ETV Bharat / state

ନାରୀ ନିର୍ଯାତନାରେ ଡାକ୍ତରଙ୍କ ସମ୍ପୃକ୍ତି ଅଭିଯୋଗ, ESI କାର୍ଯ୍ୟାଳୟ ଘେରିଲା ଛାତ୍ର କଂଗ୍ରେସ

author img

By ETV Bharat Odisha Team

Published : Nov 30, 2023, 8:45 PM IST

Updated : Nov 30, 2023, 9:10 PM IST

Odisha Student Congress gheraoed ESI office
Odisha Student Congress gheraoed ESI office

ନାରୀ ନିର୍ଯାତନାରେ ସମ୍ପୃକ୍ତ ଇଏସଆଇ ଡାକ୍ତରଙ୍କୁ ଗିରଫ ଦାବି କରି ESI କାର୍ଯ୍ୟାଳୟ ଘେରିଲା ଛାତ୍ର କଂଗ୍ରେସ । ଅଧିକ ପଢନ୍ତୁ

ନାରୀ ନିର୍ଯାତନାରେ ଡାକ୍ତରଙ୍କ ସମ୍ପୃକ୍ତି ଅଭିଯୋଗ, ESI କାର୍ଯ୍ୟାଳୟ ଘେରିଲା ଛାତ୍ର କଂଗ୍ରେସ

ଭୁବନେଶ୍ବର: ଛାତ୍ର କଂଗ୍ରେସ ପକ୍ଷରୁ କର୍ମଚାରୀ ରାଜ୍ୟ ବୀମା ଯୋଜନା ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ଘେରାଉ । ନାରୀ ନିର୍ଯାତନାରେ ସମ୍ପୃକ୍ତ ଇଏସଆଇ ଡାକ୍ତର ଦିଲ୍ଲୀପ ସାହୁଙ୍କୁ ଗିରଫ କରାଯାଉ ଓ ଚାକିରିରୁ ବହିଷ୍କାର କରାଯାଉ ବୋଲି କଂଗ୍ରେସ ଦାବି କରିଛି । ସାରା ରାଜ୍ୟରେ ଇଏସଆଇ ହସ୍ପିଟାଲରେ ଖାଲି ପଡ଼ିଥିବା ଡାକ୍ତର ଓ ଷ୍ଟାଫ ପଦବୀ ତୁରନ୍ତ ପୂରଣ କରାଯାଉ ବୋଲି ଆଜି ଭୁବନେଶ୍ବର ଇଏସଆଇ କାର୍ଯ୍ୟାଳୟ ଘେରାଉ ସମୟରେ ଦାବି କରିଛନ୍ତି ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ।

ଏନେଇ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜ କହିଛନ୍ତି, "ଓଡ଼ିଶରେ ଇଏସଆଇ ହସ୍ପିଟାଲର ସ୍ଥିତି ଉଦବେଗଜନକ। ଡାକ୍ତରମାନଙ୍କ ଅଭାବରୁ ଇଏସଆଇ ଠିକ୍ ଭାବରେ ଚିକିତ୍ସା ଯୋଗାଇ ପାରୁନାହିଁ । ବିଭିନ୍ନ ଜିଲ୍ଲାରେ ଥିବା ଇଏସଆଇ ହସ୍ପିଟାଲ ବେଡରେ ଧୂଳି ଲାଗିଗଲାଣି ତ ଯନ୍ତ୍ରାଂଶ ଖତ ଖାଇଲାଣି । ଭୁବନେଶ୍ଵରର ଇଏସଆଇ ଡାକ୍ତରଖାନା ଉପରେ ସଂଗୃହୀତ ତଥ୍ୟ ଅନୁଯାୟୀ ୨.୭ ଲକ୍ଷ ହିତାଧିକାରୀ ନିର୍ଭର କରନ୍ତି । କୋରାପୁଟ, ମାଲକାନଗିରି, ରାୟଗଡ଼ା ପ୍ରଭୃତି ଦୂରସ୍ଥାନରୁ ଆସୁଥିବା ହିତାଧିକାରୀ ଇଏସଆଇ ସେବା କ୍ଷେତ୍ରରେ ହେଉଥିବା ଦୂରାବସ୍ଥା ଦେଖି ଭାଙ୍ଗି ପଡ଼ିଛନ୍ତି ।"

ଏହା ବି ପଢନ୍ତୁ- ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ କେବଳ ନିର୍ବାଚନୀ ଥୋପ: କଂଗ୍ରେସ

ସେ ଆହୁରି କହିଛନ୍ତି, "ରେଗୁଲାର ଡାକ୍ତର, ପାରାମେଡିକାଲ ଷ୍ଟାଫଙ୍କର ଘୋର ଅଭାବ ଦେଖାଦେଇଛି । ହିତାଧୂକାରୀ ସେବା ପାଇବା ପାଇଁ ଏଠାରେ ଦୁଇ ତିନିଦିନ ପଡ଼ି ରହୁଛନ୍ତି। ଅନେକ ହତାଶ ହୋଇ ଫେରିଯାଉଛନ୍ତି । ବହୁ ଆଧୁନିକ ଯନ୍ତ୍ରାଂଶ ଷ୍ଟାଫ ଅଭାବରୁ ବ୍ୟବହାର ହୋଇପାରୁ ନାହିଁ । ଯେଉଁମାନେ ଇଏସଆଇ ହସପିଟାଲ ଉପରେ ନିର୍ଭରଶୀଳ ସେମାନେ ହଇରାଣ ହରକତ ହେଉଛନ୍ତି ଏବଂ ଇଏସଆଇର ମୁଖ୍ୟ ଲକ୍ଷ୍ୟ ପୂରଣ ହୋଇପାରୁ ନାହିଁ ।"

ମହିଳା ଷ୍ଟାଫଙ୍କୁ ନିର୍ଯାତନା ଦେଇଥିବା ଏବଂ ଦୁଷ୍କର୍ମ ଉଦ୍ୟମ କରିଥିବା ଡାକ୍ତରଙ୍କୁ ଗିରଫ ପାଇଁ ଦାବି କରିଛି ଛାତ୍ର କଂଗ୍ରେସ । ଏନେଇ ୟାଶୀର ନୱାଜ କହିଛନ୍ତି, "ମହିଳା ସଶକ୍ତିକରଣ କେବଳ ପ୍ରଚାରରେ ସୀମିତ । ଇଏସଆଇରେ କାର୍ଯ୍ୟରତ ଡାକ୍ତର ଦିଲ୍ଲୀପ କୁମାର ସାହୁ ଅଧୁନା ପାରାଦ୍ବୀପରେ ପୋଷ୍ଟିଂ ପାଇଛନ୍ତି । ମାତ୍ର ତାଙ୍କ କର୍ତ୍ତବ୍ୟରେ ଅବହେଳା କରି ସେ ପାରାଦ୍ଵୀପ ନଯାଇ ଭୁବନେଶ୍ବରର ରାଜମହଲ ଛକ ସ୍ଥିତ ଅପ୍‌ଟିକୋରେ ପ୍ରାକ୍ଟିସ କରୁଛନ୍ତି। ଇଏସଆଇ ଡାଇରେକ୍ଟର ଏବଂ ଉପରିସ୍ଥ କର୍ତ୍ତୃପକ୍ଷ ଏକଥା ଜାଣି ନୀରବ ରହିଛନ୍ତି ନା ଏହା କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆସିନାହିଁ ?

ଏହି ଦିଲ୍ଲୀପ ସାହୁଙ୍କ ନାମରେ ପୂର୍ବରୁ ମହିଳାଙ୍କୁ ଅମାନବୀୟ ଅତ୍ୟାଚାର ଓ ଦୁଷ୍କର୍ମ ପାଇଁ ଉଦ୍ୟମ ଅଭିଯୋଗ ରହିଥିଲା । ଯେଉଁଥିପାଇଁ ତାଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ମାତ୍ର ସରକାର ଏଭଳି ବିଶୃଙ୍ଖଳିତ, ଅସାଧୁ ଏବଂ ସ୍ଖଳିତ ଚରିତ୍ରର ବ୍ୟକ୍ତଙ୍କ ଉପରୁ ନିଲମ୍ବନ ଆଦେଶ କାହିଁକି ଉଠାଇନେଲେ ତାହା ଏବେ ଆଶ୍ଚର୍ଯ୍ୟର ବିଷୟ । ତାଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ । ତାଙ୍କୁ ଗିରଫ କରାଗଲା ନାହିଁ । ଏବେ ତାଙ୍କ ଉପେର ନିଲମ୍ବନ ଆଦେଶ ପ୍ରତ୍ୟାହାର ହୋଇଛି ଅର୍ଥାତ ଡିପାର୍ଟମେଣ୍ଟ ପକ୍ଷରୁ କିମ୍ବା ମନ୍ତ୍ରୀଙ୍କର ତାଙ୍କ ଉପରେ ଅଦୃଶ୍ୟ ଆଶୀର୍ବାଦ ରହିଛି ବୋଲି ଅଭିଯୋଗ ହେଉଛି । ଏହି ଘଟଣାରେ ଯେଉଁ ମହିଳା ଯୌନ ନିର୍ଯାତନା ପାଇଥିଲେ ତାଙ୍କୁ ଅନ୍ୟତ୍ର ବଦଳି କରିଦିଆଯାଇଛି ବୋଲି ଛାତ୍ର କଂଗ୍ରେସ କହିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Nov 30, 2023, 9:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.