ରାତି ଅଧିଆ ଡ୍ୟାନ୍ସ ବାରରେ ରେଡ୍, ଦୌଡ଼ିଲେ ଗ୍ରାହକ ଲୁଚିଲେ କର୍ମଚାରୀ

author img

By

Published : May 28, 2023, 10:22 PM IST

Updated : May 29, 2023, 6:22 AM IST

Etv Bharat

ନିୟମ ଉଲ୍ଲଙ୍ଘନ ଅଭିଯୋଗ ପରେ ରାତି ଅଧିଆ ଡ୍ୟାନ୍ସ ବାରରେ ପୋଲିସର ଚଢାଉ । ସେଫ୍ ସିଟି ଡ୍ରାଇଭ ନେଇ ଶନିବାର ରାତିରେ ପୋଲିସ ଏହି ଚଢାଉ କରିଛି । ଅଧିକ ପଢନ୍ତୁ

ଦୌଡ଼ିଲେ ଗ୍ରାହକ ଲୁଚିଲେ କର୍ମଚାରୀ

ଭୁବନେଶ୍ବର: ରାଜଧାନୀର ଅନେକ ଡ୍ୟାନ୍ସ ବାରରେ ରାତି ଅଧିଆ ପୋଲିସର ଚଢାଉ । ସେଫ୍ ସିଟି ଡ୍ରାଇଭ ନେଇ ଶନିବାର ରାତିରେ ବିଭିନ୍ନ ବାରର ପହଞ୍ଚିଥିଲା ପୋଲିସ । ଏହାପରେ ଗୋଟିଏ ପରେ ଗୋଟିଏ ବାରରେ ଆରମ୍ଭ ହୋଇଥିଲା ଚେକିଂ। ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବାରକୁ ଖୋଲା ରଖିବା ସହିତ ସାଉଣ୍ଡ ଲିମିଟ ଭଳି ନିୟମକୁ ଉଲ୍ଲଘଂନ କରିଥିବାରୁ ପୋଲିସ ହଠାତ ଏହି ବାରଗୁଡ଼ିକ ଉପରେ ଚଢାଉ କରିଥିବା ଜଣାପଡ଼ିଛି।

ଦୀର୍ଘ ସମୟ ଧରି ଗୋଟିଏ ପରେ ଗୋଟିଏ ବାରରେ ଚେକିଂ କରି କରିଥିଲେ ଟିମ୍ ୬୦ ଓ ସିଟିଏସର କର୍ମଚାରୀ । ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଖୋଲାଥିବା ବାରରେ ହୋଇଥିଲା ଚେକିଂ। ବୁଲି ବୁଲି ବିଭିନ୍ନ ବାରରେ ଜୋରଦାର ହୋଇଥିଲା ଚେକିଂ। ମ୍ୟୁଜିକ୍ ବାଜୁଥିବା ବାରରେ ହୋଇଥିଲା ଲାଇସେନ୍ସ ଚେକିଂ ସହ ଅବକାରୀଠାରୁ ଆଣିଥିବା ଅନୁମତିର ମଧ୍ୟ ଚେକିଂ କରିଥିଲା ପୋଲିସ। ତେବେ ବିଳମ୍ବିତ ରାତ୍ରି ଯାଏଁ ବାର ଚାଲୁଥିବା ନେଇ ଅଭିଯୋଗ ହୋଇଥିଲା। ୧ଟା ୩୦ ର ପରେ କାହିଁକି ବାର ଖୋଲିବା ନେଇ ଚେକିଂ ହୋଇଥିଲା ।

ଏହା ବି ପଢନ୍ତୁ- ନିଶା କାରବାର ନେଇ କଡା କାର୍ଯ୍ୟାନୁଷ୍ଠାନ, ଗଞ୍ଜେଇ ମାଫିଆର 3କୋଟି ମୂଲ୍ୟର ସମ୍ପତ୍ତି ଜବତ

ବିଶେଷ କରି ଚନ୍ଦ୍ରଶେଖରପୁର, ଇନଫୋସିଟି ଓ ପଟିଆ ଅଞ୍ଚଳରେ ଥିବା ବାରରେ ହୋଇଥିଲା ରେଡ୍ । କେତୋଟି ବାର ମ୍ୟୁଜିକାଲ ଲାଇସେନ୍ସ ନ ନେଇ ମ୍ୟୁଜିକ୍ ଚଲାଉଥିବା ମଧ୍ୟ ଜଣାପଡ଼ିଛି । କ୍ଷମତାଠୁ ଅଧିକ ଗ୍ରାହକ ଏକତ୍ରିତ ହୋଇଛନ୍ତି କି ବାରରେ ? ନିର୍ଦ୍ଦିଷ୍ଟ ସମୟ ସୀମାଠାରୁ ଅଧିକ ସମୟ ନେଇ ଉତ୍ପାତ କରୁଛନ୍ତି କି ? ନିର୍ଦ୍ଦିଷ୍ଟ ସମୟ ପାଇଁ ଥିବା ଖୋଲିବା ପାଇ ନିୟମ ଥିବା ବେଳେ ଅନେକ ବାରରେ ନିୟମ ଉଲ୍ଲଙ୍ଘନ କରୁଛନ୍ତି କି ? ଏନେଇ ପୋଲିସ ବିଭିନ୍ନ ବାରରେ ପଶି ଏଭଳି ଦିଗକୁ ନେଇ ଯାଞ୍ଚ କରିଥିଲା । ଏପରିକି କିଛି ବାର ନିୟମ ଉଲ୍ଲଙ୍ଘନ କରିଥିବା ଆମ୍ବାସି ବାରରେ ଜଣେ କର୍ମଚାରୀଙ୍କୁ ଅଟକ ରଖିଛି ପୋଲିସ । ଆଉ ରି-ବର୍ଣ୍ଣ ବାରକୁ ମ୍ୟୁଜିକାଲ ଲାଇସେନ୍ସ ନେଇ ପୋଲିସ ଫାଇନ କରିଥିବା ନେଇ ସୂଚନା ଦେଇଛନ୍ତି ଏସପି ଜୋନ ୬ ରମେଶ ଚନ୍ଦ୍ର ବିଷୋୟୀ ।

ଏନେଇ ସେ କହିଛନ୍ତି, "ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବାର ଖୋଲା ନେଇ ଯଦି କୌଣସି ଆଇନଶୃଙ୍ଖଳା ଭଳି ପରିସ୍ଥିତି ନଉପୁଜେ ସେନେଇ ସେଫ୍ ସିଟି ଡ୍ରାଇଭରେ ଏଭଳି ଚେକିଂ କରାଯାଉଛି । ଯଦି କୌଣସି ବାର ବିଳମ୍ବିତ ରାତ୍ରୀ ପର୍ଯନ୍ତ ବାର ଚଲାଇବେ, ନିୟମ ଥିବା ସମୟ ସୀମା ଓ ଲାଇସେନ୍ସର ଡ୍ୟୁଟିକୁ ଭାଓଲେସନ କରିବେ ସେନେଇ ପୋଲିସ ପକ୍ଷରୁ କାର୍ଯାନୁଷ୍ଠାନ ନିଆଯିବ । ଏପରିକି କିଛି ବାର କର୍ତ୍ତୃପକ୍ଷ ଗଳାବାଟ ଆପଣାଇ ଏପରି କିଛି କାରବାର କରୁଛନ୍ତି ବୋଲି ଅଭିଯୋଗ ହେଉଛି । ସେନେଇ ମଧ୍ୟ ପୋଲିସ ଏପରି ରେଡ ଜରିଆରେ ନଜର ରଖିବ।" ଅନ୍ୟପଟେ ପୂର୍ବରୁ ଅନେକ ସମୟରେ ଅବକାରୀ ଟିମ୍ ମିଳିତ ଭାବେ ପୋଲିସ ସହ ଚଢ଼ାଉ କରିଛନ୍ତି । ଏପରିକି ପୂର୍ବରୁ କିଛି ବାର କର୍ତ୍ତୃପକ୍ଷ ମଧ୍ୟ ରେଡ ବେଳେ ସହଯୋଗ କରନ୍ତି ନାହିଁ । ପୂର୍ବରୁ ମଧ୍ୟ ଏପରି କରି ଏକ ବାରର କିଛି କର୍ମଚାରୀଙ୍କୁ ଗିରଫ କରିଥିଲା ପୋଲିସ ପୂର୍ବରୁ ନଜର ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :May 29, 2023, 6:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.