ETV Bharat / state

'ରାଜ୍ୟ ସରକାର ପ୍ରତାପ ଜେନାଙ୍କୁ ସୁରକ୍ଷା ଦେଇ ଜନ ବିରୋଧୀ କାମ କରିଛନ୍ତି'

author img

By ETV Bharat Odisha Team

Published : Sep 26, 2023, 4:21 PM IST

Updated : Sep 26, 2023, 7:09 PM IST

ମାହାଙ୍ଗା ଡବଲ ମର୍ଡର ଘଟଣା । ରାଜ୍ୟ ସରକାର ପ୍ରତାପ ଜେନାଙ୍କୁ ସୁରକ୍ଷା ଦେଇ ଜନ ବିରୋଧୀ କାମ କରିଛନ୍ତି ବୋଲି ବିଜେପିର ଅଭିଯୋଗ । ଅଧିକ ପଢନ୍ତୁ

MLA Pratap Jena
MLA Pratap Jena

'ରାଜ୍ୟ ସରକାର ପ୍ରତାପ ଜେନାଙ୍କୁ ସୁରକ୍ଷା ଦେଇ ଜନ ବିରୋଧୀ କାମ କରିଛନ୍ତି'

ଭୁବନେଶ୍ବର: ପୁଣି ଫେରିଲା ମାହାଙ୍ଗା ଡବଲ ମର୍ଡର ଘଟଣା । ପୁଣି ଚର୍ଚ୍ଚାରେ ବିଧାୟକ ପ୍ରତାପ ଜେନା । ମାହାଙ୍ଗା ଡବଲ ମର୍ଡର ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପ୍ରତାପଙ୍କ ବିରୋଧରେ ଭୁବନେଶ୍ବର କୋର୍ଟରେ ଅଦାଲତି ମାମଲା ଚାଲିବ ବୋଲି ସାଲେପୁର JMFC କୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ମାମଲାକୁ ନେଇ ରାଜନୀତି ତେଜିଛି । ରାଜ୍ୟ ସରକାର ପ୍ରତାପ ଜେନାଙ୍କୁ ସୁରକ୍ଷା ଦେଇ ଜନ ବିରୋଧୀ କାମ କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, "ମାହାଙ୍ଗା ଡବଲ ମର୍ଡର ଘଟଣାରେ ସମ୍ପୃକ୍ତ ଅଛନ୍ତି ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା । ପ୍ରତାପଙ୍କ ନାଁ ମୁଦାଲା ନମ୍ବର 13 ଥିବା ସତ୍ତ୍ବେ ପୋଲିସ ପ୍ରଶାସନ ତାଙ୍କ ନାଁ କାଟି ଦେଇଥିଲେ । ପୁନର୍ବାର ନାଁ ଅନ୍ତର୍ଭୁକ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ସରକାର ବିଧାୟକଙ୍କୁ ସୁରକ୍ଷା ଦେବା କାର୍ଯ୍ୟ କରିଚାଲିଥିଲେ । ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ପାଇଁ 120 (ବି), ହତ୍ୟା ଧମକ ପାଇଁ 506, ହତ୍ୟା ପାଇଁ 302 ଦଫା ରହିଛି । ଯେଉଁମାନେ ଅପରାଧିକ ମାମଲାରେ ଜଡିତ ହେଉଛନ୍ତି ତାଙ୍କୁ ନବୀନ ସରକାର ଘଣ୍ଟ ଘୋଡାଉଛନ୍ତି । ତାଙ୍କୁ ସୁରକ୍ଷା ଦେଉଛନ୍ତି । ଏହା ଜନ ବିରୋଧୀ ନୁହେଁ କି ? ସରକାରୀ ଦଳର ନେତା ଜନ ବିରୋଧୀ କାର୍ଯ୍ୟ କରୁଛନ୍ତି । ସରକାର ଆଇନକୁ ବାଟରେ ଯିବାକୁ ଦେଲେ କି ? ସରକାର ଜନ ବିରୋଧୀ ଓ ଲୋକଙ୍କ କାମ କରୁନାହିଁନ୍ତି ବୋଲି ପ୍ରମାଣିତ ହୋଇଛି ।"

ଏହା ବି ପଢନ୍ତୁ- ମାହାଙ୍ଗା ଡବଲ ମର୍ଡର, ବଢ଼ିଲା ବିଧାୟକ ପ୍ରତାପ ଜେନାଙ୍କ ପାଇଁ ଅଡୁଆ

ଅନ୍ୟପଟେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, "ଜେଏମଏଫସି କୋର୍ଟ ଅର୍ଡର କରିଛନ୍ତି । ଯେହେତୁ ଏହା କୋର୍ଟରେ ଅଛି, ଆମେ କହିବା ଠିକ ହେବନାହିଁ । 302 ଦଫା ଲାଗିଥିଲେ ବିଧାନସଭା ଆସିବାରେ ମନା ନାହିଁ । ବେଲରେ ବାହାରିଥିବେ ଆସିବେ । ହତ୍ୟା ଦଫା ତ କେବେଠୁ ଲାଗିଛି । ଗତକାଲି ଆସିଥିଲେ । ଆଜି ଆସିଥିବେ । ଅଭିଯୋଗ ହୋଇଛି କିନ୍ତୁ ଏହା କୋର୍ଟରେ ପ୍ରମାଣିତ ହୋଇନାହିଁ । ମୋ ନାଁରେ କେସ କରି ଦେଲେ ହେବ ନାହିଁ। ଦୋଷୀ ସାବ୍ୟସ୍ତ ହେଲେ କୁହାଯିବ । ଆକ୍ସନ କାହା ଉପରେ ହେବ କି ନହେବ ତାହା ତାଙ୍କ ଦଳ ବୁଝିବ ।"

ସେପଟେ ବିଧାୟକ ପ୍ରତାପ ଜେନା ଗତକାଲି କହିଥିଲେ, "ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଉଛି । ବିରୋଧୀ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଥିବା କହିଥିଲେ ପ୍ରତାପ । ଯେଉଁମାନେ ମୋ ବିରୋଧରେ କହୁଛନ୍ତି ସେମାନଙ୍କର ନାର୍କୋ ଟେଷ୍ଟ କରାଯାଉ ଏବଂ ମୋର ମଧ୍ୟ ନାର୍କୋ ଟେଷ୍ଟ କରାଯାଉ । ବିରୋଧୀ ମାହାଙ୍ଗା ବିଜେପି ନେତା ସାରଦା ପ୍ରଧାନ ମୋ ବିରୋଧରେ ଲଢି ହାରିଯାଇଥିଲେ, ସେ ଏବେ ରାଜନୈତିକ ଉଦ୍ଦେଶ୍ୟ ରଖି ଷଡଯନ୍ତ୍ର କରୁଛନ୍ତି । ଯେଉଁମାନେ ଘଟଣାରେ ସମ୍ପୃକ୍ତ ସେମାନେ ସେତେବେଳେ ଗଣମାଧ୍ୟମ ଆଗକୁ ଆସି ଦୋଷ ସ୍ବୀକାର କରିଥିଲେ । ଏବେ ମୋତେ ବଦନାମ କରୁଛନ୍ତି । ଅଭିଯୋଗର କୌଣସି ସତ୍ୟାସତ୍ୟ ନାହିଁ ।"

ଏହା ବି ପଢନ୍ତୁ- ରାଜନୈତିକ ଉଦ୍ଦେଶ୍ୟ ରଖି ମୋ ବିରୋଧରେ ଷଡ଼ଯନ୍ତ୍ର କରୁଛି ବିଜେପି: ପ୍ରତାପ ଜେନା

ମାହାଙ୍ଗା ଡବଲ ମର୍ଡର ଘଟଣାରେ ହତ୍ୟା, ହତ୍ୟା ଷଡଯନ୍ତ୍ର ଏବଂ ଧମକ ଦେବା ଭଳି ସଙ୍ଗୀନ ଦଫା ଲାଗିଛି ପ୍ରତାପ ଜେନାଙ୍କ ନାଁରେ । ଏହି ସବୁ ଦଫାରେ ମାମଲା ଚାଲୁ ରଖିବାକୁ ଜେଏମଏଫସି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯାହାକି ପ୍ରତାପଙ୍କ ଅଡୁଆକୁ ବଢାଇ ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Sep 26, 2023, 7:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.