ETV Bharat / state

ବନ୍ଦ ହେବନି BSKY ବରଂ ଲାଗୁ ହେବ ଆୟୁଷ୍ମାନ ଯୋଜନା: ଧର୍ମେନ୍ଦ୍ର

author img

By ETV Bharat Odisha Team

Published : Jan 12, 2024, 9:48 PM IST

ପାଣ୍ଡିଆନଙ୍କୁ ଧର୍ମେନ୍ଦ୍ରଙ୍କ ଜବାବ
Dharmendra Pradhan on BSKY

Dharmendra Pradhan on BSKY: ନିକଟରେ BSKY ବନ୍ଦ କରିବାକୁ ନିଜ ଇସ୍ତାହାରରେ ଲେଖନ୍ତୁ ବୋଲି ଧର୍ମେନ୍ଦ୍ରଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ ପାଣ୍ଡିଆନ । ଏହାର ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । BSKY ବନ୍ଦ ହେବନି, ବରଂ ଆୟୁଷ୍ମାନ ଯୋଜନା ଲାଗୁ ହେବ ବୋଲି ସେ କହିଛନ୍ତି । ଅଧିକ ପଢ଼ନ୍ତୁ

Dharmendra Pradhan on BSKY

କଟକ: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜ୍ୟରେ ରାଜନୈତିକ ଦଳ ଗୁଡ଼ିକ ମଧ୍ୟରେ ଟଣାଓଟରା ସେତିକି ତୀବ୍ର ହେବାରେ ଲାଗିଛି । ବିଶେଷ କରି ରାଜ୍ୟରେ ଶାସକ ବିଜେଡି ଓ ମୁଖ୍ୟ ବିରୋଧୀ ଦଳ ବିଜେପି ମଧ୍ୟରେ ତେଜିଛି ଆରୋପ ପ୍ରତ୍ୟାରୋପ ରାଜନୀତି । ବିଭିନ୍ନ ଜିଲ୍ଲା ଗସ୍ତ କରି 5T ଅଧ୍ୟକ୍ଷ ତଥା ନୂଆ କରି ରାଜନୀତିରେ ପାଦ ଥାପିଥିବା ବିଜେଡି ନେତା ଭିକେ ପାଣ୍ଡିଆନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରୁଥିବାବେଳେ ଧର୍ମେନ୍ଦ୍ର ମଧ୍ୟ ଏହାର ଜବାବ ରଖୁଛନ୍ତି । ତେବେ ନିକଟରେ ରଣପୁର ଗସ୍ତ ସମୟରେ BSKY ବନ୍ଦ କରିବାକୁ ନିଜ ଇସ୍ତାହାରରେ ଲେଖନ୍ତୁ ବୋଲି ଧର୍ମେନ୍ଦ୍ରଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ ପାଣ୍ଡିଆନ । ଏହାର ଉତ୍ତରରେ BSKY ବନ୍ଦ ନକରି ବରଂ ଆୟୁଷ୍ମାନ ମଧ୍ୟ ଲାଗୁ କରାଯିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ଧର୍ମେନ୍ଦ୍ର କହିଛନ୍ତି, "ରାଜ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବନ୍ଦ କରିବା କଥା ଉଠିନି, ବରଂ ରାଜ୍ୟରେ ବିଜେପି ସରକାର ଆସିଲେ ପ୍ରଥମେ ଆୟୁଷ୍ମାନ ଯୋଜନା ଲାଗୁ କରାଯିବ । ଯାହାଦ୍ବାରା ରାଜ୍ୟରେ ସ୍ବାସ୍ଥ୍ୟସେବା ଦିଗରେ ଅଧିକ ବିକଶିତ ହେବ ଓଡିଶା । ବର୍ତ୍ତମାନ ରାଜ୍ୟରେ ସ୍ବାସ୍ଥ୍ୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି । ନବଜାତ ଶିଶୁ ଆଜି ଅପପୃଷ୍ଟିର ଶିକାର ହେଉଛନ୍ତି । ଗର୍ଭବତୀ ମାଆ ଓ ଶିଶୁ ରକ୍ତହୀନତା ଭଳି ବ୍ୟାଧିରେ ପୀଡିତ ହେଉଛନ୍ତି । କେବଳ ଭୋଟ ନେବା ଓ ପ୍ରଚାର କରିବା ଉଦ୍ଦେଶ୍ୟରେ ରାଜ୍ୟ ଶାସନ ଦାୟିତ୍ବରେ ଥିବା କିଛି ବାବୁମାନେ ଏହି ତମାମ ଦିଗକୁ ଅଣଦେଖା କରୁଛନ୍ତି । ଯଦି NCRB ରିପୋର୍ଟ ଦେଖିବା, ସବୁଠୁ ଖରାପ ରାଜ୍ୟମାନଙ୍କ ମଧ୍ୟରେ ଶେଷ ଆଡୁ 3 ନମ୍ବରରେ ରହିଛି ଆମ ରାଜ୍ୟ । ତେଣୁ ଶାସକ ଦଳର ଏପରି ଶାସନ ଉପରେ ପ୍ରଶ୍ନ ଉଠିବା ସ୍ବଭାବିକ ।"

ଏହା ମଧ୍ୟ ପଢ଼ନ୍ତୁ...ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଖୋଲା ଚ୍ୟାଲେଞ୍ଜ; ‘ନିର୍ବାଚନ ଇସ୍ତାହାରରେ BSKY ବନ୍ଦ କରିବେ ବୋଲି ଲେଖନ୍ତୁ’

2005 ଏନ୍‌ଏଫ୍‌ଏଚ୍‌ଏସ୍‌ ସର୍ଭେ ରିପୋର୍ଟ ରଖି ରାଜ୍ୟ ସରକାରଙ୍କୁ ଟାର୍ଗେଟ ମଧ୍ୟ କଲେ ଧର୍ମେନ୍ଦ୍ର । ଏହି ରିପୋର୍ଟ ଅନୁସାରେ 100 ଜଣରେ 19 ଭାଗ ପିଲା ନୂଆ ଜନ୍ମ ନେବାବେଳେ କମ ଓଜନର ଜନ୍ମ ହେଇଛନ୍ତି । 31 ଭାଗ ପିଲା ଜନ୍ମ ବେଳେ ପୁଷ୍ଟିହୀନତାର ଶିକାର ହେଉଛନ୍ତି । 64 ଭାଗ ଶିଶୁ ରକ୍ତ ହୀନତାର ଶିକାର ହୋଇଛନ୍ତି । 61 ଗର୍ଭବତୀ ମାଆ ରକ୍ତହୀନତାର ଶିକାର ହୋଇଛନ୍ତି । 16 ଜିଲ୍ଲାରେ ଅପପୁଷ୍ଟିର ହାର ଜାତୀୟ ହାରରୁ କମ । ନବରଙ୍ଗପୁର ଏଥିରେ 1 ନମ୍ବରରେ ଅଛି । ତେବେ ବିଜେପି ସରକାର ଆସିଲେ ପ୍ରଥମେ ଶିଶୁ ଓ ମାଆ ମାନେ କିପରି ରକ୍ତ ହୀନତା ଓ ଅପପୃଷ୍ଟିର ଶିକାର ନହେବେ, ତାହା ଉପରେ ଫୋକସ କରାଯିବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.