Odisha Cabinet: ୧୭ପ୍ରସ୍ତାବକୁ କ୍ୟାବିନେଟ ମୋହର, ଗ୍ରାଣ୍ଟ-ଇନ-ଏଡ୍ ଶିକ୍ଷକଙ୍କ ପାଇଁ ଲାଗୁ ହେବ ସପ୍ତମ ବେତନ କମିଶନ

author img

By

Published : Dec 27, 2022, 9:22 PM IST

Updated : Dec 27, 2022, 10:02 PM IST

Odisha Cabinet

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସୂଚନା ଅନୁସାରେ, ରାଜ୍ୟରେ କାର୍ଯ୍ୟକାରୀ ହେବ ଓଏସସିଆରଜିପିପି (OSCRGPP)ଦୁର୍ବିପାକ ନିରୋଧୀ ଦକ୍ଷତା ବୃଦ୍ଧି ପାଇଁ କାର୍ଯ୍ୟକ୍ରମ । ବିଶ୍ୱବ୍ୟାଙ୍କ ସହାୟତାରେ ରାଜ୍ୟରେ ଓଏସସିଆରଜିପିପି କାର୍ଯ୍ୟକାରୀ ହେବ । ଏଥିରେ ଆଳୁ, ପନିପରିବା, ମସଲା ଉତ୍ପାଦନ ବୃଦ୍ଧି ପାଇଁ ସ୍ୱତନ୍ତ୍ର ପାଣ୍ଠିକୁ ଅନୁମୋଦନ କରାଯାଇଛି । ଅଧିକ ପଢନ୍ତୁ

Odisha Cabinet Approves: ୧୭ ପ୍ରସ୍ତାବକୁ କ୍ୟାବିନେଟର ମୋହର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ( Chief minister of Naveen Patnaik) ଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ରାଜ୍ୟ କ୍ୟାବିନେଟ (Odisha Cabinet approves) ୧୭ଟି ପ୍ରସ୍ତାବରକୁ ମୋହର ମାରିଛନ୍ତି । ୟୁପି ସ୍କୁଲ ଶିକ୍ଷକଙ୍କ ଗ୍ରାଣ୍ଟ-ଇନ-ଏଡ ଅବଧି ବୃଦ୍ଧି ପାଇଛି । ଅନୁଦାନପ୍ରାପ୍ତ ବେସରକାରୀ ହାଇସ୍କୁଲ ପାଇଁ ମଧ୍ୟ ବଢିଲା ଅବଧି । ଏତତ ବ୍ୟତତୀ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ସ୍ବରୂପ ଭୁବନେଶ୍ୱରରୁ ଦୁବାଇ, ସିଙ୍ଗାପୁର ଓ ବ୍ୟାଙ୍କକକୁ ସିଧାସଳଖ ବିମାନ ଉଡିବ । ଏମଏସଏମଇ ପାଇଁ ନୂଆ ନୀତିକୁ ଅନୁମୋଦନ ଦେଇଛି କ୍ୟାବିନେଟ ।

ଏହାବି ପଢନ୍ତୁ- BJD Politics: 2024 ନିର୍ବାଚନରେ ବିଜେଡି ଟାର୍ଗେଟରେ ମହିଳା ଭୋଟ ବ୍ୟାଙ୍କ

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସୂଚନା ଅନୁସାରେ, ରାଜ୍ୟରେ କାର୍ଯ୍ୟକାରୀ ହେବ ଓଏସସିଆରଜିପିପି (OSCRGPP)ଦୁର୍ବିପାକ ନିରୋଧୀ ଦକ୍ଷତା ବୃଦ୍ଧି ପାଇଁ କାର୍ଯ୍ୟକ୍ରମ । ବିଶ୍ୱବ୍ୟାଙ୍କ ସହାୟତାରେ ରାଜ୍ୟରେ ଓଏସସିଆରଜିପିପି କାର୍ଯ୍ୟକାରୀ ହେବ । ଏଥିରେ ଆଳୁ, ପନିପରିବା, ମସଲା ଉତ୍ପାଦନ ବୃଦ୍ଧି ପାଇଁ ସ୍ୱତନ୍ତ୍ର ପାଣ୍ଠିକୁ ଅନୁମୋଦନ କରାଯାଇଛି । କୃଷିରେ ମହିଳାଙ୍କୁ ସ୍ୱାବଲମ୍ବୀ କରାଇବାକୁ ପାଣ୍ଠି ବ୍ୟବସ୍ଥା କରାଯିବ । ମହିଳା SHGଙ୍କୁ କୃଷି ଉଦ୍ୟୋଗୀକରଣ ପାଇଁ ପ୍ରୋତ୍ସାହନ ଯୋଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାକୁ କ୍ୟାବିନେଟ ମୋହର ମାରିଛନ୍ତି ।

ଏହାବି ପଢନ୍ତୁ- Hockey World Cup 2023: ଉଦ୍‌ଘାଟନୀ ଉତ୍ସବରେ ସାମିଲ ହେବେ 3 କଂଗ୍ରେସ ମୁଖ୍ୟମନ୍ତ୍ରୀ

ସେହିପରି ଓଡ଼ିଶା ମେଡିକାଲ ସେବା ନିଯୁକ୍ତି ସର୍ତ୍ତାବଳୀରେ ସଂଶୋଧନକୁ କ୍ୟାବିନେଟ ମୋହର ମାରିଛନ୍ତି । ଓଡ଼ିଶା ମିନିଷ୍ଟରିଆଲ ସର୍ଭିସ ନିଯୁକ୍ତି ନିୟମରେ ସଂଶୋଧନ ହେବ । ସେହିପରି ଯୁକ୍ତ 2 ଶିକ୍ଷାରେ ସ୍ୱତନ୍ତ୍ର ବିଶେଷଜ୍ଞ ନିଯୁକ୍ତି ପାଇଁ ସ୍ୱତନ୍ତ୍ର ନୀତି ଆସିବ । ସେହିଭଳି ଅନୁଗୁଳ ଜିଲ୍ଲାରେ 2ଟି ପାଇପ ଲାଇନ ଜଳ ଯୋଗାଣ ପ୍ରକଳ୍ପକୁ ଅନୁମତି ମିଳିଛି । ଟେଲି ଯୋଗାଯୋଗ ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । 1687 ଟି ସ୍ଥାନରେ ବିଏସଏନଏଲକୁ 2 ହଜାର ବର୍ଗଫୁଟର ଜାଗା ଯୋଗାଇବେ ସରକାର । ଏହି ଜାଗାକୁ 30 ବର୍ଷୀୟା ଲିଜରେ ନେବ ବିଏସଏନଏଲ । ଏହାଦ୍ୱାରା ରାଜ୍ୟର 1792 ଟି ଅପହଞ୍ଚ ଗାଁର ଲୋକେ ଉପକୃତ ହେବେ । ଟେଲି ଯୋଗାଯୋଗ ସହ ଅନ୍ୟାନ୍ୟ ଅନଲାଇନ ସୁବିଧା ପାଇବେ ଲୋକେ । ଲିଜ ବିବାଦରେ ବର୍ଷକୁ 1 ଟଙ୍କାର ଟୋକନ ମନି ଦେବ ବିଏସଏନଏଲ ।

ଏହାବି ପଢନ୍ତୁ- ଦିଲ୍ଲୀରେ ଅମିତ ଶାହାଙ୍କୁ ଭେଟିଲେ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି

ଏନେଇ ଆସିଥିବା ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି । ଆଦାୟ ହେବ କେନ୍ଦ୍ର, ରାଜ୍ୟ ଓ ଘରୋଇ ଶିଳ୍ପର ବକେୟା ଜଳ ବିଲ । ଗଞ୍ଜାମ ହିଞ୍ଜିଳିକାଟୁରେ ଶଙ୍କର ନେତ୍ରାଳୟ ପକ୍ଷରୁ ଖୋଲିବ ଶାଖା । ନେତ୍ରାଳୟ ଜମିର ଖଜଣା ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି । ଲଘୁ ଖଣିଜ ସମ୍ପଦ ଅଧିନିୟମରେ ସଂଶୋଧନ ହେବ । ଏ ନେଇ ଆସିଥିବା ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମୋହର ମାରିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Dec 27, 2022, 10:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.