ETV Bharat / state

କ୍ୟାବିନେଟ ନିଷ୍ପତ୍ତି; ବ୍ୟାଙ୍କିଙ୍ଗ ଆଉଟଲେଟ ପାଇଁ ୫୦୦ କୋଟି

author img

By

Published : Aug 11, 2023, 8:49 PM IST

କ୍ୟାବିନେଟ ନିଷ୍ପତ୍ତି; ବ୍ୟାଙ୍କିଙ୍ଗ ଆଉଟଲେଟ ପାଇଁ ୫୦୦ କୋଟି
କ୍ୟାବିନେଟ ନିଷ୍ପତ୍ତି; ବ୍ୟାଙ୍କିଙ୍ଗ ଆଉଟଲେଟ ପାଇଁ ୫୦୦ କୋଟି

ସିଏସସି ପ୍ଲସ ବ୍ୟାଙ୍କିଙ୍ଗ ଆଉଟଲେଟ ମାଧ୍ୟମରେ ପ୍ରତ୍ୟେକ ପଞ୍ଚାୟତରେ ବ୍ୟାଙ୍କିଙ୍ଗ ସେବା ଯୋଗାଇବା ପାଇଁ ଓଡିଶା ସରକାର ଏକ ଉଚ୍ଚାଭିଳାସୀ ଲକ୍ଷ୍ୟ ନେଇ ଆଗେଇ ଆସିଛନ୍ତି । ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ ରେ ସିଏସସି ପ୍ଲସ ବ୍ୟାଙ୍କିଙ୍ଗ ଆଉଟଲେଟ ମାଧ୍ୟମରେ ରାଜ୍ୟରେ ଥିବା ସମସ୍ତ ବ୍ୟାଙ୍କ ବିହୀନ ୪୩୭୩ ପଞ୍ଚାୟତରେ ବ୍ୟାଙ୍କିଙ୍ଗ ସେବା ଯୋଗାଇବା ପାଇଁ ଏହି ଯୋଜନା ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ ହେବ । ଅଧିକ ପଢନ୍ତୁ

କ୍ୟାବିନେଟ ନିଷ୍ପତ୍ତି; ବ୍ୟାଙ୍କିଙ୍ଗ ଆଉଟଲେଟ ପାଇଁ ୫୦୦ କୋଟି

ଭୁବନେଶ୍ବର: ରାଜ୍ୟର ୪୩୭୩ଟି ପଞ୍ଚାୟତରେ ନାହିଁ କୌଣସି ବ୍ୟାଙ୍କ ଶାଖା । ଏହି ପଞ୍ଚାୟତର ଲୋକ ବ୍ୟାଙ୍କିଙ୍ଗ ସେବାରୁ ବଞ୍ଚିତ ଅଛନ୍ତି । ଏଠାରେ ବ୍ୟାଙ୍କ ସେବା ପହଁଚାଇବା ଲାଗି ଯୋଜନା କରିଛନ୍ତି ରାଜ୍ୟ ସରକାର । ଏହି ଯୋଜନାକୁ ଆଜି ରାଜ୍ୟ କ୍ୟାବିନେଟ ଅନୁମୋଦନ ଦେଇଛି । ୬ଟି ରାଷ୍ଟ୍ରାୟତ ବ୍ୟାଙ୍କ ତାଙ୍କର ବ୍ୟାଙ୍କିଙ୍ଗ ଆଉଟଲେଟ ଖୋଲିବା ଯୋଜନାକୁ ରାଜ୍ୟ କ୍ୟାବିନେଟ ସବୁଜ ସଙ୍କେତ ଦେଇଛି । ଏଥିପାଇଁ ୫୦୦ କୋଟି ଟଙ୍କାର ବଜେଟ ସହାୟତା ରହିଛି ।

ଏହାବି ପଢନ୍ତୁ- Nutana Unnata Abhilasha Scheme: ‘ନୂଆ ଓଡିଶା’କୁ କ୍ୟାବିନେଟ ମୋହର, ଜାଣନ୍ତୁ କଣ ଏହି ଯୋଜନା

ରାଜ୍ୟ କ୍ୟାବିନେଟର ପାରିତ ଏହି ପ୍ରସ୍ତାବ ବାବଦରେ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ମନ୍ତ୍ରୀ କହିଛନ୍ତି ଯେ ଆର୍ଥିକ ଅର୍ନ୍ତଭୁକ୍ତିକରଣ ଓଡିଶା ସରକାରଙ୍କର ମୁଖ୍ୟ କାର୍ଯ୍ୟକ୍ରମ । ହେଲେ ରାଜ୍ୟର ଅଧିକାଂଶ ସ୍ଥାନରେ ବ୍ୟାଙ୍କର ଉପସ୍ଥିତି କମ ରହିଛି । ରାଜ୍ୟର ମୋଟ ୬୭୯୮ଟି ପଞ୍ଚାୟତ ମଧ୍ୟରୁ ପ୍ରାୟ ୬୫ ପ୍ରତିଶତ ପଞ୍ଚାୟତ ଅର୍ଥାତ ୪୩୭୩ଟିରେ ସ୍ଥାୟୀ ବ୍ୟାଙ୍କ ଶାଖା ନାହିଁ । ଆର୍ଥିକ ଅର୍ନ୍ତଭୁକ୍ତିକରଣ ପାଇଁ ବ୍ୟାଙ୍କସେବା ଜରୁରୀ ହୋଇଥିବାରୁ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ନିରବଚ୍ଛିନ୍ନ ବ୍ୟାଙ୍କିଙ୍ଗ ସେବା ଉପଲବ୍ଧ ପାଇଁ ଏକ ସ୍ଥାୟୀ ବ୍ୟାଙ୍କ ଶାଖାର ଆବଶ୍ୟକତା ରହିଛି । ବ୍ୟାଙ୍କଗୁଡିକ ଦ୍ବାରା ବ୍ୟାଙ୍କ ବିହୀନ ପଞ୍ଚାୟତରେ ସ୍ଥାୟୀ ବ୍ୟାଙ୍କ ଶାଖାର ସ୍ଥାପନ କ୍ଷେତ୍ରରେ ଅଗ୍ରଗତି ଅତ୍ୟନ୍ତ ମନ୍ଥର ଓ ନଗଣ୍ୟ ।

ତେଣୁ ସିଏସସି ପ୍ଲସ ବ୍ୟାଙ୍କିଙ୍ଗ ଆଉଟଲେଟ ମାଧ୍ୟମରେ ପ୍ରତ୍ୟେକ ପଞ୍ଚାୟତରେ ବ୍ୟାଙ୍କିଙ୍ଗ ସେବା ଯୋଗାଇବା ପାଇଁ ଓଡିଶା ସରକାର ଏକ ଉଚ୍ଚାଭିଳାସୀ ଲକ୍ଷ୍ୟ ନେଇ ଆଗେଇ ଆସିଛନ୍ତି । ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ ରେ ସିଏସସି ପ୍ଲସ ବ୍ୟାଙ୍କିଙ୍ଗ ଆଉଟଲେଟ ମାଧ୍ୟମରେ ରାଜ୍ୟରେ ଥିବା ସମସ୍ତ ବ୍ୟାଙ୍କ ବିହୀନ ୪୩୭୩ ପଞ୍ଚାୟତରେ ବ୍ୟାଙ୍କିଙ୍ଗ ସେବା ଯୋଗାଇବା ପାଇଁ ଏହି ଯୋଜନା ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ ହେବ । ଏହି ସେବା ପାଇଁ ଓଡିଶା ସରକାର ୫ ବର୍ଷ ପର୍ଯ୍ୟନ୍ତ ମାଗଣାରେ ଘର ଯୋଗାଇ ଦେବେ । ଏହା ବାଦ ରାଜ୍ୟ ସରକାର ମଧ୍ୟ ଏକକାଳୀନ ସ୍ଥାୟୀ ଖର୍ଚ୍ଚ ଏବଂ ୩ ବର୍ଷ ପାଇଁ ଚଳନ୍ତି ଖର୍ଚ୍ଚ ବହନ କରିବେ ।

ଏହାବି ପଢନ୍ତୁ- Odisha Cabinet Meeting: 12ଟି ବିଭାଗର 19ଟି ପ୍ରସ୍ତାବକୁ ସ୍ବୀକୃତି, 1ବର୍ଷରେ ଦକ୍ଷ ହେବେ 1ଲକ୍ଷ ଯୁବକ ଯୁବତୀ

ଏହି ଯୋଜନା ରାଜ୍ୟରେ ଆର୍ଥିକ ଅର୍ନ୍ତଭୁକ୍ତିକରଣକୁ ବଡ ଧରଣର ପ୍ରୋତ୍ସାହନ ଦେବ । ରାଜ୍ୟର ସମସ୍ତ ବ୍ୟାଙ୍କ ବିହୀନ ପଞ୍ଚାୟତରେ ରହୁଥିବା ଲୋକମାନେ ମାଗଣାରେ ସବୁ ପ୍ରକାର ବ୍ୟାଙ୍କିଙ୍ଗ ସେବା ପାଇପାରିବେ । ବରିଷ୍ଠ ନାଗରିକ, ଭିନ୍ନକ୍ଷମ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାମାନେ ସେମାନଙ୍କ ଘର ଦୁଆର ମୁହଁରେ ଡିବିସି ଯୋଜନାର ସୁବିଧା ସହିତ ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ ସେବା ପାଇପାରିବେ । ୬ଟି ରାଷ୍ଟ୍ରାୟତ ବ୍ୟାଙ୍କ ଭାରତୀୟ ଷେଟ ବ୍ୟାଙ୍କ, ପଞ୍ଜାବ ନେସନାଲ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ, ବ୍ୟାଙ୍କ ଅଫ ବରୋଦା ଏବଂ ବ୍ୟାଙ୍କ ଅଫ ଇଣ୍ଡିଆ ସହିତ ସମନ୍ବୟ ରକ୍ଷା କରି ସିଏସସି ପ୍ଲସ ବ୍ୟାଙ୍କିଙ୍ଗ ଆଉଟଲେଟ ଖୋଲିବେ । ଏଥିପାଇଁ ୫୦୦ କୋଟି ଟଙ୍କାର ବଜେଟ ସହାୟତା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.