ETV Bharat / state

ପରିବାରବାଦ ବିଜେପି କରୁଛି, ଗାନ୍ଧି ପରିବାର ଦେଶ ପାଇଁ ବଳିଦାନ ଦେଇଛି: କଂଗ୍ରେସ

author img

By

Published : Aug 9, 2023, 7:07 PM IST

ଗାନ୍ଧି ପରିବାର ଦେଶ ପାଇଁ ବଳିଦାନ ଦେଇଛି
ଗାନ୍ଧି ପରିବାର ଦେଶ ପାଇଁ ବଳିଦାନ ଦେଇଛି

ଭ୍ରଷ୍ଟାଚାର, ବଂଶବାଦ ଏବଂ ତୁଷ୍ଟିକରଣ ରାଜନୀତି କରୁଥିବା ନେତା ଦେଶ ଛାଡି ଚାଲି ଯାଆନ୍ତୁ ବୋଲି ବିଜେପି ଆହ୍ବାନ ଦେଇଛି । ଏହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇଛି କଂଗ୍ରେସ । ଗାନ୍ଧି ପରିବାର ଦେଶ ପାଇଁ ବଳିଦାନ ଦେଇଛି, ହେଲେ ଏହାକୁ ବିଜେପି ପରିବାରବାଦ କରୁଥିବା କହିଛନ୍ତି କଂଗ୍ରେସ ବିଧାୟକ । ଅଧିକ ପଢ଼ନ୍ତୁ

ଗାନ୍ଧି ପରିବାର ଦେଶ ପାଇଁ ବଳିଦାନ ଦେଇଛି

ଭୁବନେଶ୍ବର: ଅବିଶ୍ବାସରେ ବିଶ୍ବାସ, ଅନାସ୍ଥାରେ ଆସ୍ଥା ପ୍ରକଟ କରିଛନ୍ତି ବିରୋଧୀ ମେଣ୍ଟ ଇଣ୍ଡିଆ । ମଣିପୁର ହିଂସା ଘଟଣାକୁ ପ୍ରସଙ୍ଗ କରି କେନ୍ଦ୍ରରେ କ୍ଷମତାସୀନ ଏନ୍‌ଡିଏ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଛି । କଂଗ୍ରେସ ସମେତ ୨୬ଟି ବିରୋଧୀ ରାଜନୈତିକ ଦଳ ଓ ତେଲେଙ୍ଗାନାର ଶାସକ ଦଳ ଭାରତ ରାଷ୍ଟ୍ର ସମିତି କେନ୍ଦ୍ର ସରକାରଙ୍କ ବିରୋଧରେ ଏହି ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି । ଏହି ଅନାସ୍ଥାର ସପକ୍ଷ ଓ ବିପକ୍ଷଙ୍କ ଆରୋପ ଓ ପ୍ରତ୍ୟାରୋପକୁ ନେଇ ସାଂସଦର ଉଭୟ ସଦନ ସରଗରମ ହୋଇଛି । ଏହାରି ଭିତରେ ଅଗଷ୍ଟ କ୍ରାନ୍ତି ଦିବସରେ ଭାରତ ଛୋଡ଼ୋ ଆନ୍ଦୋଳନକୁ ମନେ ପକାଇ ଭ୍ରଷ୍ଟାଚାର, ବଂଶବାଦ ଏବଂ ତୁଷ୍ଟିକରଣ ରାଜନୀତି କରୁଥିବା ନେତା ଦେଶ ଛାଡ଼ନ୍ତୁ ବୋଲି ବିଜେପି ନାରା ଦେଇଛି । ଯାହାକୁ ନେଇ ରାଜ୍ୟ ରାଜନୀତିରେ ବି ପ୍ରତିକ୍ରିୟା ପ୍ରକାଶ ପାଇଛି ।

ବିଜେପିର ଏଭଳି ନାରାକୁ ତୀବ୍ର ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସେ କହିଛନ୍ତି, "ଦେଶରେ ଆଦାନୀ, ଅମ୍ବାନୀଙ୍କ ସହ ମୋଦିଙ୍କ ସମ୍ପର୍କ କଣ ସମସ୍ତେ ଜାଣିଛନ୍ତି । ସେ କେମିତି ଦୁର୍ନୀତିରେ ବୁଡିଛନ୍ତି ତାହା ଦେଶବାସୀ ଜାଣିଛନ୍ତି । ଦେଶରେ ସବୁ ସରକାରୀ ପ୍ରତିଷ୍ଠାନକୁ ଘରୋଇକରଣ କରିଛନ୍ତି ମୋଦି । ତେଣୁ ଭ୍ରଷ୍ଟାଚାରର ଗନ୍ତାଘର ପାଲଟିଛି ବିଜେପି । ଦେଶକୁ ସ୍ବାଧିନତା କଂଗ୍ରେସ ଆଣିଥିଲା । ପରିବାରବାଦ ବିଜେପି କରୁଛି । ଗାନ୍ଧୀ ପରିବାର ଦେଶ ପାଇଁ ବଳିଦାନ ଦେଇଛି । ମଣିପୁର ଘଟଣାରେ ପ୍ରଧାନମନ୍ତ୍ରୀ ନିଜ ଦାୟିତ୍ବ ନିର୍ବାହ କରିନାହାନ୍ତି । ଏହାକୁ ଦୃଢ଼ ନିନ୍ଦା କରୁଛି କଂଗ୍ରେସ ।" ସେପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ବିଜେପି ଦେଶରେ ଗଣତନ୍ତ୍ର ଉପରେ ବିପଦ ସୃଷ୍ଟି କରୁଛି । ଗତ ୭ ବର୍ଷ ଭିତରେ ଦେଶକୁ ଲୁଟିଛି ବିଜେପି । ଲୋକେ ବୁଝି ସାରିଲେଣି ମୋଦିଙ୍କ ଖେଳ । ମୋଦି ପ୍ରତିଶୋଧ ପରାୟଣ ହୋଇ ଇଡି, ସିବିଆଇକୁ ଲଗାଇ ଡରେଇ, ଧମକେଇ ମୁହଁ ବନ୍ଦ ରଖିବାକୁ ବିରୋଧୀଙ୍କୁ ଚାପ ପ୍ରୟୋଗ କରୁଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ଭ୍ରଷ୍ଟାଚାର, ବଂଶବାଦ ରାଜନୀତି ବିରୋଧରେ ଭାରତ ଛାଡ ଆନ୍ଦୋଳନ ପାଇଁ ଧର୍ମେନ୍ଦ୍ର ଆହ୍ବାନ

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସଂଖ୍ୟା ଖେଳରେ ଏନ୍‌ଡିଏ ମେଣ୍ଟଠାରୁ ବହୁ ପଛରେ ରହିଛି ବିରୋଧୀ ମେଣ୍ଟ ଇଣ୍ଡିଆ । ତେଣୁ ଅନାସ୍ଥା ପ୍ରସ୍ତାବ ଗୃହିତ ହେବାର କୌଣସି ସମ୍ଭାବନା ନାହିଁ । ଏହାସତ୍ତ୍ବେ କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ବିରୋଧୀ । କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳର ନେତାମାନଙ୍କ କହିବା କଥା, ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ସଂସଦରେ ବିବୃତି ରଖୁନାହାନ୍ତି । ତେଣୁ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ମୌନବ୍ରତ ଭାଙ୍ଗିବା ପାଇଁ ଏହା ଏକ ଅସ୍ତ୍ର ହେବ । ସେପଟେ କିନ୍ତୁ ନିର୍ବାଚନ ପୂର୍ବରୁ ଏହା ବିରୋଧୀଙ୍କ ଏକ ପାୱାର ସୋ' ବୋଲି କୁହାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.