୍ରହଣ ନକଲେ ଆଗାମୀ ୨୬ ତାରିଖରେ ଲୋୟର ପିଏମଜି ଠାରେ ଏକ ବିଶାଳ ସମାବେଶ ସହ ଆନ୍ଦୋଳନ ଜୋରଦାର କରାଯିବ ।’’

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 21, 2023, 4:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.