ETV Bharat / state

ରୂପାନ୍ତିକରଣ ହିସାବ ମାଗିଲେ ଧର୍ମେନ୍ଦ୍ର, କହିଲେ ଦିନରେ ଲଣ୍ଠନ ଦେଖାଉଛନ୍ତି ସରକାର

author img

By ETV Bharat Odisha Team

Published : Jan 16, 2024, 5:19 PM IST

Updated : Jan 16, 2024, 5:37 PM IST

Dharmendra Pradhan seeks date of Odisha Transformation: ରାଜ୍ୟରେ ଚାଲିଥିବା ରୂପାନ୍ତିକରଣର ହିସାବ ଦେବାକୁ ପଡ଼ିବ । ରୂପାନ୍ତିକରଣ ନାଁରେ ପ୍ରତାରଣା, ଛଳନା ଏବଂ ଦିନରେ ଲଣ୍ଠନ ଦେଖାଉଛନ୍ତି ସରକାର ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ

Dharmendra Pradhan
Dharmendra Pradhan

ରୂପାନ୍ତିକରଣ ହିସାବ ମାଗିଲେ ଧର୍ମେନ୍ଦ୍ର, କହିଲେ ଦିନରେ ଲଣ୍ଠନ ଦେଖାଉଛନ୍ତି ସରକାର

ଭୁବନେଶ୍ବର: ରାଜ୍ୟରେ ଚାଲିଥିବା ରୂପାନ୍ତିକରଣର ହିସାବ ଦେବାକୁ ପଡ଼ିବ। ରୂପାନ୍ତିକରଣ ନାଁରେ ପ୍ରତାରଣା, ଛଳନା ଏବଂ ଦିନରେ ଲଣ୍ଠନ ଦେଖାଉଛନ୍ତି ସରକାର । ବିତର୍କ ପାଇଁ ମୁଖ୍ୟମନ୍ତ୍ରୀ ମଞ୍ଚ ତିଆରି କରନ୍ତୁ । ମୁଁ ବିଜେପି ପକ୍ଷରୁ ନେତୃତ୍ଵ ନେବି । ଭଡାଟିଆ, ଇଷ୍ଟ ଇଣ୍ଡିଆ କମ୍ପାନୀ ପ୍ରତିନିଧିଙ୍କ ପାଖରୁ ମୋର ସାର୍ଟିଫିକେଟ ଦରକାର ନାହିଁ । ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ରାଜ୍ୟ ସରକାରଙ୍କୁ ଏପରି କଡା ସମାଲୋଚନା କରିଛନ୍ତି ।

ଧର୍ମେନ୍ଦ୍ର ସରକାରଙ୍କୁ ଟାର୍ଗଟେ କରି କହିଛନ୍ତି, "୨୫ ବର୍ଷ ହେଲା ଲୋକ ଆପଣଙ୍କୁ ଭରସା କଲେ । ରାଜ୍ୟରେ ଚାଲିଥିବା ରୂପାନ୍ତିକରଣର ହିସାବ ଦେବାକୁ ପଡ଼ିବ । ରୂପାନ୍ତିକରଣ ନାଁରେ ପ୍ରତାରଣା, ଛଳନା ଏବଂ ଦିନରେ ଲଣ୍ଠନ ଦେଖାଉଛନ୍ତି ସରକାର । ବିତର୍କ ପାଇଁ ମୁଖ୍ୟମନ୍ତ୍ରୀ ମଞ୍ଚ ତିଆରି କରନ୍ତୁ । ମୁଁ ବିଜେପି ପକ୍ଷରୁ ନେତୃତ୍ଵ ନେବି । ଭଡାଟିଆ, ଇଷ୍ଟ ଇଣ୍ଡିଆ କମ୍ପାନୀ ପ୍ରତିନିଧିଙ୍କ ପାଖରୁ ମୋର ସାର୍ଟିଫିକେଟ ଦରକାର ନାହିଁ ।"

ଏହା ବି ପଢନ୍ତୁ- ଧାମନଗରରୁ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ

ଧର୍ମେନ୍ଦ୍ର ଆହୁରି କହିଛନ୍ତି, "୨୦୧୩-୧୪ରେ ଦେଶରେ ୩୦ ପ୍ରତିଶତ ଲୋକ ଗରିବ ଥିଲେ । ଆଜି ୧୧.୨୮ ପ୍ରତିଶତ ଗରିବ ରହିଛନ୍ତି । ୯ ବର୍ଷରେ ୧୮ ପ୍ରତିଶତ ଅର୍ଥାତ ୨୪ କୋଟି ଲୋକ ଦାରିଦ୍ର୍ୟରୁ ବାହାରି ବିକାଶ ସହ ଯୋଡ଼ି ହୋଇଛନ୍ତି । ଉଜ୍ଜ୍ବଳା ଯୋଜନାରେ ମୋତେ ଟାହି ଟାପରା କରୁଛନ୍ତି । ହେଲେ ଭଡାଟିଆ, ଇଷ୍ଟ ଇଣ୍ଡିଆ କମ୍ପାନୀ ପ୍ରତିନିଧିଙ୍କ ପାଖରୁ ମୋର ସାର୍ଟିଫିକେଟ ଦରକାର ନାହିଁ । ଓଡ଼ିଶାରେ ୫୩ ଲକ୍ଷ ମହିଳାଙ୍କୁ ଗ୍ୟାସ ଯୋଗାଇଛି । ୪ କୋଟି ଘରେ ସୌଭାଗ୍ୟ ଯୋଜନାରେ ବିଜୁଳି ଲାଗୁଛି । ହେଲେ ପାନୀୟ ଜଳ ପାଇଁ ରାଜ୍ୟ ସରକାରଙ୍କ ଅସହଯୋଗ ଯୋଗୁଁ ଓଡ଼ିଶାରେ ସବୁ ଘରେ ପିଇବା ପାଣି ପହଞ୍ଚି ପାରିନାହିଁ। ଠିକାଦାର ପ୍ରୀୟାପ୍ରୀତି ଯୋଗୁଁ ଏହି ଅବସ୍ଥା ।"

BSKYକୁ ମଧ୍ୟ ଧର୍ମେନ୍ଦ୍ର ଟାର୍ଗେଟ କରିଛନ୍ତି । ଏ ନେଇ ସେ କହିଛନ୍ତି, "ସ୍ବାସ୍ଥ୍ୟ ବ୍ୟବସ୍ଥା ବିଜ୍ଞାପନରେ ସୀମିତ । ଘରୋଇ ହସ୍ପିଟାଲରେ ରାଜ୍ୟ ସରକାରଙ୍କ ସ୍ଵାସ୍ଥ୍ୟ ବ୍ୟବସ୍ଥା ବନ୍ଧା ପଡ଼ିଛି । ସରକାରୀ ହସ୍ପିଟାଲର ଅବସ୍ଥା ଖରାପ । ଏଠି ସରକାରୀ ବାବୁ ଜାଲ ବିଛାଇଛନ୍ତି ଓଡ଼ିଆ ଲୋକଙ୍କୁ ଲୁଟିବାକୁ । ଓଡ଼ିଆ ଠିକାଦାରମାନେ ସରକାରଙ୍କୁ ନିୟନ୍ତ୍ରିତ କରୁଛନ୍ତି। "

ଏହା ବି ପଢନ୍ତୁ- ବନ୍ଦ ହେବନି BSKY ବରଂ ଲାଗୁ ହେବ ଆୟୁଷ୍ମାନ ଯୋଜନା: ଧର୍ମେନ୍ଦ୍ର

ମୁଖ୍ୟମନ୍ତ୍ରୀଙ୍କୁ ଶ୍ବେତ ପତ୍ର ପ୍ରକାଶ କରିବାକୁ ଆହ୍ଵାନ ଦେଲେ କେନ୍ଦ୍ରମନ୍ତ୍ରୀ । ଚ୍ୟାଲେଞ୍ଜ ଦେଇ କହିଲେ ଯେ ରାଜ୍ୟରେ ଏବେ ଏପରି ବ୍ୟବସ୍ଥା ଘଟିଛି ଯୁବକ ଯୁବତୀ ମାନେ ଦାଦନ ଖଟିବାକୁ ସବୁଦିନ ଯାଉଛନ୍ତି । ବିଶେଷକରି ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି କଥା ଦେଖନ୍ତୁ ସବୁଠାରୁ ଅଧିକ । ମୁଖ୍ୟମନ୍ତ୍ରୀ ମହାପ୍ରସାଦ, ଜଗନ୍ନାଥ ପତାକା ଛୁଇଁ କୁହନ୍ତି ହିଞ୍ଜିଳିରୁ କେହି ଦାଦନ କାମ କରିବାକୁ ଯାଉନାହାନ୍ତି । ଆସନ୍ତା ନିର୍ବାଚନ କହିବ ଧୃତରାଷ୍ଟ୍ର କିଏ ? ସେହିପରି କହିଛନ୍ତି ରାଜ୍ୟରେ ଡ଼ବଲ ଇଞ୍ଜିନ ସରକାର ଆସିଲେ ସବୁ ସମାଧାନ ହେବ। ରାଜ୍ୟରେ ଶାସନ ବ୍ୟବସ୍ଥା କିପରି ଚାଲିଛି ଲୋକମାନେ ଜାଣି ସାରିଲେଣି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jan 16, 2024, 5:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.