ETV Bharat / state

ଅଗଷ୍ଟ 5କୁ ବୃଦ୍ଧି ହେଲା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପଞ୍ଜିକରଣ ତାରିଖ

author img

By

Published : Jul 31, 2023, 1:14 PM IST

Etv Bharat
Etv Bharat

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପଞ୍ଜିକରଣ ତାରିଖ ଅଗଷ୍ଟ 5କୁ ବୃଦ୍ଧି। ଅଧିକ ପଢନ୍ତୁ

ଭୁବନେଶ୍ବର: କୃଷକଙ୍କ ପାଇଁ ଖୁସୀ ଖବର । ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧିନରେ କୃଷକ ପଞ୍ଜିକରଣ ପାଇଁ କଟ୍ ଅଫ୍ ତାରିଖକୁ ବୃଦ୍ଧି କରାଯାଇଛି । ଅଗଷ୍ଟ 5ତାରିଖକୁ ବୃଦ୍ଧି ହୋଇଛି ପଞ୍ଜିକରଣ ତାରିଖ । ପୂର୍ବରୁ ପଞ୍ଜିକରଣ ଅବଧି ଜୁଲାଇ ୩୧ ପର୍ଯ୍ୟନ୍ତ ଥିବା ବେଳେ କୃଷକଙ୍କ ହିତକୁ ଆଖି ଆଗରେ ରଖି ଏହି ତାରିଖ ବୃଦ୍ଧି କରାଯାଇଛି ।

ଋଣ ନେଇଥିବା ଏବଂ ନେଇନଥିବା କୃଷକମାନେ ବ୍ୟାଙ୍କ / PACS / LAMPCS, CSC, ବୀମା କମ୍ପାନୀ ଏଜେଣ୍ଟ, NCIP ପୋର୍ଟାଲରୁ ପଞ୍ଜୀକୃତ କରିପାରିବେ । ବର୍ଦ୍ଧିତ ସମୟସୀମା ଦ୍ୱାରା ଚାଷୀମାନେ ଉପକୃତ ହୋଇପାରିବେ । ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ କରିବାକୁ ପ୍ଲ ଗିଅର୍ ଅପ୍ କରନ୍ତୁ । ରବିବାର କଂଗ୍ରେସ ପକ୍ଷରୁ ଖରିଫ ଫସଲ ନେଇ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅବଧି ବୃଦ୍ଧି କରିବାକୁ ଦାବି କରିଥିଲା କଂଗ୍ରେସ ।

ଏହା ମଧ୍ୟ ପଢନ୍ତୁ-୩୧ ସୁଦ୍ଧା ଫସଲ ବୀମା ପଞ୍ଜିକରଣ ସାରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଜୁଲାଇ 27 ତାରିଖରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା(PMFBY) ଅଧିନରେ କୃଷକ ପଞ୍ଜିକରଣ ସମ୍ପର୍କିତ ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିଲା । ଫସଲ ବୀମା ଯୋଜନା ଅଧିନରେ କୃଷକଙ୍କ ନାମ ବୀମା ପୋର୍ଟାଲରେ ପଞ୍ଜିକରଣ କରିବା କାର୍ଯ୍ୟକୁ ତ୍ବରାନ୍ବିତ କରିବା ନେଇ ଆଲୋଚନା କରାଯାଇଥିଲା । ଆଗାମୀ ଜୁଲାଇ 31 ସୁଦ୍ଧା ସମସ୍ତ ଚାଷୀମାନଙ୍କର ନାମ ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । କିନ୍ତୁ ଏବେ ଏହି ତାରିଖକୁ ଅଗଷ୍ଟ 5 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏ ବର୍ଷ ମୌସୁମୀ ବିଳମ୍ବିତ ହୋଇଥିବାରୁ ଓ ବୀମା ପୋର୍ଟାଲରେ ବିଭିନ୍ନ କାରଣରୁ ପଞ୍ଜିକରଣ ମଧ୍ୟ ବିଳମ୍ବିତ ହେଉଛି । ଏଥିପାଇଁ ସମୟ ସୀମା ଅଗଷ୍ଟ 5 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଥିଲା।

ଏହା ମଧ୍ୟ ପଢନ୍ତୁ-PMFBY: ୨୦୨୫-୨୬ ଯାଏଁ ଜାରି ରହିବ ନୂତନ ଫସଲ ବୀମା ଚକ୍ର

2016 ମସିହାରୁ ଓଡ଼ିଶା ସରକାର ରାଜ୍ୟରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଫସଲ କ୍ଷତି ହେଲେ କ୍ଷତିଗ୍ରସ୍ତ କୃଷକମାନଙ୍କୁ ବୀମା କମ୍ପାନି ପକ୍ଷରୁ କ୍ଷତିପୂରଣ ପ୍ରଦାନ କରାଯାଉଛି । ଏହି ପଞ୍ଜିକରଣ ପାଇଁ ରାଜ୍ୟ ସରକାର ନିଜ ଭାଗରେ ପ୍ରିମିୟମ ବହନ କରିବା ସହ କୃଷକମାନଙ୍କୁ 2 ହେକ୍ଟର ପର୍ଯ୍ୟନ୍ତ ପ୍ରିମିୟମ ଅଂଶ ମଧ୍ୟ ପ୍ରଦାନ କରୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.