ETV Bharat / state

ଗଠନ ହେଲା ଓଡିଶା ମୋଟରଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡ

author img

By

Published : Jul 26, 2023, 10:18 PM IST

ମୋଟରଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଓ ଝାରସୁଗୁଡା ବିଧାୟିକା ଦୀପାଳି ଦାସ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି । ଏହି ବୋର୍ଡରେ ଅନ୍ୟ ମାନଙ୍କ ମଧ୍ୟରେ ପରିବହନ ବିଭାଗର ଅଧିକାରୀ, ଗାଡି ମାଲିକ ସଂଘର ପ୍ରତିନିଧି, ଚାଳକ ସଂଘର ପ୍ରତିନିଧି, କର୍ମଚାରୀ ସଂଘର ପ୍ରତିନିଧି ତଥା ସାମାଜିକ କର୍ମୀ ମଧ୍ୟ ସଦସ୍ୟ ଭାବେ ରହିବେ । ଅଧିକ ପଢନ୍ତୁ

Etv Bharat
Etv Bharat


ଭୁବନେଶ୍ବର: ଗଠନ ହେଲା ଓଡିଶା ମୋଟରଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଗଠନ ହୋଇଛି କଲ୍ୟାଣ ବୋର୍ଡ । ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଛି ଓଡିଶା ମୋଟର ଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡ ।

ବୋର୍ଡରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଓ ଝାରସୁଗୁଡା ବିଧାୟିକା ଦୀପାଳି ଦାସ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି । ଏହି ବୋର୍ଡରେ ଅନ୍ୟ ମାନଙ୍କ ମଧ୍ୟରେ ପରିବହନ ବିଭାଗର ଅଧିକାରୀ, ଗାଡି ମାଲିକ ସଂଘର ପ୍ରତିନିଧି, ଚାଳକ ସଂଘର ପ୍ରତିନିଧି, କର୍ମଚାରୀ ସଂଘର ପ୍ରତିନିଧି ତଥା ସାମାଜିକ କର୍ମୀ ମଧ୍ୟ ସଦସ୍ୟ ଭାବେ ରହିବେ । ଜୁନ ୧୨ରେ ମୁଖ୍ୟମନ୍ତ୍ରୀ ଏହି ବୋର୍ଡ ଗଠନ ନିମନ୍ତେ ଘୋଷଣା କରିଥିଲେ । ଏହି ବୋର୍ଡ ଡ୍ରାଇଭର ତଥା କର୍ମଚାରୀଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ସରକାରଙ୍କୁ ଆବଶ୍ୟକୀୟ ପରାମର୍ଶ ଦେବେ । ଡ୍ରାଇଭର ତଥା କର୍ମଚାରୀଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବେ । ଏହି କଲ୍ୟାଣ ବୋର୍ଡ ଦ୍ବାରା ରାଜ୍ୟର ପାଞ୍ଚ ଲକ୍ଷରୁ ଉର୍ଦ୍ଧ୍ବ ଡ୍ରାଇଭର ଓ କର୍ମଚାରୀ ତଥା ସେମାନଙ୍କ ପରିବାରବର୍ଗ ଉପକୃତ ହେବେ ।

ଏହାବି ପଢନ୍ତୁ - Longest Serving CM: ଜ୍ୟୋତିଙ୍କୁ ଟପିଲେ ନବୀନ, ହେଲେ ଦ୍ୱିତୀୟ ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ

ଯୋଜନା କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବୋର୍ଡକୁ ପ୍ରାରମ୍ଭିକ ଭାବେ ଅନୁଦାନ ପ୍ରଦାନ କରାଯିବ । ବୋର୍ଡ ପକ୍ଷରୁ ପଞ୍ଜୀକରଣ ଶୁଳ୍କ ସଂଗ୍ରହ, ଯାନ ମାଲିକଙ୍କ ଅବଦାନ ଏବଂ ଅନ୍ୟାନ୍ୟ ଉତ୍ସରୁ ପାଣ୍ଠି ସଂଗ୍ରହ କରି ଯୋଜନାକୁ ପରିଚାଳନା କରିବେ । ପରିବହନ ଡ୍ରାଇଭର ଓ ଅନ୍ୟାନ୍ୟ କର୍ମଚାରୀଙ୍କ ପାଇଁ ବିଭିନ୍ନ ସୁବିଧାର ପ୍ରାବଧାନ କରାଯାଇଛି । ମୃତ୍ୟୁ କ୍ଷେତ୍ରରେ ମୃତ ଡ୍ରାଇଭର କିମ୍ବା କର୍ମଚାରୀଙ୍କ ମନୋନୀତ ବ୍ୟକ୍ତିଙ୍କୁ ୪ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଅତି ଗଭୀର ଆଘାତ କ୍ଷେତ୍ରରେ ୮୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବ । ସ୍ଥାୟୀ ଅକ୍ଷମତା ମାମଲାରେ ମୋଟର ପରିବହନ ଡ୍ରାଇଭର କିମ୍ବା କର୍ମଚାରୀଙ୍କୁ ୧ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରାଯିବ । ସାଧାରଣ ମୃତ୍ୟୁ ମାମଲାରେ ମନୋନୀତ ବ୍ୟକ୍ତିଙ୍କୁ ୨ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମଧୁ ବାବୁ ପେନସନ ଯୋଜନାରେ ସେମାନଙ୍କୁ ଯୋଗ୍ୟତା ଅନୁଯାୟୀ ଅନ୍ତର୍ଭୁକ୍ତ କରାଯିବ ।

ଡ୍ରାଇଭରଙ୍କୁ ସାମାଜିକ ସୁରକ୍ଷା, ପେନସନ ବ୍ୟବସ୍ଥା, ଦୁର୍ଘଟଣା ଜନିତ କ୍ଷତିପୂରଣ, ଗାଡି ରହଣି ସ୍ଥଳରେ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବା ଭଳି ଅନେକ ସମସ୍ୟାକୁ ଦୂର କରିବାକୁ ମହାମଞ୍ଚର ଦାବି ରହିଛି । ଏ ନେଇ ଗତ କିଛି ଦିନ ହେବ ପୁନର୍ବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି ମିଳିତ ଡ୍ରାଇଭର ମହାମଞ୍ଚ । ଗାନ୍ଧୀ ମାର୍ଗରେ ବିକ୍ଷୋଭ ପ୍ରଦର୍ଶନ କରୁଛି ମହାମଞ୍ଚ । ରାଜ୍ୟ ସରକାରଙ୍କ ପକ୍ଷରୁ ଓଡିଶା ମୋଟରଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡ ଗଠନ ପରେ ମହାମଞ୍ଚର ଆଗାମୀ ପଦକ୍ଷେପ କଣ ରହିବ ତାହା ଉପରେ ନଜର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.