ETV Bharat / state

Odisha Budget 2023: କୃଷି ପାଇଁ 24 ହଜାର 829 କୋଟି ବ୍ୟୟ ବରାଦ

author img

By

Published : Feb 24, 2023, 5:00 PM IST

ଆର୍ଥିକ ବର୍ଷ 2023-24 ପାଇଁ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । କୃଷି ପାଇଁ 24 ହଜାର 829 କୋଟି ବ୍ୟୟ ବରାଦ ହୋଉଛି । ଅଧିକ ପଢନ୍ତୁ

କୃଷି ପାଇଁ 24 ହଜାର 829 କୋଟି ବ୍ୟୟ ବରାଦ
Odisha Budget 2023

ଭୁବନେଶ୍ବର: ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ 2023-24 ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ପ୍ରଥମେ କୃଷି ବଜେଟ ଉପସ୍ଥାପନ ହୋଇଥିଲା । କୃଷି ପାଇଁ 24 ହଜାର 829 କୋଟି ବ୍ୟୟ ବରାଦ କରିଛନ୍ତି । କୃଷି ବିଭାଗ ପାଇଁ 6 ଧାନ ସଂଗ୍ରହ କାର୍ଯ୍ୟକ୍ରମ ପାଇଁ 2 ହଜାର କୋଟିର ରିଭଲିଂ ଫଣ୍ଡ ରହିଛି । ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ 20 ପ୍ରତିଶତ କୃଷି ବଜେଟ ବୃଦ୍ଧି ହୋଇଛି ।

କାଳିଆ ଯୋଜନା ପାଇଁ 1879 କୋଟି ବ୍ୟୟ ବରାଦ ହୋଇଛି । ଉଦ୍ୟାନ କୃଷି ବିକାଶ ପାଇଁ 381 କୋଟି ଟଙ୍କା ବ୍ୟବରାଦ ହୋଇଛି । କାଳିଆ ଯୋଜନାରେ ଚାଷୀ ଋଣ ସୁଧ ରିହାତି 863 କୋଟି ରହିଛି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପ୍ରାପ୍ୟ ପ୍ରଦାନ ପାଇ 6 ଶହ କୋଟି ରହିଛି । ମିଲେଟ ମିଶନ ପାଇଁ 497 କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ଲୁଣା ବନ୍ଧ ସୁଦୃଢୀକରଣ ପାଇଁ 961 କୋଟି ବ୍ୟୟ ବରାଦ ହୋଇଛି । ରାଷ୍ଟ୍ରୀୟ କୃଷି ବିଭାଗ ଯୋଜନାରେ 306 କୋଟି ବ୍ୟୟ ରହିଛି । କୃଷି ଉପକରଣ ରିହାତି ପାଇଁ 388 କୋଟି ପରିମାଣ ରହିଛି । 10 ହଜାର ହେକ୍ଟର ଜମିକୁ ଜଳସେଚନ ଲକ୍ଷ୍ୟ ରହିଛି । 5 ବର୍ଷରେ 2 ଲକ୍ଷ ହେକ୍ଟର ଜମିରେ ଜୈବିକ ଚାଷ ଲକ୍ଷ୍ୟ ରଖାଯାଇଛି ।

କୃଷି କେବଳ ଜୀବିକା ନିର୍ବାହର ମାଧ୍ୟମ ନ ହୋଇ ଅଭିବୃଦ୍ଧି ଦିଗରେ ସହାୟକ ହେବ ସେ ଦିଗରେ ସରକାର ବଜେଟ ଉପସ୍ଥାପନ କରିଥିବା କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। କୃଷି କେବଳ ଜୀବିକା ନିର୍ବାହର ମାଧ୍ୟମ ନ ହୋଇ ଅଭିବୃଦ୍ଧି ଦିଗରେ ସହାୟକ ହେବ ସେ ଦିଗରେ ସରକାର ବଜେଟ ଉପସ୍ଥାପନ କରିଥିବା କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଚଳିତ ବଜେଟ ମାନବ ସମ୍ବଳର ବିକାଶ, ସାମାଜିକ ଅଭିବୃଦ୍ଧି ନିବେଶ ସାମୁହିକ ତଥା ଦୃଢ ଅଭିବୃଦ୍ଧି ଉପରେ ଗୁରୁତ୍ବ ଆରୋପ କରୁଛି ।

ପ୍ରକାଶ ଥାଉ କି, ଏଥର ରାଜ୍ୟ ବଜେଟ 2 ଲକ୍ଷ 30 ହଜାର କୋଟି ରହିଛି । ଗତବର୍ଷ ତୁଳନାରେ ଚଳିତ ବର୍ଷ 30 ହଜାର କୋଟି ବୃଦ୍ଧି କରାଯାଇଛି । ପୂର୍ବ ବର୍ଷ ତୁଳାନାରେ ଚଳିତ ବର୍ଷ ବଜେଟ 15 ପ୍ରତିଶତ ବୃଦ୍ଧି ହୋଇଛି । ଗୃହ ବିଭାଗ ପାଇଁ 7313. 61 କୋଟି ବ୍ୟୟ ବରାଦ ହୋଇଥିବା ବେଳେ ରାଜସ୍ବ ବିଭାଗ ପାଇଁ 1586. 72 କୋଟି ବ୍ୟୟ ବରାଦ ହୋଇଛି । ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ପାଇଁ 3, 764 କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ପ୍ରଥମେ କୃଷି ବଜେଟ ଆଗତ ହୋଇଥିଲା । ନବୀନଙ୍କ ପଞ୍ଚମ ପାଳିର ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.