ETV Bharat / state

ସ୍ବାସ୍ଥ୍ୟସେବାରେ ଲାଗିବ ଆଉ 70 ଆମ୍ବୁଲାନ୍ସ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି

author img

By ETV Bharat Odisha Team

Published : Nov 1, 2023, 9:39 AM IST

ସ୍ବାସ୍ଥ୍ୟ ସେବାରେ ଲାଗିବ ଆଉ 70 ଆମ୍ବୁଲାନ୍ସ
ସ୍ବାସ୍ଥ୍ୟ ସେବାରେ ଲାଗିବ ଆଉ 70 ଆମ୍ବୁଲାନ୍ସ

ଖୁବ ଶୀଘ୍ର ସ୍ୱାସ୍ଥ୍ୟସେବାରେ ଲାଗିବ ୭୦ରୁ ଅଧିକ ଆମ୍ବୁଲାନ୍ସ । ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ସ୍ବାସ୍ଥ୍ୟ କ୍ଷେତ୍ରରେ ଆହୁରୀ ସୁଦୃଢ ହେବ ରାଜ୍ୟ । ଖୁବ ଶୀଘ୍ର ସ୍ୱାସ୍ଥ୍ୟସେବାରେ ଲାଗିବ ୭୦ରୁ ଅଧିକ ଆମ୍ବୁଲାନ୍ସ । ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଏହି ଆମ୍ବୁଲାନ୍ସଗୁଡିକ ଘରୋଇ ଡାକ୍ତରଖାନାକୁ ପଠାଯାଇଥିବା BSKY ରୋଗୀଙ୍କ କାର୍ଯ୍ୟରେ ଲାଗିବା ସହ ଡ୍ୟୁଟି ଏବଂ ସ୍ୱତନ୍ତ୍ର ଇଭେଣ୍ଟ୍‌ ଡ୍ୟୁଟି କରିବା ପାଇଁ ବ୍ୟବହୃତ କରାଯିବ ।

ଏହାମଧ୍ୟ ପଢନ୍ତୁ..Ama Odisha Nabin Odisha: ଝାରସୁଗୁଡା ଓ ରାୟଗଡାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ଖୁବ ଶୀଘ୍ର ସ୍ୱାସ୍ଥ୍ୟସେବାରେ ଲାଗିବ ୭୦ ରୁ ଅଧିକ ଆମ୍ବୁଲାନ୍ସ । ଏଥିମଧ୍ୟରୁ 30ଟି ଅତ୍ୟାଧୁନିକ ଲାଇଫ ସପୋର୍ଟ ଆମ୍ବୁଲାନ୍ସ (ALS) ଏବଂ 40ଟି ବେସିକ ଲାଇଫ ସପୋର୍ଟ ଆମ୍ବୁଲାନ୍ସ (BLS) ରହିବ। ଏହି ଆମ୍ବୁଲାନ୍ସ ଗୁଡିକ BSKY ରୋଗୀମାନଙ୍କୁ ଘରୋଇ ଡାକ୍ତରଖାନାକୁ ରେଫର କରାଯିବା ବେଳେ ସେବା ଯୋଗାଇବା ସହ ଜେଲ ଅନ୍ତେବାସୀ, ଭିଆଇପି ଏବଂ ସ୍ୱତନ୍ତ୍ର ଇଭେଣ୍ଟ ପାଇଁ ବ୍ୟବହୃତ କରାଯିବ ।

ରାଜ୍ୟ ସରକାର 70ରୁ ଅଧିକ 108 ଆମ୍ବୁଲାନ୍ସ କିଣିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସମସ୍ତ ମେଡ଼ିକାଲ କଲେଜ୍‌ ଏବଂ ଡାକ୍ତରଖାନାର ଅଧୀକ୍ଷକ ତଥା ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଚିଠି କରିଛନ୍ତି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ସଚିବ ଶାଲିନୀ ପଣ୍ଡିତ। ସମସ୍ତଙ୍କୁ ନଭେମ୍ବର ମାସ ସୁଦ୍ଧା ଆମ୍ବୁଲାନ୍ସ କେୟାର ଆସିଷ୍ଟାଣ୍ଟ୍‌, ଡ୍ରାଇଭର ଏବଂ ଇଏମ୍‌ଟି ନିୟୋଜିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ..Ama Odisha Nabin Odisha: ଆରମ୍ଭ ହେଲା ଆମ ଓଡିଶା ନବୀନ ଓଡିଶା; ଖର୍ଚ୍ଚ ହେବ ୩୩୯୭ କୋଟି

ଏହି ଅତିରିକ୍ତ ଆମ୍ବୁଲାନ୍ସଗୁଡ଼ିକ ଘରୋଇ ଡାକ୍ତରଖାନାକୁ ପଠାଯାଇଥିବା BSKY ରୋଗୀଙ୍କୁ ସହାୟତା, ଡ୍ୟୁଟି ଏବଂ ସ୍ୱତନ୍ତ୍ର ଇଭେଣ୍ଟ୍‌ ଡ୍ୟୁଟି କରିବା ପାଇଁ ବ୍ୟବହୃତ କରାଯିବ । ଘରୋଇ ହସ୍ପିଟାଲକୁ ରେଫର ହେଉଥିବା ରୋଗୀଙ୍କୁ ନୂତନ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯିବ । ଭିଆଇପି ଡ୍ୟୁଟି ସହ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମଧ୍ୟ ନିୟୋଜିତ କରାଯିବ । ଗୋଟିଏ ଆମ୍ବୁଲାନ୍ସ ପାଇଁ ନିଯୁକ୍ତି ପାଇବେ ଦୁଇ ଜଣ ଡ୍ରାଇଭର । ସେମାନଙ୍କୁ ମାସିକ ୧୫ ହଜାର ଟଙ୍କା ପ୍ରଦାନ କରାଯିବ । ସେଥିରେ ଦୁଇ ଜଣ ଜରୁରୀକାଳିନ ମେଡିକାଲ ଟେକ୍ନିସିଆନ୍‌, ହେଲଫର ମଧ୍ୟ ନିଯୁକ୍ତି ପାଇବେ । ଏନେଇ ସମସ୍ତ ମେଡିକାଲ କଲେଜ୍‌ ସୁପରିନଟେଣ୍ଡେଣ୍ଟ, ସିଡିଏମଓ ଏବଂ ପିଏଚଓଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ।


ଇଟିିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.