ETV Bharat / state

ରାଜଧାନୀରେ କାର ଧକ୍କାରେ ବାଇକ ଆରୋହୀ ମୃତ, ଗାଡି ଜାଳିଦେଲେ ଉତ୍ୟକ୍ତ ଲୋକେ

author img

By

Published : Oct 31, 2022, 9:29 AM IST

Updated : Oct 31, 2022, 10:47 AM IST

one dies in car collision in bhubaneswar public set fire on car
ରାଜଧାନୀରେ କାର ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ

ଭୁବନେଶ୍ବରର ରାଜମହଲ ଓଭରବ୍ରିଜ ଉପରେ ବାଇକକୁ ଧକ୍କା ଦେଲା କାର । ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ଦୁର୍ଘଟଣା ଘଟାଇଥିବା କାରରେ ନିଆଁ ଲଗାଇ ଦେଇଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜମହଲ ଓଭରବ୍ରିଜ ଉପରେ ତୁମୁଳକାଣ୍ଡ । ଏକ ବାଇକକୁ କାର ଧକ୍କା ଦେବା ଯୋଗୁଁ ଜଣଙ୍କ ମୃତ୍ୟୁ ଘଟିଛି । ଏନେଇ ରାଜମହଲ ଓଭରବ୍ରିଜ ଉପରେ ଦେଖାଦେଇଥିଲା ଉତ୍ତେଜନା । ଫଳରେ ଉତ୍ୟକ୍ତ ଲୋକେ କାରରେ ନିଆଁ ଲଗାଇ ଦେଇଥିଲେ । ସ୍ଥିତି ଅଣାୟତ୍ତ ହେବାରୁ ଘଟଣାସ୍ଥଳରେ ପୋଲିସ ଏବଂ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

ରାଜଧାନୀରେ କାର ଧକ୍କାରେ ବାଇକ ଆରୋହୀ ମୃତ

ପୋଲିସ ସୂଚନା ମୁତାବକ, ମୃତ ବାଇକ ଆରୋହୀ ଜଣକ ରେଢାଖୋଲର ଅଟନ୍ତି । ରବିବାର ବିଳମ୍ବିତ ରାତିରେ ଏଜି ଛକ ପଟୁ ବାଇକଟି କଳ୍ପନା ଛକ ଆଡକୁ ଯାଉଥିଲା । ପରେ ହଠାତ୍‌ ଓଭର ବ୍ରିଜ ଦେଇ ଦୃତ ଗତିରେ ଏକ କାର ଆସି ବାଇକକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ଯୋଗୁଁ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ଫଳରେ ଲୋକେ ଉତ୍ୟକ୍ତ ହୋଇ ଦୁର୍ଘଟଣା ଘଟାଇଥିବା କାରରେ ନିଆଁ ଲଗାଇ ଦେଇଥିଲେ । ଉକ୍ତ କାରର ୩୦ ପ୍ରତିଶତ ଜଳିଯାଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ପୋଲିସ ଏବଂ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ଜୀବନ ନେଲା BMC ଗାଡି, ମେୟରଙ୍କ ବୁଝାସୁଝା ପରେ ହଟିଲା ରାସ୍ତାରୋକ

ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଅନ୍ୟପଟେ କାର ଚାଳକ ଜଣକ ଲିଙ୍ଗରାଜ ଅଞ୍ଚଳର ଜଣେ ପ୍ରତିଷ୍ଠିତ ସଫ୍ଟୱେୟାର କମ୍ପାନୀର କର୍ମଚାରୀ ହୋଇଥିବା ଜଣାପଡ଼ିଛି । ଏହି ଘଟଣାରେ ଗାଡ଼ି ଚାଳକଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ। ତେବେ ରାଜରାସ୍ତାରେ ସ୍ଥାନୀୟ ଲୋକେ ଆଇନକୁ ହାତକୁ ନେବା ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Oct 31, 2022, 10:47 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.