ETV Bharat / state

କେବେ ଥମିବ ଡେଙ୍ଗୁ ଆତଙ୍କ ? ଏମିତି କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : Jul 10, 2023, 9:13 PM IST

ଡେଙ୍ଗୁ ପାଇଁ ସଚେତନା କଲା ସ୍ବାସ୍ଥ୍ୟ ବିଭାଗ
ଡେଙ୍ଗୁ ପାଇଁ ସଚେତନା କଲା ସ୍ବାସ୍ଥ୍ୟ ବିଭାଗ

ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢିଛି। ବର୍ତ୍ତମାନ ରାଜ୍ୟରେ ଅଧିକରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିଲେ ବି ସଂକ୍ରମଣ ହାର କମ୍ ଥିବା ଜଣାପଡିଛି । ଅଧିକ ପଢନ୍ତୁ

ଡେଙ୍ଗୁ ପାଇଁ ସଚେତନା କଲା ସ୍ବାସ୍ଥ୍ୟ ବିଭାଗ


ଭୁବନେଶ୍ବର: ମୌସୁମୀ ବର୍ଷା ପରେ ଏବେ ରାଜ୍ୟରେ ମୁଣ୍ଡ ଟେକିଛି ଡେଙ୍ଗୁ। ଯାହାକୁ ନେଇ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢିଛି। ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ଡେଙ୍ଗୁର ପ୍ରଭାବ ଅକ୍ଟୋବର ପର୍ଯ୍ୟନ୍ତ ରହିବ ବୋଲି ସୂଚନା ଦିଆଯାଇଛି । ରାଜ୍ୟର ୪୨ ଟି ସ୍ଥାନରେ ଡେଙ୍ଗୁ ପରୀକ୍ଷା କରାଯାଉଛି। ବର୍ତ୍ତମାନ ରାଜ୍ୟରେ ଅଧିକରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିଲେ ବି ସଂକ୍ରମଣ ହାର କମ୍ ଥିବା ଜଣାପଡିଛି। ଖୋର୍ଦ୍ଧାରେ ବର୍ତ୍ତମାନ ସୁଦ୍ଧା ୧୩୪ ଜଣ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୫୦ ଜଣ ଚିହ୍ନଟ ହୋଇଛନ୍ତି। ଡେଙ୍ଗୁକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅନେକ ଗୁଡ଼ିଏ ପଦକ୍ଷେପ ଗ୍ରହଣ କରୁଥିବାବେଳେ ଲୋକମାନଙ୍କୁ ସଚେତନ ରହିବା ପାଇଁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, "ଅକ୍ଟୋବର ପର୍ଯ୍ୟନ୍ତ ଡେଙ୍ଗୁର ପ୍ରଭାବ ରହିବ । ଡେଙ୍ଗୁ ଆଉ ଋତୁ ଭିତ୍ତିକ ରୋଗ ହୋଇ ରହିନାହିଁ। ବର୍ଷ ସାରା ଅନେକ ସ୍ଥାନରୁ ରିପୋର୍ଟ ମଧ୍ୟ ଆସୁଛି। ରାଜ୍ୟରେ ଡେଙ୍ଗୁ ପରୀକ୍ଷା ବଢ଼ିଛି। ୪୨ ଟି ସ୍ଥାନରେ ଡେଙ୍ଗୁ ପରୀକ୍ଷା କରାଯାଉଛି। ବର୍ତ୍ତମାନ ରାଜ୍ୟରେ ଅଧିକରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିଲେ ବି ସଂକ୍ରମଣ ହାର ବହୁତ କମ୍ ରହିଛି।"

ଏହା ମଧ୍ୟ ପଢନ୍ତୁ...ବଢୁଛି ଆଖିଧରା ରୋଗ, ଆଖି ଧରିଲେ ସ୍କୁଲ ନଯିବାକୁ ପରାମର୍ଶ

ଅପରପକ୍ଷେ, "ଗତ ବର୍ଷ ଏହି ସମୟ ସୁଦ୍ଧା ୬ ହଜାର ୯୦୦ ଟେଷ୍ଟ ହୋଇଥିବାବେଳେ ୪୫୫ ପଜିଟିଭ ଚିହ୍ନଟ ହୋଇଥିଲା। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୧୨ ହଜାର ୮୦୦ ଟେଷ୍ଟ ହୋଇଥିବାବେଳେ ୨୫୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ପରୀକ୍ଷା ଦ୍ବିଗୁଣିତ ହୋଇଥିଲେ ମଧ୍ୟ କମ୍ ସଂଖ୍ୟକ ପଜିଟିଭ ଚିହ୍ନଟ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା କାହାରି ମୃତ୍ୟ ହୋଇନାହିଁ" ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

ତେବେ ମଶା କିପରି ବଂଶ ବିସ୍ତାର ନକରିବେ ଲୋକ ସଚେତନ ରହିବା ସହ ଘର ଚତୁପାର୍ଶ୍ବ ସଫାସୁତୁରା ରଖିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ପ୍ରାୟ ୮୫ ପ୍ରତିଶତ ଲୋକ ଘରେ ରହି ଭଲ ହେଉଛନ୍ତି। ତେଣୁ ଲୋକମାନେ ଭୟଭୀତ ନହୋଇ ସଚେତନ ରହିବାକୁ କୁହାଯାଇଛି। ଏନେଇ ଭୁବନେଶ୍ବର ମହାନଗର ନିଗମ ଓ ସ୍ବାସ୍ଥ୍ୟ ବିଭାଗର ମିଳିତ ସହଯୋଗରେ ନିରାକରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ମଶାତେଲ ପକାଯିବା ସହିତ ମଶା ଧୂଆଁ ଛଡ଼ାଯାଉଛି। ଏହା ସହିତ ଅଧିକାରୀମାନେ କ୍ଷେତ୍ରକୁ ଯାଇ ସଚେତନତା‌ କରୁଛନ୍ତି।

ତେବେ ଚଳିତ ବର୍ଷ ପ୍ରତି ଘରକୁ ଘର ଯାଇ ‘ମୁଁ ବି ଡେଙ୍ଗୁ ‌ସ୍ବଚ୍ଛାସେବୀ’ କାର୍ଯ୍ୟ କରିବେ। ପୂର୍ବରୁ ରାଜ୍ୟରେ ୪୨ ଟି କେନ୍ଦ୍ରରେ ଡେଙ୍ଗୁ ନମୁନା ପରୀକ୍ଷା‌ କରାଯାଉଛି। ବିଶେଷ କରି ଗୋଷ୍ଠୀ ସହଭାଗିତା ସହିତ ସର୍ବେକ୍ଷଣ ଓ ପରୀକ୍ଷଣକୁ ଅଧିକ ଗୁରୁତ୍ବ ଦିଆଯାଉଛି। ଡ୍ରାଏ ଡେ’ ପାଳନ ଅବସରରେ ଏହି ସ୍ବେଚ୍ଛାସେବୀମାନେ ନିଜ ନିଜ ଘରେ କାର୍ଯ୍ୟ କରି ଡେଙ୍ଗୁ ସଚେତନତା କରାଇବେ ବୋଲି ଜଣାପଡିଛି। ଯେଭଳି ମଶା ବଂଶ ବୃଦ୍ଧି ନହେବ ସେଥିପାଇଁ ମଶା ଉତ୍ସକୁ ନଷ୍ଟ କରାଯାଉଛି।


ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.