ETV Bharat / state

Republic Day 2023: 2 IPSଙ୍କ ସମେତ 22ପୋଲିସ ଓ ପ୍ରତିରକ୍ଷା କର୍ମଚାରୀଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ ପଦକ

author img

By

Published : Jan 25, 2023, 9:27 PM IST

Republic Day2023, 2 ଆଇପିଏସଙ୍କ ସମେତ 22 ପୋଲିସ ଓ ପ୍ରତିରକ୍ଷା କର୍ମଚାରୀଙ୍କୁ ମିଳିବ ପଦକ
Republic Day2023, 2 ଆଇପିଏସଙ୍କ ସମେତ 22 ପୋଲିସ ଓ ପ୍ରତିରକ୍ଷା କର୍ମଚାରୀଙ୍କୁ ମିଳିବ ପଦକRepublic Day2023, 2 ଆଇପିଏସଙ୍କ ସମେତ 22 ପୋଲିସ ଓ ପ୍ରତିରକ୍ଷା କର୍ମଚାରୀଙ୍କୁ ମିଳିବ ପଦକ

ବିଜ୍ଞପ୍ତି ଅନୁଯାୟୀ, ଉଲ୍ଲେଖନୀୟ ସେବା ପାଇଁ ଚଳିତ ସାଧାରଣତନ୍ତ୍ର ଦିବସରେ ଓଡ଼ିଶାର 2 ଜଣ ଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ ମେଡାଲ । ସେମାନେ ହେଉଛନ୍ତି, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟରତ 1997 ବ୍ୟାଚର ବରିଷ୍ଠ ଆଇପିଏସ ଅଧିକାରୀ ଧୀରେନ୍ଦ୍ର ସମ୍ଭାଜୀ କୁଟ୍ଟେ ଏବଂ କଟକ ଦୁର୍ନୀତି ନିବାରଣ ନିର୍ଦେଶାଳୟର କନେଷ୍ଟବଳ ପ୍ରହ୍ଲାଦ କୁମାର ରାଉତ । 2013 ରେ ଆଇପିଏସ କୁଟ୍ଟେ ଗୁଇନ୍ଦା ବିଭାଗ ଡିଆଇଜି ଥିବାବେଳେ ସମ୍ମାନଜନକ ସେବା ପାଇଁ ପୋଲିସ ମେଡାଲ ମଧ୍ୟ ପାଇଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସ ଅବସରରେ ଉଲ୍ଲେଖନୀୟ ସେବା ପାଇଁ ବିଭିନ୍ନ ପଦକ ନିମନ୍ତେ ପୋଲିସ, ଗୃହରକ୍ଷୀ ଓ ଅଗ୍ନିଶମ ବାହିନୀରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ନାମ ଘୋଷଣା କରାଯାଇଛି । ଚଳିତ ବର୍ଷ ଓଡ଼ିଶାରୁ 21 ପୋଲିସ ଓ ପ୍ରତିରକ୍ଷା କର୍ମଚାରୀଙ୍କୁ ମିଳିବ ପଦକ । ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି ।

ବିଜ୍ଞପ୍ତି ଅନୁଯାୟୀ, ଉଲ୍ଲେଖନୀୟ ସେବା ପାଇଁ ଚଳିତ ସାଧାରଣତନ୍ତ୍ର ଦିବସରେ ଓଡ଼ିଶାର 2 ଜଣ ଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ ମେଡାଲ । ସେମାନେ ହେଉଛନ୍ତି, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟରତ 1997 ବ୍ୟାଚର ବରିଷ୍ଠ ଆଇପିଏସ ଅଧିକାରୀ ଧୀରେନ୍ଦ୍ର ସମ୍ଭାଜୀ କୁଟ୍ଟେ ଏବଂ କଟକ ଦୁର୍ନୀତି ନିବାରଣ ନିର୍ଦେଶାଳୟର କନେଷ୍ଟବଳ ପ୍ରହ୍ଲାଦ କୁମାର ରାଉତ । 2013 ରେ ଆଇପିଏସ କୁଟ୍ଟେ ଗୁଇନ୍ଦା ବିଭାଗ ଡିଆଇଜି ଥିବାବେଳେ ସମ୍ମାନଜନକ ସେବା ପାଇଁ ପୋଲିସ ମେଡାଲ ମଧ୍ୟ ପାଇଛନ୍ତି । ସେହିପରି NCBରେ ଡେପୁଟି ଡ଼ାଇରେକ୍ଟର ଭାବେ ଅବସ୍ଥାପିତ ଥିବା 1996 ବ୍ୟାଚର ଓଡିଶା କ୍ୟାଡର ସଞ୍ଜୟ କୁମାର ସିଂଙ୍କୁ ମଧ୍ୟ ମିଳିବ ମେଡାଲ । ଉଲ୍ଲେଖନୀୟ ସେବା ନିମନ୍ତେ ଓଡ଼ିଶାରୁ 11 ଜଣ ପୋଲିସ ପଦକ ପାଇବେ ।

ସେମାନେ ହେଲେ, ଭଦ୍ରକର ଅତିରିକ୍ତ ଏସପି ଯତୀନ୍ଦ୍ର କୁମାର ପଣ୍ଡା ଓ ପ୍ରଦ୍ୟୁମ୍ନ କୁମାର ମିଶ୍ର, ସୁନ୍ଦରଗଡ଼ ଭିଜିଲାନ୍ସ ଡିଏସପି ସୁଧାଂଶୁ ଶେଖର ପୂଜାରୀ, ଭୁବନେଶ୍ବର ଏସିପି ହିମାଂଶୁ ଭୂଷଣ ସ୍ବାଇଁ, ବିପିଏସପିଏର ଡେପୁଟି କମାଣ୍ଡାଣ୍ଟ ଜ୍ଞାନେନ୍ଦ୍ର କୁମାର ଦାସ, ସିକ୍ୟୁରିଟି ୱିଙ୍ଗ ଇନ୍ସପେକ୍ଟର ଅରୁଣ ବଳିଆରସିଂହ, ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନ୍‌ର ଏସଆଇ ଯୁଗଳକିଶୋର ପ୍ରଧାନ, କଟକ ନୂଆପାଟଣାର କନେଷ୍ଟବଳ ସରୱରଦ୍ଦୀନ ଖାଁ, ଏସସିଆରବିର ଏଏସଆଇ (କମ୍ପ୍ୟୁଟର୍‌) ବିଜ୍ଞାନଭୂଷଣ ମହାନ୍ତି, ପୋଲିସ ଡ୍ରିଲ୍‌ ଇନ୍ସପେକ୍ଟର ଅନୀଲ କୁମାର ମିଞ୍ଜ ଓ 4ର୍ଥ ବାଟାଲିୟନ୍‌ର ସିପାହୀ ପ୍ରଦୀପ କୁମାର ବେହେରା ।

Republic Day2023, 2 ଆଇପିଏସଙ୍କ ସମେତ 22 ପୋଲିସ ଓ ପ୍ରତିରକ୍ଷା କର୍ମଚାରୀଙ୍କୁ ମିଳିବ ପଦକ
Republic Day2023, 2 ଆଇପିଏସଙ୍କ ସମେତ 22 ପୋଲିସ ଓ ପ୍ରତିରକ୍ଷା କର୍ମଚାରୀଙ୍କୁ ମିଳିବ ପଦକ

ଅଗ୍ନିଶମ ସେବା ପଦକ ଲାଗି ପ୍ରମୋଦ କୁମାର ଦଳାଇଙ୍କୁ ସ୍ବେଚ୍ଛାସେବୀ (ବେସାମରିକ ପ୍ରତିରକ୍ଷା ) ପଦକ ଲାଗି ଚୟନ ହୋଇଛନ୍ତି । ଉଲ୍ଲେଖନୀୟ ସେବା ପାଇଁ ହୋମଗାର୍ଡ ପ୍ରତାପ ଚନ୍ଦ୍ର ଖଣ୍ଡୁଆଳ, ବାବୁଲି ହାତୀ, ପ୍ରମୋଦ କୁମାର ସାହୁ ଓ ବିପିନ ବିହାରୀ ବିଶ୍ବାଳ ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ପଦକ ଲାଗି ମନୋନୀତ ହୋଇଛନ୍ତି । ରାଷ୍ଟ୍ରପତିଙ୍କ ଅଗ୍ନିଶମ ସେବା ପାଇବେ ଲିଡିଙ୍ଗ ଫାୟାରମ୍ୟାନ କାଳିଚରଣ ଶବର, ଡ୍ରାଇଭର ହାବିଲଦାର ବିପଦଭଞ୍ଜନ ବେହେରା ଏବଂ ଡ୍ରାଇଭର ହାବିଲଦାର ନକୁଳ ନାୟକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.