ETV Bharat / state

ଧର୍ମେନ୍ଦ୍ରଙ୍କୁ ପ୍ରଣବଙ୍କ ଆଇନା; ପ୍ରଶ୍ନ ପଚାରିଲେ ଭାଇ ଚିଡ଼ି ଯାଉଛନ୍ତି କାହିଁକି ?

author img

By ETV Bharat Odisha Team

Published : Jan 16, 2024, 7:23 PM IST

Pranab prakash das targets Dharmendra Pradhan
Pranab prakash das targets Dharmendra Pradhan

Pranab prakash das targets Dharmendra Pradhan: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରଶ୍ନ । ପ୍ରଶ୍ନ ପଚାରିଲେ ଭାଇ ଚିଡ଼ି ଯାଉଛନ୍ତି କାହିଁକି ? ଅଧିକ ପଢନ୍ତୁ

ଭୁବନେଶ୍ବର: ତିନୋଟି ପ୍ରଶ୍ନ ପଚରାଯାଇଥିଲା, ଉତ୍ତର ଦେଉନାହାନ୍ତି କାହିଁକି ? ଉତ୍ତର ଦେବା ବଦଳରେ ରାଗି ଯାଉଛନ୍ତି କାହିଁକି ? ସତ କହିଲେ କାହିଁକି ଚିଡ଼ି ଯାଉଛନ୍ତି ? କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଦେଖାଇଛନ୍ତି ଆଇନା । ସୋସିଆଲ ମିଡିଆରେ ପୋଷ୍ଟ କରି ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଇନା ଦେଖାଇଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

ଧର୍ମେନ୍ଦ୍ରଙ୍କୁ ପ୍ରଣବଙ୍କ ଆଇନା
ଧର୍ମେନ୍ଦ୍ରଙ୍କ ଉଦ୍ଦେଶ୍ୟରେ ପ୍ରଣବଙ୍କ ସୋସିଆଲ ମିଡିଆ ପୋଷ୍ଟ

୩ଟି ସାଧାରଣ ପ୍ରଶ୍ନ ପଚରାଯାଇଥିଲା ହେଲେ କାହିଁକି ଉତ୍ତର ଦେଲେ ନାହିଁ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ପ୍ରଣବ । ପ୍ରଣବ ସୋସିଆଲ ମିଡିଆରେ ଲେଖିଛନ୍ତି, " ଓଡ଼ିଆ ନେତା ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରରେ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି । ହେଲେ ନିଜ ମାଟି ପାଇଁ ଗୋଟେ ନୂଆ ୟୁନିଭର୍ସିଟି କରିବା ଛାଡ଼ନ୍ତୁ, ନିଜ ଜିଲ୍ଲା ଅନୁଗୋଳ ପଡୋଶୀ ଢେଙ୍କାନାଳ ଓ ସମ୍ବଲପୁରରେ ଗୋଟିଏ ବି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ କିମ୍ବା ଜବାହର ନବୋଦୟ ବିଦ୍ୟାଳୟ ଟିଏ କରିନାହାନ୍ତି । ଦ୍ବିତୀୟରେ ଦକ୍ଷତା ବିକାଶ କେନ୍ଦ୍ର ଟିଏ ବି ସ୍ଥାପନ କରିନାହାନ୍ତି ।"

ଏହା ବି ପଢନ୍ତୁ- ରୂପାନ୍ତିକରଣ ହିସାବ ମାଗିଲେ ଧର୍ମେନ୍ଦ୍ର, କହିଲେ ଦିନରେ ଲଣ୍ଠନ ଦେଖାଉଛନ୍ତି ସରକାର

ତୃତୀୟରେ ଏନଏଚ-୫୫ର ଅବସ୍ଥା ଯାହା ରହିଛି ଗତ ୧୦ ବର୍ଷରେ କାମ ସରିପାରୁନି । ଜାତୀୟ ରାଜପଥ ଦେଇ ଆପଣ ଯିବା ବଦଳରେ ରାଜ୍ୟ ରାଜପଥକୁ ଭରସା କରୁଛନ୍ତି । ଧର୍ମେନ୍ଦ୍ରଙ୍କୁ ଏହା କହି କଟାକ୍ଷ କରିଛନ୍ତି ପ୍ରଣବ ପ୍ରକାଶ । କେନ୍ଦ୍ରମନ୍ତ୍ରୀ ଭାବେ କେ.ପି ସିଂହଦେଓ ଦାୟିତ୍ବ ତୁଲାଇବାବେଳେ ଆଇଆଇଏମସି ସହ ଅନ୍ୟ କେନ୍ଦ୍ରୀୟ ପ୍ରକଳ୍ପ ନିଜ ଜିଲ୍ଲା ପାଇଁ କାର୍ଯ୍ୟକାରୀ କରିଥିଲେ । ଲାଗୁଛି ପ୍ରଶ୍ନ ସବୁ ଶୁଣି ଆପଣ ରାଗି ଯାଇଛନ୍ତି । ରକ୍ତଚାପ ବଢ଼ିଯାଇଛି । ଆପଣ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗ କରିଥିବା ଦେଖିଥିଲି । ଅନୁରୋଧ କରୁଛି ଏବେ ନିୟମିତ ଭାବେ ଯୋଗ କରନ୍ତୁ । ଧର୍ମେନ୍ଦ୍ରଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଣବ ।

ଏହା ବି ପଢନ୍ତୁ- ଧର୍ମେନ୍ଦ୍ରଙ୍କୁ ପ୍ରଣବ କଲେ ଟାର୍ଗେଟ; ଟ୍ୱିଟ୍ କରି ରଖିଲେ ଜବାବ

କିଛି ଦିନ ତଳେ ଅନୁଗୁଳ ଜିଲ୍ଲା ଗସ୍ତ ସମୟରେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ କେନ୍ଦ୍ରମନ୍ତ୍ରୀଙ୍କ ନାଁ ନନେଇ ଏହି ସବୁ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ଆଜି ଯାଏଁ ଧର୍ମେନ୍ଦ୍ର ଦେଇନଥିବା ବେଳେ ପ୍ରଣବଙ୍କ ପୋଷ୍ଟ କଟା ଘା'ରେ ଚୂନ ସଦୃଶ୍ୟ ହୋଇଛି । ସୂଚନା ଅନୁସାରେ ଭୁବନେଶ୍ବର ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କାର୍ଯ୍ୟକ୍ରମରେ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ, ବିଜେଡି ଓ ୫ଟି ଅଧ୍ୟକ୍ଷଙ୍କୁ ଟାର୍ଗେଟ କରିଥିଲେ ଧର୍ମେନ୍ଦ୍ର । ଯାହାର ଜବାବ ଦେବାକୁ ଯାଇ ଧର୍ମେନ୍ଦ୍ରଙ୍କୁ ଆଇନ ଦେଖାଇଛନ୍ତି ପ୍ରଣବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.