ETV Bharat / state

Agriculture Budget 2023: କୃଷି ବଜେଟକୁ ନେଇ ବିଭାଗୀୟ ମନ୍ତ୍ରୀଙ୍କ ପ୍ରେସମିଟ

author img

By

Published : Feb 28, 2023, 10:12 PM IST

Agriculture Budget 2023: କୃଷି ବଜେଟକୁ ନେଇ ବିଭାଗୀୟ ମନ୍ତ୍ରୀଙ୍କ ପ୍ରେସମିଟ
Agriculture Budget 2023: କୃଷି ବଜେଟକୁ ନେଇ ବିଭାଗୀୟ ମନ୍ତ୍ରୀଙ୍କ ପ୍ରେସମିଟ

କୃଷିମନ୍ତ୍ରୀ କହିଛନ୍ତି ଜଳ ସେଚନ, କୃଷି ଉପ୍ତାଦନ, ଖାଦ୍ୟ ସୁରକ୍ଷା , ବିହନ, ସାର ଓ କୀଟନାଶକ ଯୋଗାଣ ମୃତ୍ତିକା ସଂରକ୍ଷଣ ତଥା ଗୁଣବତ୍ତାର ପରିଚାଳନା , ଫସଲ ବୀମା, କୃଷି ଯନ୍ତ୍ରପାତି, ଆନୁଷଙ୍ଗିକ କୃଷି ପାଇଁ ପୁଞ୍ଜି ଲଗାଣ ଓ ବିନିଯୋଗ, କୃଷି କ୍ଷେତ୍ରରେ ମହିଳା ମାନଙ୍କର ସହଭାଗୀତାରେ ବୃଦ୍ଧି ଓ ସଶକ୍ତିକରଣ ଏବଂ କୃଷି କ୍ଷେତ୍ରରେ ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ ତଥା କୃଷି ଡିଜିଟାଇଜେସନ ଭଳି ଅନେକ କୃଷକ ହିତକାରୀ ପଦକ୍ଷେପ ଯୋଗୁ ଓଡିଶା ଆଜି ଏକ ଅଗ୍ରଣୀ ରାଜ୍ୟ ଭାବେ ଜନାଦୃତ ହୋଇପାରିଛି। ଅଧିକ ପଢନ୍ତୁ

Agriculture Budget 2023: କୃଷି ବଜେଟକୁ ନେଇ ବିଭାଗୀୟ ମନ୍ତ୍ରୀଙ୍କ ପ୍ରେସମିଟ

ଭୁବନେଶ୍ବର: ପୂର୍ବ ବଜେଟ ତୁଳନାରେ 20 ପ୍ରତିଶତରୁ ଅଧିକ ଅର୍ଥ କୃଷି ବିଭାଗ ପାଇଁ ସରକାର ବଜେଟରେ ବ୍ୟୟବରାଦ କରିଛନ୍ତି । ବଳରାମ ଯୋଜନାରେ ୫୬ ହଜାର ୩୧୧ ଗ୍ରୁପ ଗଠନ କରାଯାଇ ୧୨ ହଜାର ୩ ୯୪ ଜଣ କୃଷକ ମାନଙ୍କୁ ୯୮ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି। ଓଡିଶା ମିଲେଟ ମିଶନ ମୁଖ୍ୟମନ୍ତ୍ରୀଙ୍କ ଏକ ମାର୍ଗଦର୍ଶୀ କାର୍ଯ୍ୟକ୍ରମ। 2023-୨୪ ଆର୍ଥିକ ବର୍ଷରେ ଏଥିନିମନ୍ତେ ୪୯୭ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଓଡିଶା ମିଲେଟ ମିଶନରେ ପୁଷ୍ଟି ଶସ୍ୟ ,ଚାଷର ପ୍ରସାର ପାଇଁ ଏହାକୁ ସମସ୍ତ ୩୦ ଟି ଜିଲ୍ଲାରେ ୧୭୭ ଟି ବ୍ଲକ କୁ ସମ୍ପ୍ରସାରିତ କରାଯାଇଛି। ୨୦୨୬ -୨୭ ବର୍ଷ ପର୍ଯ୍ୟନ୍ତ ଏ ଦିଗରେ ୨୮୦୮.୮୩ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର। ଗତ 24 ତାରିଖରେ ବିଧାନସଭାରେ ସାଧାରଣ ବଜେଟ ଆଗତ ପରେ ଆଜି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଭାଗୀୟ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢୀ ପ୍ରେସମିଟ କରି ଏହା କହିଛନ୍ତି ।

କୃଷିମନ୍ତ୍ରୀ କହିଛନ୍ତି ଜଳ ସେଚନ, କୃଷି ଉପ୍ତାଦନ, ଖାଦ୍ୟ ସୁରକ୍ଷା , ବିହନ, ସାର ଓ କୀଟନାଶକ ଯୋଗାଣ ମୃତ୍ତିକା ସଂରକ୍ଷଣ ତଥା ଗୁଣବତ୍ତାର ପରିଚାଳନା , ଫସଲ ବୀମା, କୃଷି ଯନ୍ତ୍ରପାତି, ଆନୁଷଙ୍ଗିକ କୃଷି ପାଇଁ ପୁଞ୍ଜି ଲଗାଣ ଓ ବିନିଯୋଗ, କୃଷି କ୍ଷେତ୍ରରେ ମହିଳା ମାନଙ୍କର ସହଭାଗୀତାରେ ବୃଦ୍ଧି ଓ ସଶକ୍ତିକରଣ ଏବଂ କୃଷି କ୍ଷେତ୍ରରେ ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ ତଥା କୃଷି ଡିଜିଟାଇଜେସନ ଭଳି ଅନେକ କୃଷକ ହିତକାରୀ ପଦକ୍ଷେପ ଯୋଗୁ ଓଡିଶା ଆଜି ଏକ ଅଗ୍ରଣୀ ରାଜ୍ୟ ଭାବେ ଜନାଦୃତ ହୋଇପାରିଛି।

ସେହିପରି କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢୀ କହିଛନ୍ତି, ‘‘କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ କୃଷି ବଜେଟ 2023-24 ରେ 7 ହଜାର 162 କୋଟି ଟଙ୍କାରୁ 2022-23ରେ 21 ହାଜାର 166 କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା। 2023 -24 କୃଷି ବଜେଟରେ ୨୪ ହଜାର ୮ ସହ ୨୯ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଯାହା ସ୍ପଷ୍ଟ କରୁଛି ରାଜ୍ୟ ସରକାର କୃଷି ଏବଂ କୃଷକ ମାନଙ୍କ ଉନ୍ନତି ପ୍ରତି ସମର୍ପିତ। କାଳିଆ ଯୋଜନା ରେ 2018-19 ଆର୍ଥିକ ବର୍ଷରୁ ଅଦ୍ୟାବଧି ପ୍ରାୟ ୪୨ଲକ୍ଷ ୮ ହଜାର କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଏବଂ ୧୮ ଲକ୍ଷ ୬୯ ହଜାର ଭୂମିହୀନ ଚାଷୀ ପରିବାର କୁ ଚାଷ କାର୍ଯ୍ୟରେ ଆର୍ଥିକ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯାଉଛି। ଏଥିପାଇଁ 2023-24 ବଜେଟ ରେ ୧ହଜାର ୮ ଶହ ୭୯ କୋଟି ବ୍ୟୟ ବରାଦ ପ୍ରସ୍ତାବ ରଖାଯାଇଛି। 2022-23 ବର୍ଷରେ ଖାଦ୍ୟ ଶସ୍ୟ ଉତ୍ପାଦନ 128.26 ଲକ୍ଷ ମେଟ୍ରିକ ଟନର ଆକଳନ କରାଯାଇଛି। ଚାଉଳ ଉତ୍ପାଦନ ଦୁଇଗୁଣରୁ ଅଧିକ ହୋଇଛି।"

ଏହାବି ପଢନ୍ତୁ- Odisha Budget 2023: କୃଷି ପାଇଁ 24 ହଜାର 829 କୋଟି ବ୍ୟୟ ବରାଦ

ସେହିପରି 2010-11 ବର୍ଷର ରେକର୍ଡ130.39 ଲକ୍ଷ ମେଟ୍ରିକ ଟନ ଖାଦ୍ୟ ଶସ୍ୟ ଉତ୍ପାଦନ ହୋଇଥିଲା। କୃଷି କ୍ଷେତ୍ରରେ ଲଗାତାର ଭାବେ ଉଲ୍ଲେଖଯୋଗ୍ୟ ପଦକ୍ଷେପ ଯୋଗୁ 5 ଥର କୃଷି କର୍ମଣ ପୁରସ୍କାର ପାଇଛି ରାଜ୍ୟ। ପ୍ରତି ହେକ୍ଟର ପିଛା ଉତ୍ପାଦନ ମଧ୍ୟ ପ୍ରାୟ 3 ଗୁଣ ବୃଦ୍ଧି ପାଇଛି। 2001 -02 ବର୍ଷର ହେକ୍ଟର ପିଛା10.41 ଉତ୍ପାଦକ ହେଉଥିବାବେଳେ 2020-21 ବର୍ଷ ରେ 27.30 କୁଇଣ୍ଟାଲ କୁ ବୃଦ୍ଧି ପାଇଛି। ଫସଲ ଉତ୍ପାଦନ ପରିଚାଳନା ନିମନ୍ତେ କୃଷି ଶିକ୍ଷା ଗବେଷଣା, ଓ ସମ୍ପ୍ରସାରଣ କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ ଓୟୁଏଟିକୁ ସେଣ୍ଟର ଅଫ ଏକ୍ସଲେନ୍ସ ରେ ପରିଣତ କରିବା ପାଇଁ ୧ ଶହ ୬୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଜଳସେଚନ ଓ ଜଳ ବ୍ୟବହାର କ୍ଷମତା ବୃଦ୍ଧି କରାଯାଇଛି।

ସେହିଭଳି 2025-26 ସୁଦ୍ଧା ଅତିରିକ୍ତ 1 ଲକ୍ଷ ଗଭୀର ନଳ କୂପ ପାଇଁ ୪୧୯୮ କୋଟି ମଞ୍ଜୁର କରାଯାଇଛି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇ 17 ଟି କାର୍ଯ୍ୟକ୍ରମ କୁ ଅନ୍ତର୍ଭୁକ୍ତ କରାଯାଇଛି।। ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା କରାଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.