ETV Bharat / state

ଲଭ-ସେକ୍ସ-ଧୋକା: ଓଡ଼ିଆ କଣ୍ଠଶିଳ୍ପୀ ଦେବେଶ ପତି ଗିରଫ

author img

By ETV Bharat Odisha Team

Published : Nov 3, 2023, 10:51 AM IST

Ollywood singer Debesh Pati arrested
Ollywood singer Debesh Pati arrested

ଲଭ ସେକ୍ସ ଧୋକା ଅଭିଯୋଗରେ ଫସିଲେ ଓଡ଼ିଆ ସିଙ୍ଗର । ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଓ ଟଙ୍କା ଠକିବା ଅଭିଯୋଗରେ ବାନ୍ଧିଲା ପୋଲିସ । ଅଧିକ ପଢନ୍ତୁ

ଭୁବନେଶ୍ବର: ସିଙ୍ଗର ସୌରିନ ଭଟ୍ଟଙ୍କ ପରେ ଏବେ ଆଉ ଜଣେ କଣ୍ଠଶିଳ୍ପୀଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ଓଲିଉଡର ଲୋକପ୍ରିୟ ସିଙ୍ଗର ଦେବେଶ ପତିଙ୍କ ନାଁରେ ଲଭ, ସେକ୍ସ, ଧୋକାର ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ । ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଓ ଟଙ୍କା ଠକିବା ଅଭିଯୋଗରେ ନୟାପଲ୍ଲୀ ଥାନା ପୋଲିସ ଜଣାଶୁଣା ଓଡ଼ିଆ ସିଙ୍ଗର ଦେବେଶ ପତିଙ୍କୁ ଗିରଫ କରିଛି । ଗତ ବୁଧବାର ଦିନ ପୋଲିସ ତାଙ୍କୁ ଗିରଫ କରିଥିବା ନେଇ ସୂଚନା ମିଳିଛି ।

ନିଶା ଦେଇ ଗର୍ଭନଷ୍ଟ କରିଥିଲେ ଦେବେଶ: ସୂଚନା ଅନୁସାରେ, ଦେବେଶଙ୍କ ଘର ଯାଜପୁର ହୋଇଥିବା ବେଳେ ଅଭିଯୋଗ କରିଥିବା ଯୁବତୀଙ୍କ ଘର ଭଦ୍ରକ । ଏମିତିକି ଦେବେଶ ନିଶା ଦେଇ ଯୁବତୀଙ୍କ ଗର୍ଭ ନଷ୍ଟ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଯୁବତୀ ଜଣଙ୍କ ଦେବେଶଙ୍କ ନାଁରେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ଏହାସହ ଟଙ୍କା ଠକେଇ କରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଆଧାର କରି ନୟାପଲ୍ଲୀ ଥାନା ପୋଲିସ କେଶ ନମ୍ବର 103/2023ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ବୁଧବାର ଦିନ ଦେବେଶଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ତେବେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ: Sexual Harassment Case: କଟକ ମହିଳା ଥାନାରେ ହାଜର ହେଲେ କଣ୍ଠଶିଳ୍ପୀ ସୌରିନ, କହିଲେ ଯୁବତୀଙ୍କୁ ଜାଣିନି

ଦେବେଶଙ୍କ ସଙ୍ଗୀତ: ଲଛକ ମଣି ବେବି ଲୋ, ବୁଲେଟ ଗାଡିରେ ବୁଲେଇ ନେବି ଗୀତରୁ ବେଶ ଲୋକପ୍ରିୟ ହୋଇଥିଲେ ଦେବେଶ । ଏହାସହ ଚାଲିରେ ତୋର ପଦ୍ମ ଫୁଟେ, କହୁଛି ମୋ ମଥା ସିନ୍ଦୁର, ଶେହଜାଦୀ, ଦିଓ୍ବାନା, ଆଖି ତୋର ନୀଳ ସାଗର ଭଳି ଅନେକ ସୁପରହିଟ୍ ଗୀତରେ ସେ କଣ୍ଠଦାନ କରିଛନ୍ତି ।

କହିରଖୁଛୁ କି, ଦେବେଶଙ୍କ ପୂର୍ବରୁ ମଧ୍ୟ ଲଭ ସେକ୍ସ ଧୋକା ନେଇ ସୌରିନ ଭଟ୍ଟଙ୍କ ନାଁରେ ଅଭିଯୋଗ ହୋଇଥିଲା । ଏକ ଷ୍ଟେଜରେ ଗୀତ ଗାଇବା ସମୟରେ ଯୁବତୀଙ୍କ ସହିତ ସୌରିନଙ୍କ କୁଆଡେ ସମ୍ପର୍କ ସ୍ଥାପନ ହୋଇଥିଲା । ଉଭୟଙ୍କ ମଧ୍ୟରେ ଏତେ ଘନିଷ୍ଠତା ବଢି ଯାଇଥିଲା ଯେ ଉଭୟ ପରସ୍ପରକୁ ବିବାହ କରିବାକୁ ରାଜି ହୋଇଥିଲେ । ସୌରିନ ବିବାହ କରିବାକୁ କହି ଯୁବତୀଙ୍କ ଠାରୁ ୯ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଏନେଇ ସମସ୍ତ କାରବାର ପ୍ରମାଣ ଥାନାରେ ଦାଖଲ କରିଥିଲେ ପୀଡ଼ିତା । ଯୁବତୀ ଜଣକ କଟକ ଜଗତପୁର ଥାନାରେ ଏତଲା ଦେବା ପାଇଁ ଯାଇଥିଲେ ମାତ୍ର ଜଗତପୁର ଥାନା ପୋଲିସ ମହିଳା ଥାନାରେ ମାମଲା ରୁଜୁ କରିବାକୁ ପରାମର୍ଶ ଦେଇଥିଲା । ବର୍ତ୍ତମାନ ମାମଲାର ତଦନ୍ତ ଜାରି ରହିଥିବା ବେଳେ ପୋଲିସ NBW ପାଇଁ କୋର୍ଟରେ ଆବେଦନ କରିବ ବୋଲି ଜଣାପଡିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.