ETV Bharat / state

ଷ୍ଟିୟରିଂ ଛାଡ ଆନ୍ଦୋଳନ ପାଇଁ ଯାତ୍ରୀ ହନ୍ତସନ୍ତ, ମାଲାମାଲ ଅଟୋ ଚାଳକ

author img

By ETV Bharat Odisha Team

Published : Jan 7, 2024, 7:12 AM IST

Protest Against Hit and Run: ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ କାରଣରୁ ଯାତ୍ରୀବାହୀ ଓ ମାଲବାହୀ ଗାଡି ଚଳାଚଳ ବନ୍ଦ ରହିଥିଲା । ଯାହାକୁ ନେଇ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଯାତ୍ରୀ । ଅଧିକ ପଢନ୍ତୁ

ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ
ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ

ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ବର: ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ ଯୋଗୁଁ ହନ୍ତସନ୍ତ ହୋଇଛନ୍ତି ଯାତ୍ରୀ । ରାଜ୍ୟରେ ଯାତ୍ରୀବାହୀ ଓ ମାଲବାହୀ ଗାଡି ଚଳାଚଳ ବନ୍ଦ ରହିଥିଲା । ଫଳରେ ନାହିଁ ନଥିବା ଅସୁବିଧାର ସାମ୍ନା କରିଛନ୍ତି ଯାତ୍ରୀ । ଯାହାର ସୁଯୋଗ ନେଇ ଅଟୋ ଚାଳକ ଦୁଇ ଗୁଣା ଭଡ଼ା ଲୁଟିଛନ୍ତି । ଏହାକୁ ନେଇ ପୁରୀ-ଭୁବନେଶ୍ୱର ମୋ ବସରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା । ଡ୍ରାଇଭରଙ୍କ ଆନ୍ଦୋଳନକୁ ନେଇ ଗମନାଗମନ ପ୍ରଭାବିତ ହୋଇଥିଲା । ରାଜ୍ୟବ୍ୟାପୀ ଷ୍ଟିୟରିଂ ଛାଡ ଆନ୍ଦୋଳନ କାରଣରୁ ଅଖ ଚକ ବନ୍ଦ ରହିଥିଲା । ଫଳରେ ଯାତ୍ରୀବାହୀ ବସ୍‌ଠୁ ଆରମ୍ଭ କରି ଟ୍ୟାକ୍ସି ଓ ଅନ୍ୟାନ୍ୟ ମାଲବାହୀ ଗାଡି ଚଳାଚଳ ବନ୍ଦ ରହିଥିଲା ।

ବିଶେଷକରି ଭୁବନେଶ୍ୱର କଟକ ସମେତ ପୁରୀକୁ ଯାତାୟତ କରୁଥିବା ଲୋକେ ହନ୍ତସନ୍ତ ହୋଇଛନ୍ତି । କାରଣ ଅଧିକାଂଶ ଲୋକ ବସରେ ଯିବାଆସିବା କରିଛନ୍ତି । ଏହି ସମୟରେ ପର୍ଯ୍ୟଟକମାନେ ବୁଲିବାକୁ ଆସିଥିବାବେଳେ ସେମାନେ ମଧ୍ୟ ସମସ୍ୟା ଭୋଗିଛନ୍ତି । ଦୀର୍ଘ ସମୟ ଧରି ଲୋକେ ବସ୍‌ ଷ୍ଟପରେ ଅପେକ୍ଷା କରି ରହିଥିବା ଦେଖିବାକୁ ମିଳିଥିଲା । ଆଉ ଗାଡି ନମିଳିବା କାରଣରୁ 'ମୋ ବସ'ରେ ଅସମ୍ଭାଳ ଭିଡ଼ ହୋଇଥିଲା । ଏପରିକି କ୍ଷମତାଠାରୁ ଅଧିକ ସଂଖ୍ୟାରେ ଯାତ୍ରୀ 'ମୋ ବସ'ରେ ଯାଇଥିଲେ । ସେପଟେ ଏହାର ଫାଇଦା ଉଠାଇଥିଲେ ଅଟୋ ଚାଳକ । ଏଭଳି ସ୍ଥିତିରେ ଅଟୋ ଚାଳକମାନେ ଯାତ୍ରୀଙ୍କଠାରୁ ଚଢା ଦର ନେଇଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ...ହିଟ୍‌‌ ଆଣ୍ଡ ରନ୍‌‌ ଆଇନକୁ ଡ୍ରାଇଭର ମହାସଂଘର ବିରୋଧ

ଏହା ମଧ୍ୟ ପଢନ୍ତୁ...ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ, ପ୍ରଭାବିତ ଯାତ୍ରୀ

ଅନ୍ୟପଟେ ଡ୍ରାଇଭର ମହାସଙ୍ଘ ସହ ବାଣିଜ୍ୟ ପରିବହନ କମିଶନର ଆଲୋଚନା ହୋଇଥିଲା । ଏନେଇ ଆଲୋଚନା ସଫଳ ହୋଇଥିବା କହିଛନ୍ତି ବସ୍ ମାଲିକ ସଙ୍ଘ ସମ୍ପାଦକ ବରଦା ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି, "ସେମାନଙ୍କ ଦାବି ଅନୁସାରେ ଆଲୋଚନା ହୋଇଛି । ଟ୍ରକ ମହାସଙ୍ଘର ଡାକରାରେ ହଠାତ୍ ଅଚାନକ ଯାତ୍ରୀ ସେବା ବନ୍ଦ କରିବା ଠିକ ହେଲାନି । ଆମ ସହ ଆଲୋଚନା କରିପାରିଥାନ୍ତେ । ଆମେ ଏ ବାବଦରେ ସରକାରଙ୍କ ସହ ଆଲୋଚନା କରିଥାନ୍ତୁ । ଏଭଳି ସମୟରେ ମୁଁ ଡ୍ରାଇଭର ଭାଇମାନଙ୍କୁ ଅପିଲ କରୁଛି ସେମାନେ ଗାଡି ଚଲାନ୍ତୁ । ସମସ୍ତ ବସ ଡ୍ରାଇଭର ଭାଇମାନେ ରାଜି ହୋଇଛନ୍ତି ।" ଶନିବାର ରାତିରୁ ବସ୍ ଚାଲିବ ବୋଲି କହିଛନ୍ତି ବରଦା ପ୍ରସନ୍ନ ଆଚାର୍ଯ୍ୟ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.