ETV Bharat / state

ଭିଜିଲାନ୍ସ ଜାଲରେ ରାଜସ୍ବ ବିଭାଗ ଅଧିକାରୀ, ଏକକାଳୀନ 3ଟି ସ୍ଥାନରେ ଚଢାଉ

author img

By ETV Bharat Odisha Team

Published : Sep 14, 2023, 11:13 AM IST

Odisha Vigilance raids
Odisha Vigilance raids

ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗରେ କାର୍ଯ୍ୟରତ ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ। ଅଧିକ ପଢନ୍ତୁ

ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ଅଧିକାରୀ । ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ କାର୍ଯ୍ୟରତ ସଂଗ୍ରାମ କେଶରୀ ଜେନାଙ୍କ ବାସଭବନରେ ଭିଜିଲାନ୍ସ ରେଡ କରିଛି । ଭିଜିଲାନ୍ସର 3 ଟିମ ବାଲୁଗାଁ, ହରିପୁର, ଛୋଟରାୟପୁରରେ ଚଢ଼ାଉ ଜାରି ରଖିଛି । ବୁଗୁଡ଼ାର ପୂର୍ବତନ ତହସିଲଦାର ଥିଲେ ସଂଗ୍ରାମ କେଶରୀ । ସେ ଜଣେ ଶିକ୍ଷକ ଥିବା ବେଳେ 2016ରେ ଓଆରଏସ ଭାବେ ପଦୋନ୍ନତି ପାଇଥିଲେ । ଦୁଇ ବର୍ଷ ତଳେ ଓଏଏସ ଭାବେ ପୁଣି ପଦୋନ୍ନତି ପାଇଥିଲେ । ସଂଗ୍ରାମ କେଶରୀ ଜେନାଙ୍କ ଘର ଚିଲିକା ବ୍ଲକ ହରିପୁରରେ । ବର୍ତ୍ତମାନ ବାଲୁଗାଁ ଜେନା କଲୋନୀରେ ଭିଜିଲାନ୍ସ ଚଢାଉ ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ-Vigilance Raid: ଅବକାରୀ ASIଙ୍କ ଘରେ ଭିଜିଲାନ୍ସ ରେଡ

ଗତ ସେପ୍ଟେମ୍ବର 7 ତାରିଖରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖୋର୍ଦ୍ଧା ବାଲୁଗାଁର ଅବକାରୀ ASI ସୁଦୀପ୍ତ ଦାଶଙ୍କ ଘରେ ରେଡ କରିଥିଲା ଭିଜିଲାନ୍ସ ଟିମ । ଅଫିସ ସମେତ ମୋଟ 3ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରାଯାଇଥିଲା । 4 ଜଣ ଡିଏସପି ଓ 6 ଜଣ ଇନ୍ସପେକ୍ଟର ଏହି ଚଢାଉରେ ସାମିଲ ଥିଲେ । ସୁଦୀପ୍ତଙ୍କ ନୟାଗଡରେ ଥିବା ନିଜ ଘର, ଭଡା ଘର, ବାଲୁଗାଁରେ ଥିବା ଭଡା ଘର ସହ ଅବକାରୀ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ ହୋଇଥିଲା ।

ବୁଧବାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ । ମୟୂରଭଞ୍ଜ ଜିଲ୍ଲାର ବାରିପଦା ପିଏଚ ଡିଭିଜନ-1ର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରିଥିଲା । ସହକାରୀ ଯନ୍ତ୍ରୀ ହେଉଛନ୍ତି ବାଣେଶ୍ବର ନାୟକ। ପୂର୍ବରୁ ତାଙ୍କ ନାଁରେ ଅନେକ ଦୁର୍ନୀତି ନେଇ ଅଭିଯୋଗ ହୋଇଆସୁଥିଲା । ଅଭିଯୋଗ ଆଧାରରେ ବାରିପଦା ସ୍ଥିତ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବାଣେଶ୍ବର ନାୟକଙ୍କ ବାସଭବନରେ ଭିଜିଲାନ୍ସ ବିଭାଗ ଚଢାଉ କରିଥିଲା ।

ସେପ୍ଟେମ୍ବର 1 ତାରିଖରେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ମୟୂରଭଞ୍ଜ ଜୟପୁର ସର୍କଲର ରାଜସ୍ୱ ନିରୀକ୍ଷକ ରାକେଶ କୁମାର ପାତ୍ର । ଜଣେ ବ୍ୟକ୍ତିଙ୍କ ଠାରୁ କାମ କରିବା ବାବଦକୁ 5 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ । ଫଳରେ ରାକେଶଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ବିଭାଗ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.