ଜୁଆ ଆଡ୍ଡାରେ ପୋଲିସର ଅଚାନକ ଚଢାଉ, ୩ ଗିରଫ

author img

By

Published : Jun 27, 2022, 5:43 PM IST

ଜୁଆ ଆଡ୍ଡାରେ ପୋଲିସର ଅଚାନକ ଚଢାଉ, ୩ ଗିରଫ

ଜୁଆ ଆଡ୍ଡା ଉପରେ ବେଗୁନିଆ ପୋଲିସର ଚଢାଉ । ବେଗୁନିଆ ଥାନା ଅର୍ନ୍ତଗତ ମାନପୁର ଜଙ୍ଗଲ ଭିତରୁ ୩ ଜଣ ଜୁଆଡିଙ୍କୁ ଗିରଫ କରିଛି ପୋଲିସ । ଏହା ସହିତ ସେମାନଙ୍କ ଠାରୁ ୧୪ଟି ବାଇକ ଓ ୧୪ ହଜାର ୮୦୦ ଟଙ୍କା ଜବତ ହୋଇଛି । ପୋଲିସର ଚଢାଉ ବେଳେ କିଛି ଜୁଆଡି ଫେରାର ହୋଇଯାଇଥିଲେ । ଅଧିକ ପଢନ୍ତୁ

ଖୋର୍ଦ୍ଧା: ଜୁଆ ଆଡ୍ଡା ଉପରେ ବେଗୁନିଆ ପୋଲିସର ଚଢାଉ । ବେଗୁନିଆ ଥାନା ଅର୍ନ୍ତଗତ ମାନପୁର ଜଙ୍ଗଲ ଭିତରୁ ୩ ଜଣ ଜୁଆଡିଙ୍କୁ ଗିରଫ କରିଛି ପୋଲିସ । ଏହା ସହିତ ସେମାନଙ୍କ ଠାରୁ ୧୪ଟି ବାଇକ ଓ ୧୪ ହଜାର ୮୦୦ ଟଙ୍କା ଜବତ ହୋଇଛି । ପୋଲିସର ଚଢାଉ ବେଳେ କିଛି ଜୁଆଡି ଫେରାର ହୋଇଯାଇଥିଲେ । ଫେରର ଜୁଆଡିଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଛି ପୋଲିସ ।

ଜୁଆ ଆଡ୍ଡାରେ ପୋଲିସର ଅଚାନକ ଚଢାଉ, ୩ ଗିରଫ

ବେଗୁନିଆ ଥାନା ଅନ୍ତର୍ଗତ ମାନପୁର ଜଙ୍ଗଲ ଭିତରେ ଚାଲିଥିଲା ଜୁଆ ଆଡ୍ଡା । ବେଗୁନିଆ ଥାନା ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ମାନପୁର ଜଙ୍ଗଲ ଭିତରେ ଅଚାନକ ଚଢାଉ କରିଥିଲା । ଚଢାଉ ବେଳେ ପୋଲିସକୁ ଦେଖି କିଛି ଜୁଆଡି ସେଠାରୁ ଚମ୍ପଟ ମାରିଥିବା ବେଳେ ୩ ଜଣଙ୍କୁ ଗିରଫ କରାଯାଇଥିଲା । ଗିରଫ ଅଭିଯୁକ୍ତଙ୍କଠାରୁ ୧୪ଟି ବାଇକ ଓ ୧୪ ହଜାର ୮୦୦ ଟଙ୍କା ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ବେଗୁନିଆ ଥାନା ଅର୍ନ୍ତଗତ ହିରାପୁର ଗ୍ରାମର ନିବାସ ଚନ୍ଦ୍ର ସାହୁ, ମାନପୁର ଡିଙ୍ଗର ଗ୍ରାମର ଅନ୍ତର୍ଯ୍ୟାମୀ ନାୟକ ଓ ପଦିଆ ନାୟକ । ଜବତ ହୋଇଥିବା ବାଇକ ଗୁଡିକ କାହାର ଏତେ ବାଇକ ଆସିଲା କେଉଁଠୁ ତାହାର ତଦନ୍ତ କରୁଛି ପୋଲିସ ।

ସୂଚନା ଅନୁଯାୟୀ, ପୂର୍ବରୁ ଉକ୍ତ ଜଙ୍ଗଲରେ ନିୟମିତ ଜୁଆ ଖେଳ ହେଉଥିବା ସୂଚନା ପାଇଥିଲା ପୋଲିସ । ପୋଲିସ ଚଢାଉରେ ଗିରଫ ହେଉଥିବା ଜୁଆଡି ଜାମିନରେ ଆସି ପୁଣି ଥରେ ସେଠାରେ ଜୁଆଡିଙ୍କ ଖେଳ ଜରି ରହେ ବୋଲି ପୋଲିସ ସୂଚନା ଦେଇଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.