Odisha Assembly: ଅଶୀ ଦଶକର ସ୍ଥିତି ଏବେ ରାଜ୍ୟରେ ନାହିଁ: ଖାଦ୍ୟ ଯୋଗାଣ ମନ୍ତ୍ରୀ

author img

By

Published : Mar 15, 2023, 7:55 PM IST

Etv Bharat

କେନ୍ଦ୍ର ସରକାର ମାଗଣାରେ ଚାଉଳ ଯୋଗାଇ ଦେଉଛନ୍ତି । ୨୦୦୮ ମସିହାରୁ ପ୍ରଥମେ କେଜି ପ୍ରତି ୨ ଟଙ୍କା ପରେ କେଜି ପ୍ରତି ୧ ଟଙ୍କାରେ ଚାଉଳ ଯୋଗାଇ ଦେଉଛନ୍ତି । ୧ ଟଙ୍କାରେ ଚାଉଳ ଦେଉଛୁ କହି ରାଜ୍ୟ ସରକାର ଭୋଟ ରାଜନୀତି କରୁଛନ୍ତି ବୋଲି କହିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ଅଧିକ ପଢନ୍ତୁ

ଭୁବନେଶ୍ବର: ବିଧାନସଭାରେ ଆଗତ ହୋଇଛି ସମବାୟ ଓ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ବିଭାଗର ଖର୍ଚ୍ଚଦାବି । ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ ଚଳିତ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଖାଦ୍ୟ ଯୋଗାଣ ବିଭାଗର ୩ ହଜାର ୨୨୯ କୋଟି ୯୫ ଲକ୍ଷ ୩୬ ହଜାର ଟଙ୍କା ଆଗତ କରିଛନ୍ତି । ଏତତ ବ୍ୟତୀତ ସମବାୟ ପାଇଁ ଚଳିତ ଆର୍ଥିକ ବର୍ଷର ୨ ହଜାର ୩୬ କୋଟି ୭୩ ହଜାର ଟଙ୍କାର ଖର୍ଚ୍ଚ ଦାବି ଗୃହରେ ଆଗତ ହୋଇଛି ।

ଏହି ଖର୍ଚ୍ଚ ଦାବି ଆଲୋଚନାରେ ଭାଗନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ‘‘ମୁଁ ଏହି ଖର୍ଚ୍ଚ ଦାବିକୁ ସମର୍ଥନ କରୁନାହାଁନ୍ତି । କେନ୍ଦ୍ର ସରକାର ମାଗଣାରେ ଚାଉଳ ଯୋଗାଇ ଦେଉଛନ୍ତି । ୨୦୦୮ ମସିହାରୁ ପ୍ରଥମେ କେଜି ପ୍ରତି ୨ ଟଙ୍କା ପରେ କେଜି ପ୍ରତି ୧ ଟଙ୍କାରେ ଚାଉଳ ଯୋଗାଇ ଦେଉଛନ୍ତି । ୧ ଟଙ୍କାରେ ଚାଉଳ ଦେଉଛୁ କହି ରାଜ୍ୟ ସରକାର ଭୋଟ ରାଜନୀତି କରୁଛନ୍ତି। ବାସ୍ତବ କଥା ହେଲା 33 ଟଙ୍କାରୁ କେନ୍ଦ୍ର ଦେଲା ୩୦ ରାଜ୍ୟର ଭାଗ ୨ ଟଙ୍କା । ଏବଂ ଲୋକେ ଦେଲେ ଟଙ୍କା ଟିଏ । ଏବେ କେନ୍ଦ୍ର ସରକାର ନିଜର ହାତକୁ ନେଇ ମାଗଣାରେ ଚାଉଳ ଦେଉଛନ୍ତି। ତେଣୁ ରାଜ୍ୟ ସରକାର ଆଉ ବାହାବା ନେଇ ପାରୁନାହାଁନ୍ତି। କୋଭିଡ ପରେ ମାଗଣା ୫କେଜି ଚାଉଳ ବନ୍ଦ ହେବା ପରେ ରାଜ୍ୟ ସରକାର ୯ ଲକ୍ଷ ଲୋକଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ଦେଉଛନ୍ତି। କିନ୍ତୁ କେନ୍ଦ୍ର ସରକାର 3 କୋଟି 26 ଲକ୍ଷ ଲୋକଙ୍କୁ ମାଗଣାରେ ଚାଉଳ ଦେଉଛନ୍ତି । ତେଣୁ ଚାଉଳକୁ ନେଇ ରାଜନୀତି ବନ୍ଦ କରନ୍ତୁ ସରକାର। କେବଳ ଆନ୍ଦୋଳନ କରି ଲୋକଙ୍କୁ ଭୁଆଁ ବୁଲୁଛନ୍ତି ସରକାର । "

ସେହିପରି ମଣ୍ଡିରେ ଧାନ ନ ଉଠିବା କାରଣରୁ ଚାଷୀ ଧରଣୀ ମେହେର କିପରି ପ୍ରାଣ ହରାଇଲା ମୋହନ ମାଝୀ କହିଥିଲେ। ରାଜ୍ୟର ୬ ଜିଲ୍ଲାରେ ବିନା ପାକ୍ସରେ ଧାନ ସଂଗ୍ରହ ହେଉଛି । ୨୦୮୯ ଟି ମଣ୍ଡିରେ ପିଣ୍ଡି ନାହିଁ । ୧୪୧ଟି ମଣ୍ଡିରେ ଇଣ୍ଟରନେଟ ନାହିଁ । କେତେକ ସ୍ଥାନରେ ଗୋଦାମ ଘର ନାହିଁ। ପୁଣି ରହିଛି ଧାନ ଉଠିବା ସମୟରେ କଟନି ଛଟନିରେ ୨ରୁ ୧୦କେଜି ଧାନ ହରାଉଛି ଚାଷୀ । ସରକାରୀ ଅଧିକାରୀ ଓ ମିଲରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଚାଷୀ ଦୁର୍ଦ୍ଦଶା ଭୋଗୁଛି। ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେବା ଦରକାର। ସମବାୟ ଓ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ବିଭାଗର ଖର୍ଚ୍ଚଦାବି ଆଲୋଚନାରେ ଭାଗ ନେଇ ବିରୋଧୀ ବିଧାୟକମାନେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ବିରୋଧୀ ଦଳ ଗୁଡିକ ପକ୍ଷରୁ ନରସିଂହ ମିଶ୍ର, ମୁକେଶ ମହାଲିଙ୍ଗ, ତାରା ପ୍ରସାଦ ବାହିନୀପତି , ନିତ୍ୟାନନ୍ଦ ଗଣ୍ଡ, କୁସୁମ ଟେଟେ ଓ ସନାତନ ବିଜୁଳି ପ୍ରମୁଖ ଆଲୋଚନାରେ ଭାଗନେଇଥିଲେ ।

ଏହାବି ପଢନ୍ତୁ- Odisha Drivers Mahasangha strike: ମୁହଁ ଖୋଲିଲେ ବିଭାଗୀୟ ମନ୍ତ୍ରୀ ଓ ସଚିବ

ସେପଟେ ସମବାୟ ଓ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ବିଭାଗର ଖର୍ଚ୍ଚଦାବିକୁ ସରକାରୀ ଦଳର ଭୂପିନ୍ଦର ସିଂ, ଦେବେଶ ଆଚାର୍ଯ୍ୟ, ପ୍ରଫୁଲ ସାମଲ, ସତ୍ୟ ନାରାୟଣ ପ୍ରଧାନ, ରାଜ କିଶୋର ଦାସ, ମୁକେଶ ପାଲ ଓ ରଘୁନାଥ ଗମାଙ୍ଗ ସମର୍ଥନ କରିଥିଲେ । ଅନ୍ୟପଟେ ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଖର୍ଚ୍ଚ ଦାବି ଆଲୋଚନାରେ ଉତ୍ତର ଦେଇ କହିଛନ୍ତି ‘‘ ଅଶୀ ଦଶକରେ ଖାଦ୍ୟର ଅଭାବ ଦେଖାଦେଇଥିଲା । କିନ୍ତୁ ଆଜି ଓଡିଶା ଖାଦ୍ୟସୁରକ୍ଷା ଯୋଜନାରେ ଦେଶର ରୋଲ ମଡେଲ ସାଜିଛି । ଓଡିଶା ଏକ ନମ୍ବର ରାଜ୍ୟ । ନିଜେ କେନ୍ଦ୍ରମନ୍ତ୍ରୀ ଏହା ଘୋଷଣା କରିଛନ୍ତି । ସ୍ୱାମୀନାଥନ କମିଟି ରିପୋର୍ଟକୁ ଅଧାରରେ ଏମଏସପି 2930 କୋଟି ଟଙ୍କା କରିବାକୁ ଦାବି ହୋଇଛି । ହେଲେ କେନ୍ଦ୍ର ସରକାର କଲେ ନାହିଁ । ଯେଉଁଥିପାଇଁ ଚାଷୀ ସେମାନଙ୍କର ପ୍ରାପ୍ୟ ପାଇପାରୁନାହାଁନ୍ତି । ଚାଷୀ ଧାନ କିଣା ବାବଦ ଟଙ୍କା ଦେବା ପାଇଁ ରାଜ୍ୟ ସରକାର 24ଶହ କୋଟି ଟଙ୍କା ଋଣ କରିଛି । ଏପରିକି ଚାଷୀଙ୍କୁ ଠିକ ସମୟରେ ଧାନ କିଣା ରାଶି ଦେବା ପାଇଁ ରିଭଲଭିଂ ଫଣ୍ଡ ଗଠନ କରିଛନ୍ତି। ଓଡିଶାରେ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇଣ୍ଟରରେଷ୍ଟ ଫ୍ରି ଲୋନ ଦିଆଯାଉଛି । ସମବାୟ ଖାଦ୍ୟଯୋଗଣ ବିଭାଗ ଏବଂ କୃଷି ବିଭାଗ ମଧ୍ୟରେ ସେତୁ ଭଳି କାର୍ଯ୍ୟ କରୁଛି ବୋଲି ସମବାୟ ମନ୍ତ୍ରୀ ଅତୁନ ସବ୍ୟସାଚୀ କହିଛନ୍ତି । ତେବେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ବିରୋଧୀ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.