ETV Bharat / state

ଅଚଳ ଶୀତଳ ଭଣ୍ଡାରକୁ ସଚଳ କରିବା ଲାଭହୀନ: କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ

author img

By

Published : Mar 29, 2023, 12:05 PM IST

Updated : Mar 29, 2023, 2:34 PM IST

assembly budeget session
ବିଧାନସଭା ବିଜେଟ ଅଧିବେଶନ

ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ବିଜେଟ ଅଧିବେଶନରେ ଆଜି ପ୍ରଶ୍ନକାଳରେ ଶୀତଳ ଭଣ୍ଡାର ସମସ୍ୟା ନେଇ ଆଲୋଚନା ହୋଇଛି । ଅଧିକ ପଢନ୍ତୁ

cold storage issue in assembly

ଭୁବନେଶ୍ବର: ବିଧାନସଭା ବଜେଟ ଅଧିବେଶନରେ ଆଜି ପ୍ରଶ୍ନକାଳ ସ୍ବାଭାବିକ ହୋଇଛି । ପ୍ରଶ୍ନକାଳରେ ଶୀତଳ ଭଣ୍ଡାର ପ୍ରସଙ୍ଗରେ ଆଲୋଚନା ହୋଇଛି । ରାଜ୍ୟରେ 36ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ଅଛି । ଆଉ 97ଟି ଅଚଳ ହୋଇପଡିଛି । ଏହାର କାର୍ଯ୍ୟକ୍ଷମ ସହ ନୂଆ ଶୀତଳ ଭଣ୍ଡାର ସ୍ଥାପନ କରିବାକୁ ବିରୋଧୀ ସଦସ୍ୟ କହିଛନ୍ତି । ଅଚଳ ଶୀତଳ ଭଣ୍ଡାରକୁ କାର୍ଯ୍ୟକ୍ଷମ କରିବା ଲାଭଦାୟକ ହେବନାହିଁ । ଅଚଳ ଶୀତଳ ଭଣ୍ଡାରକୁ ସଚଳ କରିବାକୁ ସରକାର ଚାହୁଁନଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

ଶୀତଳ ଭଣ୍ଡାର ପ୍ରସଙ୍ଗରେ ଉତ୍ତର ରଖି ବିଭାଗୀୟ ମନ୍ତ୍ରୀ ରମେନ୍ଦ୍ର ସ୍ବାଇଁ କହିଛନ୍ତି, ''ରାଜ୍ୟରେ 36ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ଥିବାବେଳେ 97ଟି ଅଚଳ । ଅଚଳ ଶୀତଳ ଭଣ୍ଡାରକୁ କାର୍ଯ୍ୟକ୍ଷମ କରିବା ପାଇଁ ଯେଉଁ ପରିମାଣର ଅର୍ଥ ଆବଶ୍ୟକ ତାହା ନୂତନ ଶୀତଳ ଭଣ୍ଡାର ନିର୍ମାଣ ସହ ସମାନ । ତେଣୁ ଅଚଳ ଶୀତଳ ଭଣ୍ଡାରକୁ କାର୍ଯ୍ୟକ୍ଷମ କରିବା ଲାଭଦାୟକ ନୁହେଁ । ପନିପରିବା ସଂରକ୍ଷଣ ପାଇଁ ଉଦ୍ୟାନ କୃଷି ବିଭାଗ 100 କିଲୋଗ୍ରାମ ବିଶିଷ୍ଟ 100 ପରିବା କୁଲର ନିର୍ମାଣ କରୁଛି । ଯେଉଁଥିରେ 70% ରିହାତି ବ୍ୟବସ୍ଥା ରହିଛି । ଏଥିରେ ପ୍ରୋତ୍ସାହନ ରାଶି ବି ଅଛି । ସାଧାରଣ ଅଞ୍ଚଳ ପାଇଁ 55% ଯାହା 220 ଲକ୍ଷ ଟଙ୍କା ଓ ସଂରକ୍ଷିତ ଅଞ୍ଚଳ ପାଇଁ 70% ଯାହା 280 ଲକ୍ଷ ଟଙ୍କା ଅଟେ। ସେହିପରି ଶୀତଳୀକରଣ ଗୃହ ବି ନିର୍ମାଣ କରାଯିବ । ଏଥିରେ 55ରୁ 70% ରିହାତି ମିଳିବ ।''

ଏହା ବି ପଢନ୍ତୁ...Budget Session: ଶୂନ୍ୟକାଳରେ ଉଠିଲା ମହାନଦୀ ଜଳ ସଙ୍କଟ ପ୍ରସଙ୍ଗ, ବିବୃତ୍ତି ରଖିବାକୁ ଦାବି କଲେ ବିରୋଧୀ

ସେ ଆହୁରି କହିଛନ୍ତି,'' ସେହିପରି ପଞ୍ଚାୟତିରାଜ ବିଭାଗ, SHG ଓ କୃଷକଙ୍କ ସହଯୋଗରେ ସୌରଚାଳିତ ଶୀତଳ ଗୃହ ନିର୍ମାଣ କରାଯାଉଛି । ଇଚ୍ଛୁକ ଲୋକେ ପାଖ ଉଦ୍ୟାନ କୃଷି କାର୍ଯ୍ୟାଳୟରେ ନିବେଦନ କରିପାରିବେ । 2 ଲକ୍ଷ 71 ହଜାର 155 ହେକ୍ଟର ଜମିରେ 31.25 ଲକ୍ଷ ଟନ ଆଳୁ ଉତ୍ପାଦନ ହେଉଛି । ବର୍ତ୍ତମାନ ମହଜୁଦ ଥିବା ଶୀତଳ ଭଣ୍ଡାର ଆଳୁ ରଖିବା ପାଇଁ ପର୍ଯ୍ୟାପ୍ତ । ଏପ୍ରିଲ ପହିଲାରୁ ଚାଷୀଙ୍କ ପାଇଁ ବଡ଼ ସୁଯୋଗ ହେବ ।ଶୀତଳୀକରଣ ଗୃହ, ପରିବହନ ଖର୍ଚ୍ଚ ଓ ସଂରକ୍ଷଣ ଉପରେ ବଡ଼ ରିହାତି ମିଳିବ । ରାଜ୍ୟ ସରକାର 70% ରୁ ଅଧିକ ରିହାତି ଦେବେ । ରାଜ୍ୟ ସରକାର ଚଳିତ ବର୍ଷ 1000ଟି ଶୀତଳୀକରଣ ଗୃହ ସ୍ଥାପନ ନିମନ୍ତେ ପଦକ୍ଷେପ ନେଇଛନ୍ତି ।''

ଇଟିିଭି ଭାରତ, ଭୁବନେଶ୍ବର

Last Updated :Mar 29, 2023, 2:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.