ETV Bharat / state

ରାଜଧାନୀରେ ଯୁବ ଓଡ଼ିଶା ସମ୍ମିଳନୀ ଆୟୋଜିତ, ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷା ଉପରେ ଆଲୋଚନା

author img

By

Published : Aug 10, 2023, 1:33 PM IST

Odisha Conference of Youth
Odisha Conference of Youth

ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷାକୁ ନେଇ ଯୁବ ଓଡ଼ିଶା ସମ୍ମିଳନୀ ଆୟୋଜିତ । ଅଧିକ ପଢନ୍ତୁ

ଯୁବ ଓଡ଼ିଶା ସମ୍ମିଳନୀ ଆୟୋଜିତ

ଭୁବନେଶ୍ବର: ରାଜଧାନୀରେ ଆୟୋଜିତ ହୋଇଯାଇଛି ଯୁବ ଓଡ଼ିଶା ସମ୍ମିଳନୀ (Odisha Conference of Youth 2023)। ମୁଖ୍ୟ ଅତିଥି ଭାବେ ଓଟିଡିସି ଅଧ୍ୟକ୍ଷ ଲେଲିନ ମହାନ୍ତି ଯୋଗଦେଇ ଏହି ସମ୍ମିଳନୀରେ ଉଦଘାଟନ କରିଛନ୍ତି । ଆୟୋଜିତ ହୋଇଥିବା ତିନି ଦିନିଆ ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷା ଉପରେ ଆଲୋଚନା କରାଯାଇଥିଲା । ୟୁଥ ଫର ଓ୍ବାଟର ପ୍ଲସ ଅଭିଯାନ ଏବଂ ଭାରତ ସରକାରଙ୍କ ପରିବେଶ ମନ୍ତ୍ରଣାଳୟ, ଜଙ୍ଗଲ ଓ ପରିବେଶ ପରିବର୍ତ୍ତନ ବିଭାଗ G20, Y20 ଓ ୟୁନିସେଫର ମିଳିତ ସହଯୋଗରେ ଭୁବନେଶ୍ୱରର ନାଳନ୍ଦା ପ୍ରଯୁକ୍ତି ବିଦ୍ୟା ଅନୁଷ୍ଠାନରେ ଏହି ସମ୍ମିଳନୀ ଆରମ୍ଭ ହୋଇଛି ।

ପ୍ରଥମ ଦିନରେ ଜଳବାୟୁ ଜନିତ ଶିକ୍ଷା ସଚେତନତା, ଜୟଵାୟୁର ଆଗାମୀ ଭବିଷ୍ୟତ ଓ ସଂରକ୍ଷଣ କିଭଳି କରିହେବ ସେନେଇ ଆଲୋଚନା କରାଯାଇଥିଲା । ପରିବେଶର ସୁରକ୍ଷା ଉପରେ ମଧ୍ୟ ଆଲୋଚନା ହୋଇଥିଲା । ପରିବେଶବିତ, ଆରମ୍ଭ କରି କଳାକାର ଓ ୟୁନିସେଫର ସଦସ୍ୟ ଉପସ୍ଥିତ ରହି ନିଜେ ନିଜର ମତ ରଖିଥିଲେ । ଜଳବାୟୁ ପରିବର୍ତ୍ତନର ଧାରାକୁ ସ୍ୱାଭାବିକ କରିବା, ପରିବେଶର ସୁରକ୍ଷା ରଖିବା ଦିଗରେ ଯୁବପିଢିମାନଙ୍କ ଯୋଗଦାନ ଓ ଭବିଷ୍ୟତର କାର୍ଯ୍ୟକାରିତାକୁ ନେଇ ବିଶେଷ ଭାବେ ଆଲୋଚନା କରାଯାଇଥିଲା ।

ଓଟିଡିସି ଅଧକ୍ଷ ଲେଲିନ ମହାନ୍ତି କହିଛନ୍ତି ଯେ, ବର୍ତ୍ତମାନ ଗ୍ଲୋବାଲ ୱାର୍ମିଙ୍ଗ ସାରା ବିଶ୍ୱରେ ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ ବିଭିନ୍ନ ସମୟରେ ପ୍ରକୃତିର ବିଭିନ୍ନ ଅସନ୍ତୁଳିତ ପ୍ରକୋପ ଦେଖିବାକୁ ମିଳୁଛି । ତେଣୁ ଏହି ସମୟରେ ଆଲୋଚନାର ଆଵଶ୍ୟକତା ରହିଛି । ଏହାଦ୍ୱାରା ଯୁବପିଢ଼ି ମାନେ ସଚେତନ ହୋଇ ଜଣେ ଜଣେ ପରିବର୍ତ୍ତନର ଧାରକ ଭାବରେ ଛୋଟ ଛୋଟ ଯୋଗଦାନ ଦେଇ କାର୍ଯ୍ୟ କଲେ ବିଶ୍ୱକୁ ଆସୁଥିବା ବଡ ବିପଦ ବା ସମସ୍ୟାକୁ ଟାଳି ପାରିବା । ଆଉ ପରିବେଶର ସୁରକ୍ଷା ମଧ୍ୟ କରିପାରିବେ ।

ଏହା ମଧ୍ୟ ପଢନ୍ତୁ-ଜଳବାୟୁ ପରିବର୍ତ୍ତନ ଆକ୍ସନ ପ୍ଲାନରେ ଓଡ଼ିଶା ଅଗ୍ରଣୀ

ୟୁନିସେଫ ଓଡ଼ିଶାର କ୍ଷେତ୍ର କାର୍ଯ୍ୟାଳୟର ମୁଖ୍ୟ ଉଇଲିୟମ ହାନଲୋନ କହିଛନ୍ତି ଯେ, ଆଜିର ଯୁବପିଢ଼ି କାଲିର ଭବିଷ୍ୟତ । ତେଣୁ ଆଜି ଆମେ ସଚେତନ ହେଲେ ଆଉ କାଲି ପାଇଁ ସଂରକ୍ଷଣ କରିଲେ ହିଁ ପରିବେଶର ଅସନ୍ତୁଳିତ ପ୍ରକ୍ରିୟାର ପ୍ରଭାବ ପୃଥିବୀରୁ କମିବ । ଆଉ ଜଳବାୟୁ ପରିବର୍ତ୍ତନର ଧାରା ସ୍ୱାଭାବିକ ରହିବ ବୋଲି ମତ ରଖିଥିଲେ ଉପସ୍ଥିତ ଅତିଥି । ଏଭଳି ପଦକ୍ଷେପ ଦ୍ୱାରା ଏକ ସନ୍ତୁଳିତ ଓ ସୁସ୍ଥ ସମାଜରେ ବସବାସ କରିପାରିବା । ନେହେଲେ ଭବିଷ୍ୟତ ପାଇଁ ବା ଆଗାମୀ ପିଢ଼ି ପାଇଁ ଏହା ବହୁତ ବଡ ସମସ୍ୟା ଓ ବିପର୍ଯ୍ୟୟ ଆଣିଦେବ । ତେଣୁ ଆଜିଠୁ ହିଁ ଏହି ଦିଗରେ ସଚେତନତା, ପରିବେଶର ସୁରକ୍ଷା ଜଳର ସୁରକ୍ଷା ଓ ସଂରକ୍ଷଣ ଦିଗରେ କାର୍ଯ୍ୟକାରିତାକୁ ଅଧିକ ତ୍ଵରାନିତ୍ଵ କରିବା ପାଇଁ ପରାମର୍ଶ ଦେଇଥିଲେ ଉଲିୟମ ହାନଲୋନ ।

ଓଲିଉଡ଼ ଅଭିନେତ୍ରୀ ଅନୁ ଚୌଧୁରୀ ଏହି ସମ୍ମିଳନୀରେ ଯୋଗ ଦେଇ କହିଛନ୍ତି ଯେ, ପରିବେଶ ବା ଜଙ୍ଗଲ ସୁରକ୍ଷା ସହ ପ୍ରକୃତିର ସନ୍ତୁଳନ ରହିଲେ ଜଳବାୟୁ ପରିବର୍ତ୍ତନ ଵିପର୍ଯ୍ୟୟ ନୁହେଁ ବରଂ ସ୍ୱାଭାବିକ ସ୍ଥିତି ଆଣିଦେବ ମଣିଷ ସମାଜ ପାଇଁ । ତେଣୁ ପରିବେଶର ସୁରକ୍ଷା ପାଇଁ ଆଜି ଠାରୁ ଗୋଟିଏ ଗୋଟିଏ ଗଛ ଲଗାଇବା ସହ ଏହାର ଉପଯୁକ୍ତ ଯତ୍ନ ନେବାର ଆବଶ୍ୟକ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.