ଚର୍ଚ୍ଚାରେ ପଟ୍ଟଚିତ୍ର ଶିଳ୍ପୀ ରମେଶ, ମହିଳାଙ୍କୁ ମାଗଣାରେ ପଟ୍ଟଚିତ୍ର ପ୍ରଶିକ୍ଷଣ

author img

By

Published : Jul 3, 2022, 3:40 PM IST

pattachitra artist ramesh sahu teaching women in dhalapathar

ଖୋଲା ଆକାଶ ତଳେ ଚାଲିଛି ମାଗଣା ଶିକ୍ଷାଦାନ। ତା ପୁଣି ପଟ୍ଟଚିତ୍ର ଆଙ୍କିବାର କଳା ଓ କୌଶଳ । ଶତାଧିକ ଯୁବତୀ ଓ ମହିଳା ଶିକ୍ଷାଲାଭ କରି ସ୍ବାବଲମ୍ବୀ ହୋଇଛନ୍ତି । ଓଡ଼ିଶାର ପାରମ୍ପରିକ ଚିତ୍ରକଳାକୁ ବଜାୟ ରଖିବା ପାଇଁ ଖୋର୍ଦ୍ଧା ଜିଲ୍ଲା ଧଳାପଥର ଗ୍ରାମର ପଟ୍ଟଚିତ୍ର ଶିଳ୍ପୀ ରମେଶ ସାହୁ ଆରମ୍ଭ କରିଛନ୍ତି ଏହି ଅଭିନବ ଅଭିଯାନ । ଅଧିକ ପଢ଼ନ୍ତୁ

ଖୋର୍ଦ୍ଧା: ଖୋଲା ଆକାଶ ତଳେ ଚାଲିଛି ଶିକ୍ଷାଦାନ। ଏ ଶିକ୍ଷା ଜଗନ୍ନାଥ ସଂସ୍କୃତି ସହ ଓତଃପୃତ ଭାବେ ଜଡ଼ିତ ଥିବା ପଟ୍ଟଚିତ୍ର ଶିଖିବାର କଳା ଓ କୌଶଳ । ମାଗଣାରେ ଶିକ୍ଷାଲାଭ କରୁଛନ୍ତି ଶତାଧିକ ଯୁବତୀ ଓ ମହିଳା । ଓଡ଼ିଶାର ପାରମ୍ପରିକ ଚିତ୍ରକଳାକୁ ବଜାୟ ରଖିବା ପାଇଁ ଖୋର୍ଦ୍ଧା ଜିଲ୍ଲା ଧଳାପଥର ଗ୍ରାମର ପଟ୍ଟଚିତ୍ର ଶିଳ୍ପୀ ରମେଶ ସାହୁ ଆରମ୍ଭ କରିଛନ୍ତି ଅଭିନବ ଅଭିଯାନ । ରମେଶ ପଟ୍ଟଚିତ୍ର ପ୍ରସ୍ତୁତ କରିବାର କଳା ମହିଳାଙ୍କୁ ଶିଖାଇବା ସହିତ ସେମାନଙ୍କୁ ସ୍ବାବଲମ୍ବୀ ହେବାର କୌଶଳ ଶିଖାଉଛନ୍ତି ।

ଚର୍ଚ୍ଚାରେ ପଟ୍ଟଚିତ୍ର ଶିଳ୍ପୀ ରମେଶ, ମାଗଣାରେ ପ୍ରଶିକ୍ଷଣ ଦେଇ ମହିଳାଙ୍କୁ ରୋଜଗାର ଦେଉଛନ୍ତି

ଦୀର୍ଘଦିନ ଧରି କଟକ ଓ ଖୋର୍ଦ୍ଧା ଜିଲ୍ଲାର ସୀମାନ୍ତ ଗ୍ରାମ କୃଷ୍ଣପଲ୍ଲୀର ଖୋଲା ଆକାଶ ତଳେ ମହିଳାଙ୍କୁ ପଟ୍ଟଚିତ୍ର ଶିକ୍ଷାଦାନ ଦେଇ ଆସୁଛନ୍ତି ରମେଶ ସାହୁ । ଘରକାମ ସାରି ଗ୍ରାମର ସବୁ ମହିଳା ଗ୍ରାମ ନିକଟ ଠାକୁରାଣୀଙ୍କ ଖଳା ନିକଟରେ ଏକତ୍ରିତ ହୁଅନ୍ତି, ଏହାପରେ ଆରମ୍ଭ ହୁଏ ପଟ୍ଟଚିତ୍ର ଶିକ୍ଷା । ରଙ୍ଗ ଓ ତୁଳୀ ମାଧ୍ୟମରେ ମହାପ୍ରଭୂ ଜଗନ୍ନାଥ, ପ୍ରଭୂ ବଳଭଦ୍ର, ଦେବୀ ସୁଭଦ୍ରାଙ୍କ ଭଳି ଅନେକ ଦେବାଦେବୀଙ୍କ ଆକର୍ଷଣୀୟ ଚିତ୍ରକଳା ପ୍ରସ୍ତୁତ କରୁଛନ୍ତି । ରମେଶଙ୍କ ନିଶୁଳ୍କ ବିଦ୍ୟାଳୟରୁ ଶିକ୍ଷାଲାଭ କରି ଅନେକ ମହିଳା ଏବେ ପଟ୍ଟଚିତ୍ର କଳାରେ ନିପୁଣ ହୋଇପାରିଛନ୍ତି । ନିଜେ ସ୍ବାବଲମ୍ବୀ ହେବା ସହ ରୋଜଗାରକ୍ଷମ ହୋଇପାରୁଛନ୍ତି ।

ଅନ୍ୟପଟେ ଖୋଲା ଆକାଶ ତଳେ ବର୍ଷସାରା ଏହି ଶିକ୍ଷାଦାନ ଚାଲୁଥିବାରୁ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି ବିଦ୍ୟାର୍ଥୀ । ଗ୍ରାମବାସୀ ସ୍କୁଲ ନିର୍ମାଣ ପାଇଁ ଗ୍ରାମ ନିକଟରେ ଜମି ଯୋଗାଇ ଦେଇଛନ୍ତି । ହେଲେ ସମ୍ବଳ ଅଭାବରୁ ଘର ତିଆରି ହୋଇ ପାରିନାହିଁ । ଘରଟିଏ ତିଆରି ନିମନ୍ତେ ସରକାରୀ ଅନୁଦାନ ମିଳିଲେ ଅନେକ ମହିଳା ପଟ୍ଟଚିତ୍ର ଶିକ୍ଷା ପ୍ରତି ଆକୃଷ୍ଟ ହୋଇ ନିଜ ପରିବାର ଚଳାଇପାରିବେ ବୋଲି ଗ୍ରାମବାସୀ କହିଛନ୍ତି । ରାଜ୍ୟରୁ ପାରମ୍ପରିକ କଳା ଲୋପ ପାଇବାକୁ ବସିଥିବାବେଳେ ରମେଶ ସାହୁଙ୍କ ଏଭଳି ଉଦ୍ଯମକୁ ସବୁ ମହଲରେ ପ୍ରଶଂସା କରାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.