ETV Bharat / state

ବଢୁଛି ଆଖିଧରା ରୋଗ, ଆଖି ଧରିଲେ ସ୍କୁଲ ନଯିବାକୁ ପରାମର୍ଶ

author img

By

Published : Jul 10, 2023, 7:50 PM IST

ରାଜ୍ୟରେ ବଢୁଛି ଆଖି ଧରା ରୋଗ । ଆଖି ଧରିଲେ ସ୍କୁଲ ନଯିବାକୁ ପରାମର୍ଶ ଦେଲା ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ

Etv Bharat
Etv Bharat

ଆଖି ଧରିଲେ ସ୍କୁଲ ନଯିବାକୁ ପରାମର୍ଶ

ଭୁବନେଶ୍ବର: କିଛି ଦିନ ହେଲା ରାଜ୍ୟରେ ଆଖିଧରା ରୋଗ ବ୍ୟାପିବାରେ ଲାଗିଛି । ଯାହାକି ଏକ ସଂକ୍ରାମକ ରୋଗ ଓ ଏହା ସ୍ପର୍ଶ ମାଧ୍ୟମରେ ବ୍ୟାପିଥିବାର ନଜରକୁ ଆସୁଛି । ରାଜ୍ୟରେ ସାଙ୍ଘାତିକ ଭାବରେ ଆଖିଧରା ରୋଗ ବ୍ୟାପୁଥିବା ପିଲାଙ୍କୁ ସ୍କୁଲ ନଯିବାକୁ ପରାମର୍ଶ ଦିଆଯାଇଛି । ୩ରୁ ୪ ଦିନ ପର୍ଯ୍ୟନ୍ତ ଘରେ ରହିବାକୁ କୁହାଯାଇଛି । ଏପଟେ ବିଶେଷ ଭାବରେ ହାତ ଓ ଆଖିକୁ ସ୍ବଚ୍ଛତା ରଖିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ତେବେ ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, "ଯେଉଁ ସ୍କୁଲ ପିଲାଙ୍କ ଆଖି ଧରିଛି ସ୍କୁଲ କୁ ନପଠାଇ ସେମାନେ ଘରେ ରୁହନ୍ତି । ଅଭିଭାବକ ମାନଙ୍କୁ ଅନୁରୋଧ ଯେ ପାଖାପାଖି ୪ ଦିନ ଧରି ସ୍କୁଲକୁ ନ ଛାଡି ଘରେ ରଖନ୍ତୁ। ହାତ ଓ ଆଖିକୁ ପରିଷ୍କାର ରଖିବାକୁ ପିଲାମାନଙ୍କୁ ପରାମର୍ଶ ଦିଅନ୍ତୁ । ଏହା ସହ ସାଧାରଣ ଭାବରେ ଋତୁରେ ପରିବର୍ତ୍ତନ ହେଲେ ଆଖିଧରା ରୋଗ ହୋଇଥାଏ । ଯେହେତୁ ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ବିଶେଷ ଭାବରେ ଏହି ରୋଗ ଡେଇଁଥାଏ । ତେଣୁ ଆଖିଧରା ରୋଗ କିଛି ଦିନ ମଧ୍ୟରେ ବଢୁଛି । ଏହା ସହିତ ସତର୍କତା ରହିଲେ ଏହାଠାରୁ ଦୂରେଇ ରହିପାରିବ।"

ଏହା ବି ପଢନ୍ତୁ- ରାଜ୍ୟ ସାରା ମାଡ଼ିଗଲାଣି ଆଖିଧରା ରୋଗ, ମାର୍ଗଦର୍ଶିକା ଜାରି କଲା ସ୍ୱାସ୍ଥ୍ୟ ବିଭାଗ

ସାଙ୍ଘାତିକ ମାଡ଼ୁଛି ଆଖିଧରା ରୋଗ । ଆଖି ଧରିଲେ ସ୍କୁଲ ନଯିବାକୁ ପରାମର୍ଶ । ୩ରୁ ୪ ଦିନ ପର୍ଯ୍ୟନ୍ତ ଘରେ ରହି ବିଶେଷ ଭାବରେ ସ୍ବଚ୍ଛତା ରହିବାକୁ ମଧ୍ୟ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ଏପଟେ ରାଜ୍ୟରେ ଆଖି ଧରା ରୋଗ ପ୍ରତିରୋଧ ସମ୍ପର୍କରେ କିଛି ଦିନ ପୂର୍ବରୁ ସ୍ବାସ୍ଥ୍ୟ ବିଭାଗ ମାର୍ଗଦର୍ଶିକା କରିଥିଲା ।

ବର୍ତ୍ତିବା ପାଇଁ ମାର୍ଗଦର୍ଶିକା:- ଆଖି ଧରିଲା ସମୟରେ ବ୍ୟବହାର କରୁଥିବା ନିଜର ଚଷମାକୁ ପ୍ରତ୍ୟେକ ଦିନ ନିୟମିତ ଭାବରେ ସଫା କରନ୍ତୁ । ସୁଇମିଂ ପୁଲ, ପୋଖରୀ ଆଦିରେ ମୁହଁ ବୁଡାନ୍ତୁ ନାହିଁ। ଆଖି ଧରାରେ ଆକ୍ରାନ୍ତ ରହିଥିବା ବ୍ୟକ୍ତିଙ୍କ ରୁମାଲ, ତଉଲିଆ, ତକିଆ କିମ୍ବା ବ୍ୟବହାର କରିଥିବା ଆଇ-ଡ୍ରପ ଭଳି ଅନେକ ଜିନିଷଗୁଡ଼ିକ ଅନ୍ୟମାନେ ବ୍ୟବହାର କରନ୍ତୁ ନାହିଁ। ଏହି ସମୟରେ ଆଖରେ କୌଣସି ପ୍ରସାଧନ ସାମଗ୍ରୀ ବ୍ୟବହାର କରନ୍ତୁ ନାହିଁ । ଆଖି ଧରିଲେ ପରିଷ୍କାର କପଡାକୁ ଉଷୁମ ପାଣିରେ ପକାଇ ଆଖିକୁ ଭଲ ଭାବରେ ପୋଛିବାକୁ ପରାମର୍ଶ ଦିଆଯାଇଛି । ସାବଧାନତା ଭାବରେ ଆଖି ପୋଛା କପଡାକୁ ଗରମ ପାଣି ଓ ଡିଟରେଜଣ୍ଟ ପାଉଡରରେ ଭିଜାଇବା ପରେ ଭଲ ଭାବରେ ସଫା କରି ଖରାରେ ଶୁଖାଇବାକୁ ପରାମର୍ଶ ଦିଆଯାଇଛି । ଏହାସହ ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଆଖିରେ ଔଷଧ ବ୍ୟବହାର କରନ୍ତୁ ନାହିଁ। ଆବଶ୍ୟକ ହେଲେ ନିକଟସ୍ଥ ଡାକ୍ତରଖାନକୁ ଯାଇ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.