ETV Bharat / state

ପଖାଳ ସହ ସୁସ୍ବାଦୁ ବ୍ୟଞ୍ଜନ, ଏକାଠି ବସି ଖାଇଲେ ନେତାମନ୍ତ୍ରୀ-ବିଦେଶୀ

author img

By

Published : Mar 20, 2023, 9:00 PM IST

ପଖାଳ ପ୍ରେମରେ ମଜିଲେ ବିଦେଶିନୀ, ନେତାମନ୍ତ୍ରୀ । ସହିଦ ନଗର ଠାରେ ଆୟାଜିତ ସାମୁହିକ ବିଶ୍ୱ ପଖାଳ ଦିବସରେ ସବୁ ଦଳର ନେତାମନ୍ତ୍ରୀ ଏକାଠି ବସି ପଖାଳ ଖାଇଛନ୍ତି । ଅଧିକ ପଢ଼ନ୍ତୁ

pakhala divas celebrated in saheed nagar
ସହିଦ ନଗରରେ ପଖାଳ ଦିବସ ପାଳନ

ପଖାଳ ଦିବସ ପାଳିଲେ ରାଜଧାନୀବାସୀ

ଭୁବନେଶ୍ବର: ଆଜି ହେଉଛି ପଖାଳ ଦିବସ । ପ୍ରତି ଓଡ଼ିଆଙ୍କ ଭାବନା ସହ ଜଡିତ ଏହି ଖାଦ୍ୟ । ପଖାଳର ଚାହିଦା ଓ ଉପଦେୟତାକୁ ନେଇ ପ୍ରତି ଓଡ଼ିଆ ପାଳନ୍ତି ପଖାଳ ଦିବସ । ଏହି ଦିବସକୁ ସାମୁହିକ ଭାବେ ପାଳନ କରିବାକୁ ଭୁବନେଶ୍ବର ସ୍ଥିତ ସହିଦ ନଗର ଠାରେ ସାମୁହିକ ବିଶ୍ୱ ପଖାଳ ଦିବସ ପାଳନ ହୋଇଛି । ସହିଦ ନଗର ଦୁର୍ଗା ପୂଜା ମଣ୍ଡପ ପକ୍ଷରୁ ମଣ୍ଡପ ପରିସରରେ ଏହି ଦିବସ ନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବଡ ଲୋକଙ୍କ ପର୍ଯ୍ୟନ୍ତ, ସମସ୍ତ ରାଜଧାନୀବାସୀ ଏଥିରେ ସାମିଲ ହୋଇଥିଲେ । ଏକାଠି ବସି ଖୁସିର ସହ ପଖାଳ ଖାଇଥିଲେ । ଏହି ସାମୁହିକ ପଖାଳ ଦିବସରେ ଦେଖିବାକୁ ମିଳିଥିଲା ସର୍ବଦଳୀୟ ପଖାଳ ଦିବସ । ନେତାମନ୍ତ୍ରୀମାନେ ଏଥିରେ ସାମିଲ ହୋଇ ପଖାଳ ଖାଇବାର ମଜା ଉଠାଇଥିଲେ ।

ଦୁର୍ଗା ପୂଜା ମଣ୍ଡପ ପକ୍ଷରୁ ଆୟୋଜିତ ସାମୁହିକ ବିଶ୍ୱ ପଖାଳ ଦିବସ କାର୍ଯ୍ୟକ୍ରମରେ ଦହି ପଖାଳ ସହ ବଡି ଚୁରା, କଖାରୁ ଫୁଲର ପିଠା, ପଣସ ପିଠା, ଶାଗ ଭଜା, ପକୁଡି, ପାମ୍ପଡ, ଟମାଟୋ ପୋଡା, ଆଳୁ ଚଟଣି, ଆମ୍ବ ଚଟଣି ଭଳି ୫୦ ପ୍ରକାର ବ୍ୟଞ୍ଜନ ପରସା ଯାଇଥିଲା । ଏହି ସାମୁହିକ ପଖାଳ ଦିବସରେ ବିଜେଡି, ବିଜେପି ଓ କଂଗ୍ରେସ ଦଳର ନେତା ଓ କର୍ମୀମାନେ ଆସି ପଖାଳ ଖାଇଛନ୍ତି । ମନ୍ତ୍ରୀ ଅଶୋକ ପଣ୍ଡା, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ବିଜେଡି ମୁଖପାତ୍ର ଦେବୀ ମିଶ୍ରଙ୍କ ସମେତ ବିଜେଡି କର୍ପୋରେଟର କର୍ମୀ ଓ ଦଳୀୟ କାର୍ଯ୍ୟକର୍ତ୍ତାମାନେ ଆସି ପଖାଳ ଖାଇଥିଲେ । ସେହିପରି ବିଜେପି ଓ କଂଗ୍ରେସ ନେତାଙ୍କ ସମେତ ସ୍ବର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ର ବି ସମସ୍ତଙ୍କ ଗହଣରେ ବସି ପଖାଳ ଖାଉଥିବା ନଜର ଆସିଥିଲେ । ପଖାଳ ଆମ ସଂସ୍କୃତି ପରମ୍ପରା ସହ ଯୋଡ଼ି ହୋଇଥିବା ବେଳେ ଜାତି, ଭିନ୍ନତା ଓ ଦଳକୁ ଭୁଲି ଓଡ଼ିଆ ଭାବେ ଗର୍ବର ସହକାରେ ସମସ୍ତେ ପଖାଳ ଖାଇଥିଲେ । ଏଥିସହ ରାଜ୍ୟ ଓ ରାଜଧାନୀବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

କେବଳ ଓଡ଼ିଆ ନୁହେଁ, ବିଦେଶିମାନେ ମଧ୍ୟ ବେଶ ଆନନ୍ଦର ସହ ପଖାଳ ଖାଉଥିବାର ନଜରରେ ଆସିଥିଲେ । ଆମେରିକାରୁ ଆସିଥିବା ବିଦେଶିନୀ ସାରାଙ୍କୁ ଓଡ଼ିଆ ଖାଦ୍ୟ ପଖାଳ ଏହି ସାମୁହିକ ବିଶ୍ୱ ପଖାଳ ଦିବସ କାର୍ଯ୍ୟକ୍ରମକୁ ଟାଣି ଆଣିଥିଲା । ରାଜଧାନୀବାସୀଙ୍କ ଗହଣରେ ସେମାନେ ବସି ପଖାଳ ସହ ସୁସ୍ବାଦୁ ବ୍ୟଞ୍ଜନର ମଜା ଉଠାଇଥିଲେ ଏବଂ ଓଡ଼ିଶାର ଏହି ଅନନ୍ୟ ଖାଦ୍ୟକୁ ବେଶ ପ୍ରଶଂସା କରିଥିଲେ । ଏହି ଖାଇବା ତାଙ୍କୁ ବହୁତ ଭଲ ଲାଗୁଥିବା କହିଥିଲେ । ଏଥିସହ ଆୟୋଜକଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.