ETV Bharat / state

Skyrocketing Price Of Onion: ‘ପିଆଜ କଳାବଜାରୀ କଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ’

author img

By ETV Bharat Odisha Team

Published : Oct 29, 2023, 6:25 PM IST

govt warns hoarders
ପିଆଜ କଳାବଜାରୀ ପାଇଁ ତାଗିଦ

ଦେଶର ବିଭିନ୍ନ ସ୍ଥାନରେ ଆକାଶ ଛୁଆଁ ହୋଇଛି ପିଆଜ ଦର । ଏଭଳି ସ୍ଥିତିରେ କଳାବଜାରୀ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ

ପିଆଜ କଳାବଜାରୀ ପାଇଁ ତାଗିଦ

ଭୁବନେଶ୍ବର: ପିଆଜ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଦର ଏବେ ହୁ ହୁ ହୋଇ ବଢୁଛି । କେବଳ ଓଡିଶା ନୁହେଁ ଦେଶର ବିଭିନ୍ନ ରାଜ୍ୟରେ ଏଭଳି ଅବସ୍ଥା ଦେଖିବାକୁ ମିଳିଲାଣି । ରାଜ୍ୟରେ ଦର ବୃଦ୍ଧି ନେଇ ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ସେ କହିଛନ୍ତି, ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ପାଇଛି । ଡାଲି, ତେଲଠାରୁ ଆରମ୍ଭ କରି ଜିରା ପର୍ଯ୍ୟନ୍ତ ଦର ବଢିଛି । ପିଆଜ ଦର ମଧ୍ୟ ବୃଦ୍ଧି ପାଇବାରେ ପଛରେ ନାହିଁ । ବହୁ ଅତ୍ୟାବଶ୍ୟକ ସାମଗ୍ରୀ ଦର ବାରବାର ବଢି ବଢ଼ି ଚାଲିଛି । ଏହି ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବା ଦାୟିତ୍ୱ କେନ୍ଦ୍ର ସରକାରର ରହିଛି । ପିଆଜି ଦର ନିୟନ୍ତ୍ରଣ ଓ ଏହାର ସୁପରିଚାଳନା କେନ୍ଦ୍ର ସରକାରଙ୍କ ବ୍ୟାପାର ।ତେଣୁ ଏ ଦିଗରେ ସେମାନେ ସମାନୁପାତିକ ହାରରେ ଦେଖିବା ଦରକାର ଅଛି ।"

"ନାସିକରୁ ଯେଉଁ ପିଆଜ ଉତ୍ପାଦନ ହେଉଛି ସେଇଟା କେଉଁଠିକି ଯିବ? କେଉଁ ବାଟରେ ବିଭିନ୍ନ ରାଜ୍ୟରେ ପହଞ୍ଚି? ତାହା କେନ୍ଦ୍ର ସରକାର କରିବାର ଅଛି । ରାଜ୍ୟରେ ଏବେ ପିଆଜ ଚାଷ ଚାଲିଛି । କିଛିଦିନ ମଧ୍ୟରେ ପିଆଜ ବାହାରିବ । ଏଥିପାଇଁ ମାସେରୁ ଅଧିକ ସମୟ ଲାଗିବ । ବର୍ତ୍ତମାନ ଯେଉଁ ଗ୍ୟାପ୍ ଟାଇମ ଅଛି ତାହା ପୂରଣ ପାଇଁ ସମାନୁପାତିକ ହାରରେ କେନ୍ଦ୍ର ସବୁ ରାଜ୍ୟକୁ ପିଆଜ ବ୍ୟବସ୍ଥା କରିବା କଥା" ବୋଲି କହିଛନ୍ତି ମନ୍ତ୍ରୀ । ସେହିପରି ରାଜ୍ୟରେ ହେଉଥିବା କଳାବଜାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ।

ଏହା ବି ପଢନ୍ତୁ...ଖାଉଟିଙ୍କୁ ମହଙ୍ଗା ମାଡ଼, କାର୍ତ୍ତିକରେ କନ୍ଦାଇବ ପିଆଜ !

ସେ ଆହୁରି ମଧ୍ୟ କହିଛନ୍ତି, "ବର୍ତ୍ତମାନ ଯେଉଁ ଟାଇମ ଅଛି ସେହି ଶୂନ୍ୟସ୍ଥାନ ପୂରଣ ପାଇଁ ସମାନୁପାତିକ ହାରରେ ସବୁ ରାଜ୍ୟକୁ ପିଆଜ ଆସିବା କଥା । କେବଳ ଓଡିଶାରେ ପିଆଜ ଦର ବଢ଼ିନାହିଁ । ଦେଶର ଅନ୍ୟ ରାଜ୍ୟରେ ମଧ୍ୟ ଦର ବଢିଛି । ଯେଉଁ ଦର ସେଣ୍ଟ୍ରାଲ ପୁଲରେ ଥିଲା, ସେ ଦର ମଧ୍ୟ ବର୍ତ୍ତମାନ ବଢିଯାଇଛି । ତାହାର ପ୍ରଭାବ ମଧ୍ୟ ବଢିଛି । ରାଜ୍ୟରେ କିଛି ବ୍ୟବସାୟୀ କଳାବଜାରୀ କରୁଥିବା ନଜରକୁ ଆସିଛି । ପିଆଜ ମହଜୁଦ ରଖି ଅଯଥାରେ କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଗତ ଦିନରେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲୁ । ଏବେ ମଧ୍ୟ ନିର୍ଦ୍ଦେଶ ଦେବୁ । କଳାବଜାରୀ କରି ଦର ବୃଦ୍ଧି କରୁଥିବା ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବେ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.