ETV Bharat / state

ନରମିଲେ ସରକାର, ପ୍ରତିଶୃତି ପରେ ଆନ୍ଦୋଳନରୁ ହଟିଲା ଡ୍ରାଇଭର ସଂଘ

author img

By

Published : Jul 29, 2023, 8:30 PM IST

odisha driver association protest
ଡ୍ରାଇଭର ଏକତା ମଞ୍ଚର ଆନ୍ଦୋଳନ

ଆନ୍ଦୋଳନରୁ ହଟିଲା ଡ୍ରାଇଭର ଏକତା ମଞ୍ଚ । ଡ୍ରାଇଭରଙ୍କ ସୁରକ୍ଷା ପାଇଁ କଲ୍ୟାଣ ବୋର୍ଡ ଗଠନ ସମ୍ପର୍କରେ ଆଲୋଚନା କରି ଅଗଷ୍ଟ ୧୫ ତାରିଖ ଭିତରେ କାର୍ଯ୍ୟକାରୀ ହେବାର ପ୍ରତିଶୃତି ମିଳିବା ପରେ ଆନ୍ଦୋଳନରୁ ହଟିଲା ଡ୍ରାଇଭର ସଂଘ । ଅଧିକ ପଢ଼ନ୍ତୁ

ଡ୍ରାଇଭର ଏକତା ମଞ୍ଚର ଆନ୍ଦୋଳନ

ଭୁବନେଶ୍ବର: ଆନ୍ଦୋଳନରୁ ହଟିଲା ଡ୍ରାଇଭର ଏକତା ମଞ୍ଚ । ୬ ଦିନ ଧରି ଲୋୟର ପିଏମଜିରେ ଧାରଣାରେ ବସିଥିବା ଡ୍ରାଇଭର ସଂଘର ଦାବିକୁ ନେଇ ନରମିଲେ ସରକାର । ଆଜି ସରକାରଙ୍କ ଲିଖିତ ପ୍ରତିଶ୍ରୁତି ପରେ ଧାରଣାରୁ ଉଠିଛି ଡ୍ରାଇଭର ସଂଘ । ଡ୍ରାଇଭରଙ୍କ ସୁରକ୍ଷା ପାଇଁ କଲ୍ୟାଣ ବୋର୍ଡ ଗଠନ ସମ୍ପର୍କରେ ଆଲୋଚନା କରି ଅଗଷ୍ଟ ୧୫ ତାରିଖ ଭିତରେ କାର୍ଯ୍ୟକାରୀ ହେବା ନେଇ ସରକାରଙ୍କ ଲିଖିତ ପ୍ରତିଶୃତି ପରେ ଆନ୍ଦୋଳନରୁ ହଟିଛନ୍ତି ।

ବାରମ୍ବାର ଡ୍ରାଇଭରଙ୍କ ସୁରକ୍ଷା ପାଇଁ କଲ୍ୟାଣ ବୋର୍ଡ ଗଠନ ହେବ ବୋଲି ଦାବି ହୋଇଥିଲେ ମଧ୍ୟ ସମୟ ପରେ ସମୟ ଗଡାଇ ଚାଲିଥିଲେ ରାଜ୍ୟ ସରକାର । କିନ୍ତୁ ବୋର୍ଡ ଗଠନ କରିନଥିଲେ । କାରଣ ସରକାର ଡ୍ରାଇଭରଙ୍କୁ ପାଇଁ ଯେଉଁ ବୀମା ଘୋଷଣା କରିଥିଲେ ତାହା ବୋର୍ଡ ନଥିବା କାରଣରୁ କିଛି ବି କାମ ଦେଉନାହିଁ । ଅର୍ଥାତ ମୃତ୍ୟୁ ବା ଦୁର୍ଘଟଣା ଜନିତ ସହାୟତା କେଉଁ ମାଧ୍ୟମରେ ପାଇବେ ତାହା ସ୍ପଷ୍ଟ ହୋଇନଥିଲା । ଏହି କାରଣରୁ ଡ୍ରାଇଭର ଅଲ ଓଡ଼ିଶା ଡ୍ରାଇଭର ସଂଘ ସହ ଏହାକୁ ସମର୍ଥନ କରୁଥିବା ଡ୍ରାଇଭର ଏକତା ମହାମଞ୍ଚ ଗତ ୨୪ ତାରିଖରୁ ଧାରଣାରେ ବସିଥିଲେ । ଧାରଣାର ୫ ଦିନ ପରେ ସରକାର ଏମାନଙ୍କୁ ଆଲୋଚନା ପାଇଁ ଡାକି କଲ୍ୟାଣ ବୋର୍ଡ ଗଠନ ବିଷୟରେ ବୁଝାଇଥିଲେ । ଅଗଷ୍ଟ ୧୫ ତାରିଖ ଭିତରେ କିଭଳି କାର୍ଯ୍ୟକାରୀ ହେବ ସେନେଇ ପରାମର୍ଶ ଦିଆଯିବ ବୋଲି ଲିଖିତ ପ୍ରତିଶୃତି ଦେଇଥିଲେ । ସରକାରଙ୍କ ଲିଖିତ ପ୍ରତିଶୃତି ପରେ ଆନ୍ଦୋଳନରୁ ହଟିଛନ୍ତି ଡ୍ରାଇଭର ମହାସଂଘ ।

ଏହା ମଧ୍ୟ ପଢ଼ନ୍ତୁ: ଗଠନ ହେଲା ଓଡିଶା ମୋଟରଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡ


ଅନ୍ୟପଟେ ଧାରଣାରୁ ହଟିବା ପରେ ସରକାରଙ୍କୁ ଧନ୍ୟବାଦ ଦେଇଥିବା ବେଳେ ଦେଇଥିବା ସମୟ ଭିତରେ ସରକାର ଦାବି ପୂରଣ କରିବେ ବୋଲି ଆଶା ରହିଛି ସଂଘ । ଏହା
ପରେ ବି ଯଦି ସରକାର ସେମାନଙ୍କ ପ୍ରତିଶୃତି ପାଳନ ନ କରନ୍ତି ତେବେ ଅଗଷ୍ଟ ୧୫ ତାରିଖ ପରେ ପୁଣି ଡ୍ରାଇଭର ଏକତାର ଶକ୍ତି ଦେଖାଇବ ବୋଲି ଚେତାବନୀ ଦିଆଯାଇଛି । ଖାଲି ସେତିକି ନୁହେଁ ପୁଣି ଥରେ ଏକ ବଡ଼ ଆନ୍ଦୋଳନ ରାଜ୍ୟ ଦେଖିବ ଯାହା ପାଇଁ ସରକାର ଦାୟୀ ରହିବେ ବୋଲି କହିଛି ମହାସଂଘ । ତେଣୁ ସରକାର ନିଜର ପ୍ରତିଶୃତି ପାଳନ କରନ୍ତୁ ବୋଲି ମଞ୍ଚର ସଭାପତି ପ୍ରଶାନ୍ତ ମେଣ୍ଡୁଲି ଅନୁରୋଧ କରିଛନ୍ତି ।



ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.