ETV Bharat / state

Odisha Primary School Teachers Strike: ଗୁରୁବାର ଠାରୁ ୟୁନିଫର୍ମ ପିନ୍ଧୁବୁ ନାହିଁ କହିଲା ସଂଘ

author img

By

Published : Mar 15, 2023, 8:45 PM IST

Etv Bharat
Etv Bharat

ନିଜ ଦାବି ପୂରଣ ପାଇଁ ଆନ୍ଦୋଳନ କରିବାକୁ ଆଜି ସାରା ରାଜ୍ୟରୁ ହଜାର ହଜାର ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ ରାଜଧାନୀକୁ ଆସିଥିଲେ । ହେଲେ ପୋଲିସ ଯୋଜନାବଦ୍ଧ ଭାବେ ପ୍ରାଥମିକ ଶିକ୍ଷକ ସଂଘକୁ ଆନ୍ଦୋଳନ କରିବାକୁ ଦେଇନଥିଲା । ଶେଷରେ ଯେଣେତେଣେ ପ୍ରକାରେ ସଂଘର କିଛି ସଦ୍ୟସ ପ୍ରଦର୍ଶନୀ ପଡିଆରେ ଷ୍ଟିୟରିଂ କମିଟି ବୈଠକ କରି ଆନ୍ଦୋଳନର ରୂପରେଖ ନେଇ ଆଲୋଚାନ କରିଥିଲେ । ପରେ ସଂଘର 11 ଜଣିଆ ପ୍ରତିନିଧି ମଣ୍ଡଳୀ ବିଧାନସଭା ପରିସରରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ସହ ଆଲୋଚନା କରିଥିଲେ । ଅଧିକ ପଢନ୍ତୁ

ଗୁରୁବାର ଠାରୁ ୟୁନିଫର୍ମ ପିନ୍ଧୁବୁ ନାହିଁ କହିଲା ସଂଘ

ଭୁବନେଶ୍ବର: "ଆମେ ଆମ ନିଜସ୍ବ ପଇସାରେ ୟୁନିଫର୍ମ କରିଛୁ । ଏଥିପାଇଁ ସରକାର କୌଣସି ସହାୟତା ଦେଇନାହାଁନ୍ତି । ୟୁନିଫର୍ମ ପାଇଁ ଭତ୍ତା ଦେବାକୁ ଆମେ ଦାବି କରିଥିଲୁ । ଭତ୍ତା ଦେବାକୁ ସରକାର ରାଜି ନୁହଁନ୍ତି । ତେଣୁ ଆମେ ଆଉ ୟୁନିଫର୍ମ ଆସନ୍ତାକାଲି ଠାରୁ ପିନ୍ଧିବୁ ନାହିଁ । ବିନା ୟୁନିଫର୍ମରେ ସ୍କୁଲକୁ ଆସିବୁ ।" ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ସହ ଆଲୋଚନା ପରେ ଏହା କହିଛନ୍ତି ପ୍ରାଥମିକ ଶିକ୍ଷକ ସଂଘ ।

ନିଜ ଦାବି ପୂରଣ ପାଇଁ ଆନ୍ଦୋଳନ କରିବାକୁ ଆଜି ସାରା ରାଜ୍ୟରୁ ହଜାରହଜାର ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ରାଜଧାନୀକୁ ଆସିଥିଲେ । ହେଲେ ପୋଲିସ ଯୋଜନାବଦ୍ଧ ଭାବେ ପ୍ରାଥମିକ ଶିକ୍ଷକ ସଂଘକୁ ଆନ୍ଦୋଳନ କରିବାକୁ ଦେଇନଥିଲା । ଶେଷରେ ଯେଣେତେଣେ ପ୍ରକାରେ ସଂଘର କିଛି ସଦ୍ୟସ ପ୍ରଦର୍ଶନୀ ପଡିଆରେ ଷ୍ଟିୟରିଂ କମିଟି ବୈଠକ କରି ଆନ୍ଦୋଳନର ରୂପରେଖ ନେଇ ଆଲୋଚାନ କରିଥିଲେ । ପରେ ସଂଘର 11 ଜଣିଆ ପ୍ରତିନିଧି ମଣ୍ଡଳୀ ବିଧାନସଭା ପରିସରରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ସହ ଆଲୋଚନା କରିଥିଲେ । ଆଲୋଚନ ପରେ ବର୍ତ୍ତମାନ ସଂଘ ଆନ୍ଦୋଳନ ସ୍ଥଗିତ ପାଇଁ ନିଷ୍ପତି ନେଇଛି । କିନ୍ତୁ ଆସନ୍ତାକାଲିଠାରୁ ରାଜ୍ୟ ସରକାରଙ୍କ ୟୁନିଫର୍ମନୀତି ପାଳନ କରିବେ ନାହିଁ ବୋଲି କହିଛନ୍ତି । ଏହାସହ ମଧ୍ୟାହ୍ନ ଭୋଜନ କାର୍ଯ୍ୟରେ ମଧ୍ୟ ସହଯୋଗ କରିବେ ନାହିଁ ବୋଲି କହିଛନ୍ତି । ଶିକ୍ଷକଙ୍କ ଏହି ଧମକ ଏବେ ରାଜ୍ୟ ସରକାରଙ୍କ ଚିନ୍ତା ବଢାଇ ଦେଇଛି ।

ଏହାବି ପଢନ୍ତୁ- Odisha Assembly: ଅଶୀ ଦଶକର ସ୍ଥିତି ଏବେ ରାଜ୍ୟରେ ନାହିଁ: ଖାଦ୍ୟ ଯୋଗାଣ ମନ୍ତ୍ରୀ

ସଂଘ ଅଭିଯୋଗ କରିଛି ରାଜ୍ୟ ସରକାର ୬ ମାସ ହେଲା ମଧ୍ୟାହ୍ନ ଭୋଜନ ପାଇଁ କୌଣସି ଆର୍ଥ ଦେଇ ନାହାଁନ୍ତି । ସିଆରସିସି ଦାୟିତ୍ୱରୁ ମଧ୍ୟ ଓହରି ଯାଇ ପ୍ରତିବାଦ କରିବୁ । ସଂଘର ପରବର୍ତ୍ତୀ ବୈଠକ ଏପ୍ରିଲ ମାସରେ ବସିବ । ସେତେବେଳେ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଆଲୋଚନା ହେବ ବୋଲି ସଂଘ କହିଛି ।

ଅନ୍ୟପଟେ ପ୍ରାଥମିକ ଶିକ୍ଷକ ସଂଘର ୟୁନିଫର୍ମ ବର୍ଜନ ଧମକକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ମନ୍ତ୍ରୀ କହିଛନ୍ତି ‘‘ଶିକ୍ଷକ ସମାଜକୁ ଅନୁରୋଧ ସେମାନେ ୟୁନିଫର୍ମ ବର୍ଜନ କରନ୍ତୁ ନାହିଁ। ୟୁନିଫର୍ମ ବର୍ଜନ ନିଷ୍ପତିରୁ ବିରତ ରୁହନ୍ତୁ । ଯଦି ଶିକ୍ଷକ ୟୁନିଫର୍ମ ବର୍ଜନ କରିବେ ଏହା ଛାତ୍ରଛାତ୍ରୀଙ୍କ ଉପରେ ପ୍ରଭାବ ପଡିବ ବୋଲି କହିଛନ୍ତି । ଏହାସହ ଶିକ୍ଷକ ସଂଘର ଦାବି ନେଇ ସମୀର କହିଛନ୍ତି ଶିକ୍ଷକ ମାନଙ୍କ ସହ ଆଲୋଚନା ହୋଇଛି । ପୂର୍ବରୁ ଉଚ୍ଚସ୍ତରୀୟ କମିଟି ସହ ସେମାନଙ୍କ ଆଲୋଚନା ହୋଇଥିଲା । ସେମାନଙ୍କ ଦାବି ଉକ୍ତ କମିଟିକୁ ପଠାଇ ଦିଆଯିବ । ସେମାନଙ୍କ ଦାବି ନେଇ ଆଲୋଚନା ଜାରି ରହିଛି । ବିଭିନ୍ନ ପର୍ଯ୍ୟାୟରେ ଆହୁରି ଆଲୋଚନା ହେବ । ଆଲୋଚନା ମାଧ୍ୟମରେ ସେମାନଙ୍କର ଦାବି ବିଷୟରେ ସମାଧାନ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.