Naba Das Murder Mystery: ଦୁଇ ମାସ ପରେ ବି ପୋଲିସ ହାତ ଖାଲି କହିଲେ ବିରୋଧୀ ଦଳନେତା

author img

By

Published : Mar 29, 2023, 5:26 PM IST

ଦୁଇ ମାସ ପରେ ବି ପୋଲିସ ହାତ ଖାଲି : ବିରୋଧୀ ଦଳନେତା

ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଶୂନ୍ୟକାଳରେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗ ଉଠିଥିଲା । ହତ୍ୟାକାଣ୍ଡକୁ ଦୁଇ ମାସ ବିତି ଯାଇଥିଲେ ସୁଦ୍ଧା ଏହାର ଉଦ୍ଦେଶ୍ୟ ରହସ୍ୟ ହୋଇ ରହିଛି । ଏହାକୁ ନେଇ ଗୃହ ବିଭାଗକୁ ଟାର୍ଗେଟ୍‌ କରିଛନ୍ତି ବିରୋଧୀ ଦଳ ନେତା ଜୟ ନାରାଣୟ ମିଶ୍ର । ଅଧିକ ପଢନ୍ତୁ

ଦୁଇ ମାସ ପରେ ବି ପୋଲିସ ହାତ ଖାଲି : ବିରୋଧୀ ଦଳନେତା

ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ଦୁଇ ମାସ ବିତିଗଲା । ହତ୍ୟାକାଣ୍ଡର ଉଦ୍ଦେଶ୍ୟ ରହସ୍ୟ ହୋଇ ରହିଛି । ହତ୍ୟା ପଛରେ କିଏ ତାହା ଜଣାପଡିଲା ନାହିଁ । ପ୍ରତ୍ୟେକ ହତ୍ୟାର ଉଦ୍ଦେଶ୍ୟ ଥାଏ । ଏହି ହତ୍ୟାର ଉଦ୍ଦେଶ୍ୟ କଣ ? ଷଡଯନ୍ତ୍ର କଥା ଗୃହ ରାଷ୍ଟ୍ର ମନ୍ତ୍ରୀ ସ୍ବୀକାର କଲେ ମୁଖ୍ୟମନ୍ତ୍ରୀ ଚୁପ ରହିଲେ । ନବ ଦାସ ହତ୍ୟାକାଣ୍ଡ ଓ ତଦନ୍ତ ପ୍ରକ୍ରିୟାକୁ ନେଇ ଆଜି ବିଧାନସଭା ଶୂନ୍ୟକାଳରେ ଏମିତି ପୁଣି ଥରେ ଗର୍ଜିଛନ୍ତି ବିରୋଧୀ ଦଳନେତା ଜୟ ନାରାୟଣ ମିଶ୍ର ।

ଅଧିକ ପଢନ୍ତୁ: ଅଚଳ ଶୀତଳ ଭଣ୍ଡାରକୁ ସଚଳ କରିବା ଲାଭହୀନ: କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ

ଶୂନ୍ୟକାଳରେ ଏହି ସମ୍ବେଦନଶୀଳ ପ୍ରସଙ୍ଗ ଉଠାଇ ଜୟ କହିଛନ୍ତି, ‘‘ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ଦୁଇ ମାସ ବିତିଗଲା । ହତ୍ୟାକାଣ୍ଡର ଉଦ୍ଦେଶ୍ୟ ରହସ୍ୟ ହୋଇ ରହିଛି । ହତ୍ୟା ପଛରେ କିଏ ତାହା ଜଣାପଡିଲା ନାହିଁ । ପ୍ରତ୍ୟେକ ହତ୍ୟାର ଉଦ୍ଦେଶ୍ୟ ଥାଏ । ଏହି ହତ୍ୟାକାଣ୍ଡର ଉଦ୍ଦେଶ୍ୟ କଣ ? ଷଡଯନ୍ତ୍ର କଥା ଗୃହ ରାଷ୍ଟ୍ର ମନ୍ତ୍ରୀ ସ୍ବୀକାର କଲେ ମୁଖ୍ୟମନ୍ତ୍ରୀ ଚୁପ ରହିଲେ ।’’ ଏହି ଘଟଣାରୁ ସ୍ପଷ୍ଟ ହୋଇଛି ଓଡିଶା ପୋଲିସ କେତେ ପାରିବାପଣିଆ । ଘଟଣାକୁ ଚପାଇ ଦେବା ପାଇଁ ସରକାର ଯୋଜନା କରିଛନ୍ତି । ବିଧାନସଭା ଚାଲିଛି । ଆଉ 4ରୁ 5 ଦିନ ପରେ ବିଧାନସଭା ବନ୍ଦ ହୋଇଯାଇପାରେ ।

ବ୍ୟୟ ମଞ୍ଜୁରୀ ବିଲ୍‌ ଆଗତ ପରେ ବି ବିଜେଡି ସରକାର କୌଣସି ମୁହୁର୍ତ୍ତରେ ବିଧାନସଭା ବନ୍ଦ କରିଦେଇପାରେ । ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ କିଏ ? ତାହା ଓଡିଶାବାସୀଙ୍କ ଜାଣିବା ଅଧିକାର ରହିଛି । ଗୋପାଳକୁ ପାଗଳ କରିବା ପାଇଁ ଓଡିଶା ସରକାର ପାଗଳ କାହିଁକି ? ବିଶେଷଜ୍ଞ ଟିମ୍‌ ଗୋପାଳ ପାଗଳ ନୁହେଁ ବୋଲି ରିପୋର୍ଟ ଦେବା ସତ୍ବେ ତାକୁ ପାଗଳ ସଜାଇବା ପାଇଁ ଏତେ ବ୍ୟସ୍ତ କାହିଁକି ସରକାର ? ଜୟ କହିଛନ୍ତି ଭାରତ କୌଣସି ରାଜ୍ୟର ମାମଲା ଏଫବିଆଇ କରିନାହିଁ । ତାହାହେଲେ ରାଜ୍ୟ ସରକାର କାହିଁକି ଏଫବିଆଇ ଡ୍ରାମା କଲେ । ଯେହେତୁ ହତ୍ୟା ପଛରେ ବଡ ଷଡଯନ୍ତ୍ର ରହିଛି, ବଡ ବଡ ଲୋକ ରହିଛନ୍ତି ସରକାର ଏହାକୁ ଜାଣିଶୁଣି ଚପାଇ ଦେବାକୁ ଚାହୁଁଛନ୍ତି । ଆମେ ଏହାକୁ ସିବିଆଇ ତଦନ୍ତ ପୁଣି ଦାବି କରୁଛୁ । ଦୋଷୀ କିଭଳି ଦଣ୍ଡ ପାଇବ ତାହା କରିବା ପରିବର୍ତ୍ତେ ଦୋଷୀକୁ ଖସାଇ ଦେବାକୁ ଯୋଜନା ଚାଲିଛି ବୋଲି ଅଭିଯୋଗ କରିଛନ୍ତି ଜୟ ନାରାୟଣ ମିଶ୍ର।

ସେପଟେ କଂଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ର ମଧ୍ୟ ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗରେ ଆଜି ସରକାରଙ୍କୁ ଘେରିଛନ୍ତି । ନରସିଂହ କହିଛନ୍ତି ନବ ଦାସ ହତ୍ୟାକାଣ୍ଡକୁ ଦୁଇ ମାସ ହୋଇଗଲା । ବର୍ତ୍ତମାନ ଜଣାପଡୁଛି କେସ୍‌କୁ ଦବାଇ ଦେବା ପାଇଁ ସେମାନେ ବିଧାନସଭା କେତେବେଳେ ବନ୍ଦ ହେବ ତାହାକୁ ଅପେକ୍ଷା କରିଛନ୍ତି । ହତ୍ୟାକାଣ୍ଡର ଅନୁସନ୍ଧାନରେ କଣ ସବୁ ଅଗ୍ରଗତି ହୋଇଛି ତଥ୍ଯ ଦେବାକୁ ଦାବି ହେଉଥିଲେ ମଧ୍ୟ ତାହା ସରକାର ଦେଉନାହାଁନ୍ତି ।

ଏହାବି ପଢନ୍ତୁ- Budget Session: ଉଠିଲା ଚାଉଳ ପ୍ରସଙ୍ଗ, ବଳକା ଚାଉଳ ନେବ କିଏ ?

ଅନ୍ୟପଟେ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଅଭିଯୋଗର ଜବାବ ରଖିଛି ବିଜେଡି । ଦଳୀୟ ବିଧାୟକ ଅରୁଣ ସାହୁ କହିଛନ୍ତି ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିରୋଧୀ ଦଳ ମୋସନ ଆଣିଛନ୍ତି, ମୁଲତବୀ ନୋଟିସ ଆଣିଛନ୍ତି, ଗୃହ ବିଭାଗ ଆଲୋଚନା ହୋଇଛି । ପୁଣି ସେହି ପ୍ରସଙ୍ଗ ଆଜି ଉଠାଇବାର କୌଣସି ଆବଶ୍ୟକତା ନଥିଲା । ଯେକୌଣସି ବିଭାଗର ଆଲୋଚନା ହେଲା ବେଳେ ବିରୋଧୀ ପ୍ରସଙ୍ଗ ଶୁନ୍ୟ ହୋଇ ନବ ଦାସ ପ୍ରସଙ୍ଗ ଉଠାଉଛନ୍ତି । ପୁରା ବିଧାନ ସଭାରେ ବିରୋଧୀ ଏହି ଗୋଟିଏ ପ୍ରସଙ୍ଗ ଉଠାଇଛନ୍ତି । ଏଫବିଆଇ ପ୍ରସଙ୍ଗରେ ଅରୁଣ କହିଛନ୍ତି ବିରୋଧୀ ବିଜେପି ପ୍ରଥମେ ତାଙ୍କ କେନ୍ଦ୍ରୀୟ ନେତାଙ୍କୁ ପଚାରନ୍ତୁ ସିବିଆଇ କେତେ ଥର ଏଫବିଆଇର ସହାୟତା ନେଇଛି । ବିଧାନସଭାରେ ରାଜ୍ୟର ବିଭିନ୍ନ ଗୁରୁ୍ତୂପୂର୍ଣ୍ଣ ପ୍ରସଙ୍ଗ ସହ ବିଧାୟକ ନିଜ ନିଜ ଅଞ୍ଚଳର ସମସ୍ୟା ଉଠାଇ ଥାଆନ୍ତି । କେବଳ ଗୋଟିଏ ପ୍ରସଙ୍ଗକୁ ଗୃହରେ ବାରମ୍ବାର ଉଠାଯିବ ଉଚିତ ନୁହେଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.