ETV Bharat / state

ଓଡିଶାକୁ ଫେରିଲା କୋରୋନା: ଜଣେ ପଜିଟିଭ, ଜେଏନ 1 ଭାରିଆଣ୍ଟର ଭୟ ନାହିଁ

author img

By ETV Bharat Odisha Team

Published : Dec 23, 2023, 12:03 PM IST

Updated : Dec 23, 2023, 12:17 PM IST

Odisha Corona Update
Odisha Corona Update

Odisha Corona Update: 20ଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ଚିହ୍ନଟ ହେଲେ କୋଭିଡ ସଂକ୍ରମିତ । ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ଅଧିକ ପଢନ୍ତୁ

capital hospital director reaction

ଭୁବନେଶ୍ବର: ଓଡ଼ିଶାକୁ ପୁଣି ଫେରିଲା କୋରୋନା । କିଛି ଦିନର ବ୍ୟବଧାନ ପରେ ପୁଣି ଓଡିଶାରେ ଚିହ୍ନଟ ହେଲେ କୋଭିଡ ସଂକ୍ରମିତ । ୨୦ ଦିନ ବ୍ୟବଧାନ ପରେ ଓଡ଼ିଶାରେ ପୁଣି କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଶେଷ ଥର ଲାଗି ଡିସେମ୍ବର ୩ରେ ରାଜ୍ୟରୁ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ, କୋଭିଡର ନୂଆ ଭାରିଆଣ୍ଟ ଜେଏନ 1କୁ ନେଇ ସାରା ଦେଶରେ ଚିନ୍ତା ବୃଦ୍ଧି ପାଇଥିବା ବେଳେ ଏବେ ଓଡିଶାରେ କୋଭିଡ ସଂକ୍ରମିଚ ଚିହ୍ନଟ ଏକ ପ୍ରକାର ଚିନ୍ତାକୁ ବୃଦ୍ଧି କରିଛି । ତେବେ ଚିହ୍ନଟ ହୋଇଥିବା ବ୍ୟକ୍ତିଜଣକ ଜେଏନ1ରେ ଆକ୍ରାନ୍ତ କି ନୁହେଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ ଜିନୋମ ସିକ୍ବେନ୍ସ ପାଇଁ ପଠାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏପଟେ ସାରା ଦେଶରେ ୩ ହଜାର ୪୨୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କେରଳରୁ ସର୍ବାଧିକ ୨ ହଜାର ୮୭୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୂଚନା ଅନୁଯାୟୀ, କେରଳ ଓ କର୍ଣ୍ଣାଟକ ରାଜ୍ୟରେ ଚିନ୍ତା ବଢ଼ାଇଲାନି କୋଭିଡ଼ ଜେଏନ 1 । ଏହାକୁ ନେଇ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ସତର୍କ କରାଇଛନ୍ତି । କେରଳ ଓ କର୍ଣ୍ଣାଟକରେ ପଜିଟିଭ ଚିହ୍ନଟ ହେବା ପରେ କେନ୍ଦ୍ର ଗାଇଡଲାଇନ କରିଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବୈଷୟିକ କମିଟିରେ ଆଲୋଚନା କରାଯାଇଛି । ତେବେ ଆବଶ୍ୟକ ପଡିଲେ ରାଜ୍ୟରେ ମଧ୍ୟ ଗାଇଡଲାଇନ ଜାରି କରାଯାଇପାରେ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ତେବେ ଏବେ ବି ସର୍ଭେଲାନ୍ସ ଜାରି ରହିଥିବା ବେଳେ ଯେଉଁ ମାନଙ୍କର ଥଣ୍ଡା କାଶ ଜ୍ଵର ଅଧିକ ଦିନ ରହୁଛି ସେମାନେ କୋଭିଡ ଟେଷ୍ଟ କରାଇବା ଜରୁରୀ ବୋଲି ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ପୂର୍ବରୁ ଅପିଲ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ସତର୍କ କଲା ହୁ': ବିଶ୍ବରେ ଏକ ମାସ ମଧ୍ୟରେ କୋରାନା ପଜିଟିଭ ହାର 52% ବୃଦ୍ଧି

ତେବେ ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି, "ଜେଏନ 1 ଏକ ଗମ୍ଭୀର ଭାରିଆଣ୍ଟ ନୁହେଁ । କିନ୍ତୁ ଏହା ଅନେକ ଦେଶକୁ ବ୍ୟାପିବାରେ ଲାଗିଛି । ତେଣୁ ଏହାକୁ ହାଲୁକା ଭାବେ ନନେଇ ସତର୍କ ରହିବା ଜରୁରୀ ଅଟେ। ଓଡିଶାରେ ମଧ୍ୟ କୋଭିଡ ଟେଷ୍ଟ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଯଦି କାହାକୁ କାଶ, ଥଣ୍ଡା ହେଉଛି ତାହାଲେ ନିଜକୁ ଆଇସୋଲେଟ କରି ରଖନ୍ତୁ। ବର୍ତ୍ତମାନ ସୁଦ୍ଧା ଓଡିଶାରେ ମାସ୍କ ବାଧ୍ୟତାମୂଳକ କରାଯାଇ ନାହିଁ, କିନ୍ତୁ ଆବଶ୍ୟକ ସ୍ଥଳେ ମାସ୍କ ପିନ୍ଧିବା ଜରୁରୀ ଅଟେ । "

ଇଟିଭି ଭାରତ, ଭୁବନେଶ୍ବର

Last Updated :Dec 23, 2023, 12:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.