ETV Bharat / state

Jharsuguda Bypoll: ଦିନ 1ଟା ସୁଦ୍ଧା 41.26% ମତଦାନ

author img

By

Published : May 10, 2023, 1:15 PM IST

Updated : May 10, 2023, 2:09 PM IST

ପୂର୍ବାହ୍ନ 11ଟା ସୁଦ୍ଧା  20.38% ମତଦାନ
Ceo on Jharsuguda by election

ଝାରସୁଗୁଡା ଉପନିର୍ବାଚନ ପାଇଁ ଶାନ୍ତି ଶୃଙ୍ଖଳାର ସହିତ ଭୋଟ ଗ୍ରହଣ ଜାରି ରହିଛି । ଦିନ 1ଟା ସୁଦ୍ଧା 41.26 ପ୍ରତିଶତ ମତଦାନ ହୋଇଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଅଧିକ ପଢନ୍ତୁ

Jharsuguda Bypoll

ଭୁବନେଶ୍ବର: ଭୋଟ ଦେଉଛି ଝାରସୁଗୁଡା । ଶାନ୍ତି ଶୃଙ୍ଖଳାର ସହିତ ଝାରସୁଗୁଡା ଉପନିର୍ବାଚନର ଭୋଟିଂ ପ୍ରକ୍ରିୟା ଜାରି ରହିଛି । ସକାଳ 7 ରୁ ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା । ଇଭିଏମରେ ଥିବା ତ୍ରୁଟିର ସମାଧାନ କରାଯାଇଛି । ଦିନ 1ଟା ସୁଦ୍ଧା 41.26 ପ୍ରତିଶତ ମତଦାନ ହୋଇଛି । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ।

ସିଇଓଙ୍କ ସୂଚନା ଅନୁସାରେ, ଝାରସୁଗୁଡା ଉପନିର୍ବାଚନର ଭୋଟିଂ ସକାଳ 7ରୁ ଆରମ୍ଭ ହୋଇଛି । ଭୋଟିଂ ପୂର୍ବରୁ ମକ ପୋଲ କରାଯାଇଥିଲା । ମକ ପୋଲ ସମୟରେ 16ଟି ବୁଥରେ ଇଭିଏମରେ ତ୍ରୁଟି ଥିବା ନଜରକୁ ଆସିଥିଲା । ତ୍ରୁଟି ସମାଧାନ କରାଯାଇ ଭୋଟିଂ ଜାରି ରହିଛି । ସକାଳ 7ଟା ରୁ 9ଟା ଭିତରେ କୌଣସି ତ୍ରୁଟି ହୋଇନାହିଁ । ହେଲେ ପୂର୍ବାହ୍ନ 9ଟା ରୁ 11 ଭିତରେ 2ଟି ବୁଥରେ ସମସ୍ୟା ଦେଖିବାକୁ ମିଳିଥିଲା । 62 ନଂ ଓ 128 ନଂ ବୁଥରେ ଇଭିଏମର ତ୍ରୁଟି ହୋଇଥିଲା । ଏହାକୁ ମଧ୍ୟ ସମାଧାନ କରାଯାଇଛି । ଦିନ 1ଟା ସୁଦ୍ଧା 41.26 ପ୍ରତିଶତ ମତଦାନ ରେକର୍ଡ ହୋଇଛି । ପୂର୍ବାହ୍ନ 11 ସୁଦ୍ଧା 24,398 ଜଣ ପୁରୁଷ ଓ 20,785 ଜଣ ମହିଳା ଭୋଟର ନିଜର ମତ ଦାନ ସାବ୍ୟସ୍ତ କରିଥିଲେ । ଲୋକଙ୍କ ମଧ୍ୟରେ ଭୋଟିଂକୁ ନେଇ ଉତ୍ସାହ ଭରି ରହିଛି ।

ଏହା ବି ପଢନ୍ତୁ...Jharsuguda Bypoll: ଭୋଟ ଦେଉଛି ଝାରସୁଗୁଡା, ନେତା ବାଛୁଛନ୍ତି ଜନତା

ଏହା ବି ପଢନ୍ତୁ...ପୁରୀରୁ ହାୱଡା ଦୌଡିବ ବନ୍ଦେ ଭାରତ, ଲୋକାର୍ପଣ ପାଇଁ ଓଡିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି

ସେ ଆହୁରି ମଧ୍ୟ କହିଛନ୍ତି ଯେ, ''ପୂର୍ବାହ୍ନ 11ଟା ସୁଦ୍ଧା 42 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏହା ଆଉ 2ରୁ 3 ଡିଗ୍ରୀ ବଢ଼ିବ ବୋଲି ଆକଳନ କରାଯାଇଛି । ମଧ୍ୟାହ୍ନ 3 ବେଳକୁ ଏହା ପିକକୁ ଯିବ । ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି । ତାତିରୁ ରକ୍ଷା ପାଇବା ପାଇଁ ସମସ୍ତ ବୁଥରେ ପାନୀୟ ଜଳ ସହ ଜଳ ସିଞ୍ଚନ କରାଯାଉଛି । ପିଇବା ପାଇଁ ରସନା ପାଣି ଦିଆଯାଇଛି । ଯେଉଁଠି ଗହଳି ଅଛି ସେଠାରେ ଲୋକଙ୍କ ଅନୁମତି ନେଇ ସ୍ପ୍ରିଂକଲ କରାଯାଇଛି । 26 ପିଙ୍କ ବୁଥ କରାଯାଇଛି । ଯାହା ମୋଟ ବୁଥର 10 ପ୍ରତିଶତ । ସେଠାରେ ସମସ୍ତ ପୋଲିଂ ଅଧିକାରୀ ମହିଳା ନିୟୋଜିତ ଅଛନ୍ତି । ଭିନ୍ନକ୍ଷମ ଭୋଟରଙ୍କ ଲାଗି ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସେମାନଙ୍କୁ ଭୋଟିଂ ପାଇଁ ନେବା ଆଣିବା କରିବାକୁ 118ଟି ସକ୍ଷମ ବାହାନର ବ୍ୟବସ୍ଥା କରାଯାଇଛି । ସମସ୍ତ 253 ବୁଥରେ ୱେବକାଷ୍ଟିଂ ହେଉଛି ।''

ଇଟିଭି ଭାରତ, ଭୁବନେଶ୍ବର

Last Updated :May 10, 2023, 2:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.