ETV Bharat / state

Odisha Cabinet: କାଲି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ, 9 ପ୍ରସ୍ତାବରେ ବାଜିବ ମୋହର !

author img

By

Published : Nov 17, 2022, 4:28 PM IST

Updated : Nov 17, 2022, 5:00 PM IST

Etv Bharat
Etv Bharat

ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଅପରାହ୍ନ 5.30 ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । 9ଟି ପ୍ରସ୍ତାବରେ କ୍ୟାବିନେଟର ମୋହର ବାଜିବା ନେଇ ସୂଚନା ମିଳିଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ଆସନ୍ତାକାଲି (ଶୁକ୍ରବାର) ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଅପରାହ୍ନ 5.30 ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief minister Naveen Patnaik ) ଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । 9 ଟି ପ୍ରସ୍ତାବରେ କ୍ୟାବିନେଟର ମୋହର ବାଜିବା ନେଇ ସୂଚନା ମିଳିଛି ।

ଏହାବି ପଢନ୍ତୁ- ଲୋପ ହେବାକୁ ବସିଛି ସଂକୀର୍ତ୍ତନ, ବଞ୍ଚାଇବାକୁ କୁନି ଗାୟକଙ୍କ ପ୍ରୟାସ

ଶୀତକାଳୀନ ବିଧାନସଭା ଅଧିବେଶନ (Winter session of Odisha Assembly ) ପୂର୍ବରୁ ବସିବ ଶେଷ କ୍ୟାବିନେଟ ବୈଠକ । ଆସନ୍ତା ମେକ ଇନ ଓଡିଶା କନକ୍ଲେଭ 2022 ଓ ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ବିଭିନ୍ନ ବିଭାଗର ପ୍ରସ୍ତାବରେ ମୋହର ମାରିବ ରାଜ୍ୟ କ୍ୟାବିନେଟ । ବୈଠକରେ ଅର୍ଥ, ନଗର ଉନ୍ନୟନ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ରାଜସ୍ବ କ୍ରୀଡା ଓ ଶିଳ୍ପ ସମ୍ବନ୍ଧୀୟ ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି ।

ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭିସି ଜରିଆରେ ବୈଠକର ଅଧ୍ୟକ୍ଷତାରେ କରିବେ । ସେହିପରି ମନ୍ତ୍ରୀ ଗଣ ଲୋକସେବା ଭବନ ଓ ଜିଲ୍ଲା ମୁଖ୍ୟାଳୟରୁ ଯୋଡି ହେବେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Nov 17, 2022, 5:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.